ଛତ୍ରପୁର,୨୩।୬(ଡି.ଏନ୍.ଏ): ୨୦୨୦-୨୧ ଆର୍ଥିକ ବର୍ଷରେ ଗଞ୍ଜାମ ଜିଲାରେ ଧାନ କିଣାରେ ୭ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀ ଅନିୟମିତତା କରିଥିବା ଯୋଗାଣ ବିଭାଗ ଚିହ୍ନଟ କରିଛି । ପ୍ରକାଶଯୋଗ୍ୟ ୨୦୨୦-୨୧ ଆର୍ଥିକ ବର୍ଷରେ ଉକ୍ତ ୭ ଏସଏଚ୍ଜି ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ ନକରି କିଣିଥିବା ଦର୍ଶାଇଥିଲେ । ପରେ ପି-ପାସରୁ ଏହାକୁ ଡିଲିଟ କରାଯାଇଥିଲା । ଯାଞ୍ଚବେଳେ ଏଭଳି ଅନିୟମିତତା ହୋଇଥିବା ଯୋଗାଣ ନିଗମ ଜାଣିବାକୁ ପାଇଥିଲେ । ଏପରିକି ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମିଶନ ଶକ୍ତିର ନିର୍ଦ୍ଦେଶକଙ୍କୁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଏପ୍ରିଲ ମାସରେ ଚିଠି କରାଯାଇଥିଲା । ଏଥିସହ ଭବିଷ୍ୟତରେ ଆଉ ଧାନ କିଣା ପ୍ରକ୍ରିୟାରେ ଉକ୍ତ ମହିଳା ସଂଘ ମାନଙ୍କୁ ସାମିଲ ନ କରିବାକୁ ସେତେବେଳେ ଜିଲା ଯୋଗାଣ ଅଧିକାରୀଙ୍କ ନିକଟକୁ ଆସିଥିବା ଚିଠିରେ ନିର୍ଦ୍ଦେଶ ଦିଆଯାଇଥିଲା । ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ ନକରି ମହିଳା ସଂଘ ଦର୍ଶାଇଥିବା ବାବଦରେ ଚାଷୀଙ୍କୁ ଏମ୍ଏସପି ଅର୍ଥ ଦିଆଯାଇଥିଲା କି ନାହିଁ ଏବଂ ମହିଳା ସଂଘକୁ ଏବାବଦରେ କମିଶନ ଦିଆଯାଇଛିକି ନାହିଁ ସେସମ୍ପର୍କରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଜାଣିବାକୁ ଚାହିଁଛି । ଏନେଇ ଜଣାଇବାକୁ ନିଗମର ପରିଚାଳାନା ନିର୍ଦ୍ଦେଶକ ବିଶ୍ୱନାଥ ଦାସଙ୍କଠାରୁ ଏକ ଚିଠି (ନଂ-୮୨୧୬/୧୮-୬-୨୧) ଗଞ୍ଜାମ ଜିଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ନିକଟକୁ ଆସିଛି । ଏଥିସହ ଏସମ୍ପର୍କରେ ଆଉ ଏକ ଚିଠି ଗଞ୍ଜାମ ଜିଲାପାଳଙ୍କ ଅବଗତ ନିମନ୍ତେ ଆସିଥିବା ଜଣାପଡିଛି ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.