ନୂଆଦିଲ୍ଲୀ, ୧୩।୬: ଚାଇନା ସରକାର ଉଇଗର ମୁସଲମାନମାନଙ୍କୁ ଗଣ ଅଟକ ରଖିବା ଘଟଣାର ରହସ୍ୟ ଉନ୍ମୋଚନ କରିଥିବା ଭାରତୀୟ ବଂଶୋଦ୍ଭବ ଖବରଦାତା ମେଘା ରାଜଗୋପାଲନ୍ଙ୍କୁ ମର୍ଯ୍ୟାଦାଜନକ ପୁଲିଜର ପୁରସ୍କାର ମିଳିଛି। ବଜ୍ଫିଡ୍ ନ୍ୟୁଜ୍ରେ କାମ କରୁଥିବା ରାଜଗୋପାଲନ୍ଙ୍କ ସମେତ ଅନ୍ୟ ଭାରତୀୟ ବଂଶୋଦ୍ଭବ ଖବରଦାତା ନୈଲ୍ ବେଦୀ ମଧ୍ୟ ଆମେରିକାର ଏହି ସର୍ବୋଚ୍ଚ ସାମ୍ବାଦିକତା ପୁରସ୍କାର ବିଜୟୀ ହୋଇଛନ୍ତି। ଏହା ବ୍ୟତୀତ ଆମେରିକାର ମିନିଆପଲିସରେ କୃଷ୍ଣକାୟ ଜର୍ଜ ଫ୍ଲଏଡ୍ଙ୍କୁ ପୋଲିସ ଅଧିକାରୀ ଆଣ୍ଠୁରେ ଚାପି ହତ୍ୟା କରିବା ଘଟଣାର ରେକର୍ଡ କରିଥିବା ନାବାଳିକା ଡାନେଲା ଫ୍ରାଜିୟରଙ୍କୁ ତାଙ୍କର ଏହି ଦୁଃସାହସିକ କାର୍ଯ୍ୟ ପାଇଁ ପୁଲିଜର ପୁରସ୍କାର ମିଳିଛିି। ମିନିଆପଲିସର ଷ୍ଟାର ଟ୍ରିବ୍ୟୁନ୍ ୨୦୨୦ ମେ’ ୨୫ରେ ଫ୍ଲଏଡ୍ ହତ୍ୟା ଘଟଣା ଲୋକଲୋଚନକୁ ଆଣିବା ପରେ ଆମେରିକାରେ ବର୍ଣ୍ଣବୈଷମ୍ୟ ଆନ୍ଦୋଳନ ମୁଣ୍ଡ ଟେକିଥିଲା।
ଜିନ୍ଜିଆଙ୍ଗରେ ଚାଇନା ହଜାର ହଜାର ମୁସଲମାନଙ୍କୁ ଅଟକ ରଖିବା ପରେ ୨୦୧୭ରେ ରାଜଗୋପାଲନ୍ ପ୍ରଥମେ ଉକ୍ତ ନଜରବନ୍ଦୀ କ୍ୟାମ୍ପକୁ ଯାଇ ଖବର ସଂଗ୍ରହ କରିଥିଲେ। ସେତେବେଳେ ଚାଇନା ଏଭଳି କୌଣସିି କ୍ୟାମ୍ପ ନାହିଁ ବୋଲି କହୁଥିଲା। ଚାଇନା କର୍ତ୍ତୃପକ୍ଷ ତାଙ୍କ ମୁହଁ ବନ୍ଦ କରିବାକୁ ସେତେବେଳେ ଉଦ୍ୟମ କରିଥିଲେ। ତାଙ୍କ ଭିଜା ରଦ୍ଦ କରାଯିବା ସହ ଦେଶରୁ ବାହାର କରିଦିଆଯାଇଥିଲା ବୋଲି ବଜ୍ଫିଡ୍ ନ୍ୟୁଜ୍ ତାଙ୍କ ପ୍ରାଇଜ୍ ଏଣ୍ଟ୍ରିରେ ଲେଖିଛି। ଏହା ସତ୍ତ୍ୱେ ରାଜଗୋପାଲନ୍ ନୀରବ ନ ରହି ଲଣ୍ଡନରୁ କାମ କରିଥିଲେ। ସେ ଦୁଇଜଣ ସହଯୋଗୀ ଆଲିସନ କିଲିଙ୍ଗ ଏବଂ ଚ୍ରିଷ୍ଟୋ ବୁସ୍ଚେକ୍ଙ୍କ ସହାୟତାରେ ତଥ୍ୟ ଏବଂ ମୁସଲମାନ ଅଟକ ଥିବା ବିଲ୍ଡିଂର ସାଟେଲାଇନ ଫଟୋ ସଂଗ୍ରହ କରିଥିଲେ। ସବୁଠୁ ବଡ଼ ମାନବାଧିକାର ଉଲ୍ଲଂଘନ ଘଟଣାକୁ ଲୋକଲୋଚନକୁ ଆଣିଥିଲେ ରାଜଗୋପାଲ୍ନ ବୋଲି ବଜ୍ଫିଡ୍ ନ୍ୟୁଜ୍ର ମୁଖ୍ୟ ସମ୍ପାଦକ ମାର୍କ ସ୍କୁଫ୍ସ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.