ହୋଟେଲ, ଭଡ଼ାଘରେ ଚାଲିଥିଲା ଦେହ ବ୍ୟବସାୟ; ଚଢାଉ କରି…

କଟକ ଅଫିସ, ୧୩ା୬: କଟକ ସହରର ଦୁଇଟି ସ୍ଥାନରେ ଶନିବାର ଦେହ ବ୍ୟବସାୟ ଚାଲିଥିବା ପୋଲିସ ଚଢାଉ କରିଥିଲା। ଉଭୟ ସ୍ଥାନରୁ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୪ ଜଣଙ୍କୁ ଅଟକ ରଖିଛି। ମାଲଗୋଦାମ ଥାନା ଅଧୀନ ପିଲିଗ୍ରିମ ରୋଡ୍‌ରେ ଥିବା ଏକ ହୋଟେଲରେ ଦେହ ବ୍ୟବସାୟ ଚାଲିଥିଲା। ଖବରପାଇ ସ୍ଥାନୀୟ ପୋଲିସ ସେଠାରେ ଚଢାଉ କରି ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏଥିସହ ଜଣେ ମହିଳା ମଧ୍ୟସ୍ଥ ଓ ଜଣେ ଗ୍ରାହକଙ୍କୁ ଅଟକ ରଖିଛି। ଏହି ଘଟଣାରେ ହୋଟେଲ ମାଲିକଙ୍କୁ ପଚରାଉଚରା କରାଯାଇଥିବା ମାଲଗୋଦାମ ଥାନା ଅଧିକାରୀ ତୃପ୍ତି ନାୟକ ସୂଚନା ଦେଇଛନ୍ତି।
ବାଦାମବାଡି ଥାନା ଅଧୀନ ଶଙ୍କରପୁର ଦାସସାହିରେ ଘର ଭଡା ନେଇ ଦୁଇଜଣ ଯୁବକ ଓ ଜଣେ ଯୁବତୀ ସେକ୍ସ ର଼୍ୟାକେଟ୍‌ ଚଳାଉଥିଲେ। ଖବରପାଇ ପୋଲିସ ସେଠାରେ ଚଢାଉ କରି ସେକ୍ସ କାରବାରରେ ସମ୍ପୃକ୍ତ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ଦୁଇ ଜଣ ଯୁବତୀଯୁବକଙ୍କୁ ଅଟକ ରଖିଥିବାବେଳେ ଅନ୍ୟଜଣେ ଫେରାର ହୋଇଯାଇଛନ୍ତି। ପୂର୍ବରୁ ଉକ୍ତ ଘର ଉପରେ ପୋଲିସ ଚଢ଼ାଉ କରି ବିଫଳ ହୋଇଥିଲା। ଶନିବାର ସେଠାରେ ଦେହ ବ୍ୟବସାୟ ଚାଲୁଥିବା ଖବର ମିଳିବା ପରେ ପୋଲିସ ପକ୍ଷରୁ ଚଢାଉ କରାଯାଇଥିବା ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.