କଟକ ଅଫିସ, ୧୯।୬: କରୋନା ସମୟରେ ଡାକ୍ତରମାନେ କୋଭିଡ୍ ଯୋଦ୍ଧା ଭାବେ ରୋଗୀଙ୍କ ସେବା ଜାରି ରଖିଛନ୍ତି। ମାତ୍ର ଏଭଳି ସ୍ଥିତିରେ ଡାକ୍ତରମାନଙ୍କ ପ୍ରତି ହିଂସାତ୍ମକ ବ୍ୟବହାର କରାଯାଉଛି। ଏପରି ଅଶୋଭନୀୟ କାର୍ଯ୍ୟ ରୋକିବା ପାଇଁ ଦୃଢ଼ ନିୟମ ପ୍ରଣୟନ ଦାବିରେ ଭାରତୀୟ ଚିକିତ୍ସକ ସଂଘ (ଆଇଏମ୍ଏ) ଶୁକ୍ରବାର ଦେଶବ୍ୟାପୀ ଜାତୀୟ ପ୍ରତିବାଦ ଦିବସ ପାଳନ କରିଛି। ଏହାକୁ ସମର୍ଥନ ଜଣାଇ ଆଇଏମ୍ଏର କଟକ ଶାଖା ପକ୍ଷରୁ ଡାକ୍ତରମାନେ ରାଣୀହାଟସ୍ଥିତ ଆଇଏମ୍ଏ ହାଉସ୍ ସମ୍ମୁଖରେ ପ୍ରତୀକାତ୍ମକ ଧାରଣା ଦେଇଥିଲେ। ଏହି ଧାରଣାରେ ରାଜ୍ୟ ସଭାପତି ଡା. ନିବେଦିତା ପାଣି, ରାଜ୍ୟ ସମ୍ପାଦକ ଡା. ବ୍ରଜକିଶୋର ଦାଶ, ଅର୍ଥ ସମ୍ପାଦକ ଡା. ମୃତ୍ୟୁଞ୍ଜୟ ମହାପାତ୍ର, ଯୁଗ୍ମ ସମ୍ପାଦକ ଦେବ ପ୍ରସାଦ ମହାନ୍ତି, ଡା. ସମ୍ରାଟ କର, ଡା. କିଶୋର ମହାପାତ୍ର, ଡା. ସୁମିତା ମହାନ୍ତି, ଡା. ଅଭିଷେକ ବିଶ୍ୱାଳ, ଶିଶୁ ସୁରକ୍ଷା କମିଟି ସଦସ୍ୟ ଜନ୍ମେଜୟ ମହାପାତ୍ର, କଟକ ଆଇଏମ୍ଏ ଶାଖା ସମ୍ପାଦକ ଡା. ଶକ୍ତିପ୍ରସାଦ ଦାସ ପ୍ରମୁଖ ସାମିଲ ଥିଲେ। ତେବେ ରୋଗୀଙ୍କ ଚିକିତ୍ସାରେ କୌଣସି ବ୍ୟାଘାତ ସୃଷ୍ଟି ନ କରି ଡାକ୍ତରମାନେ କଳା ବ୍ୟାଜ୍ ପିନ୍ଧି ନିଜ କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ସୂଚନାଯୋଗ୍ୟ, ଗତ ଦୁଇ ସପ୍ତାହ ମଧ୍ୟରେ କେତେକ ରାଜ୍ୟରେ ଡାକ୍ତରମାନଙ୍କ ଉପରେ ଆକ୍ରମଣ ହୋଇଛି।
ଏସ୍ସିବି ଜୁନିୟର ଡାକ୍ତର ସଂଘର ନିନ୍ଦା
ଡାକ୍ତରଙ୍କ ଉପରେ ଆକ୍ରମଣକୁ ଏସ୍ସିବି ଜୁନିୟର ଡାକ୍ତର ସଂଘ ନିନ୍ଦା କରିଛି। ଆକ୍ରମଣ ଏବଂ ଏଭଳି ଅଶୋଭନୀୟ ବ୍ୟବହାରରୁ ଡାକ୍ତରଙ୍କୁ ସୁରକ୍ଷା ଦେବା ପାଇଁ କଡ଼ା ପଦକ୍ଷେପ ନିଆଯିବାକୁ ଦାବି କରାଯାଇଛି। ଶୁକ୍ରବାର ଏ ନେଇ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘର ସଭାପତି ଡା. ରାମଚନ୍ଦ୍ର ସାହୁ, ଉପସଭାପତି ଚୁନ୍ନୁରାମ ସୋରେନ ଏବଂ ସାଧାରଣ ସମ୍ପାଦକ ଡା. କ୍ଷୀତିଶ ରଞ୍ଜନ ଦାସ କହିଛନ୍ତି, କୋଭିଡ୍ ସମୟରେ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଇ ଦେଉଛନ୍ତି। ଏହାସତ୍ତ୍ୱେ ଡାକ୍ତରମାନଙ୍କ ପ୍ରତି ହିଂସାତ୍ମକ ବ୍ୟବହାର କରାଯାଉଛି। ଗତ ଦୁଇ ସପ୍ତାହ ମଧ୍ୟରେ ଆସାମ, ବିହାର, ପଶ୍ଚିମବଙ୍ଗ, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ କର୍ନାଟକରେ ଡାକ୍ତରମାନଙ୍କ ଉପରେ ଆକ୍ରମଣ ହୋଇଛି। ଏହା ଅତି ନିନ୍ଦନୀୟ। ଆଗାମୀ ଦିନରେ ଆକ୍ରମଣ ଓ ଅଶୋଭନୀୟ ବ୍ୟବହାରରୁ ଡାକ୍ତରଙ୍କୁ ସୁରକ୍ଷା ଦେବା ପାଇଁ କର୍ମକର୍ତ୍ତାମାନେ ଦାବି କରିଛନ୍ତି। ଏଥିସହ ଆକ୍ରମଣ ପ୍ରତିବାଦରେ ଶୁକ୍ରବାର ଡାକ୍ତରମାନେ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ ସମ୍ପାଦନ କରିଥିବା ସଂଘ ପକ୍ଷରୁ କୁହାଯାଇଛି। ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡା. ପାର୍ଥ ସିଂ, ଡା. ପାର୍ଥସାରଥି ସାହୁ, ଡା. ବ୍ରହ୍ମଜ୍ୟୋତି ଦାସ, ଡା. ସଞ୍ଜୟ ପାଣିଗ୍ରାହୀ, ଡା. ସୁଚିତ୍ରା ସାମଲ, ଡା. ରବିନ୍ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.