ପୁରୀ ଅଫିସ,୧୮ା୬: ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ଙ୍କ ପକ୍ଷରୁ ଏକ କେନ୍ଦ୍ରୀୟ ଟିମ୍ ଗୁରୁବାର ପ୍ରସ୍ତାବିତ ସ୍ଥାନ ବୁଲି ଦେଖିଛି। କେନ୍ଦ୍ରୀୟ ଅଧିକାରୀମାନେ ସିପସରୁବାଲି ଅଞ୍ଚଳ ବୁଲି ଦେଖିବା ସହ ଏ ସଂକ୍ରାନ୍ତ ନକ୍ସା ଓ କାଗଜପତ୍ର ଯାଞ୍ଚ କରିଛନ୍ତି। ଏହି ଟିମ୍ରେ ଶାନ୍ତନୁ ଫାଲନିକର, ବି. ବିନୋଦ କୁମାର ପିଲାଇ ଏବଂ ସୁଶୀଲ ବର୍ମା ସାମିଲ ଥିବାବେଳେ ଭୁବନେଶ୍ୱରର ୨ଜଣ ବିଭାଗୀୟ ଅଧିକାରୀ ରହିଥିଲେ। ପୁରୀ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ, ଡିଏଫ୍ଓ ପି. ରାମାସ୍ବାମୀ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଜିଲାପାଳ ସୂଚନା ଦେଇ କହିଛନ୍ତି, ପୂର୍ବାହ୍ନରେ ଅଧିକାରୀମାନେ ପ୍ରସ୍ତାବିତ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ସିପସରୁବାଲି ଅଞ୍ଚଳର ଭୌଗୋଳିକ ଅବସ୍ଥା, ବିମାନ ଉଡ଼ାଣ ଓ ଅବତରଣ ନିମନ୍ତେ ଆବଶ୍ୟକ ସ୍ଥାନ, ଯୋଗାଯୋଗ ବ୍ୟବସ୍ଥା, ଅର୍ଥନୈତିକ ପ୍ରଭାବ, ବାୟୁ ପ୍ରବାହ ଦିଗ ଆଦି ସମ୍ପର୍କରେ ଟିମ୍କୁ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି। ପରେ ଅପରାହ୍ନରେ ସର୍କିଟ୍ ହାଉସରେ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଜିଲା ପ୍ରଶାସନ ଆଲୋଚନା କରିଛି। ଦିଆଯାଇଥିବା ରିପୋର୍ଟକୁ ନେଇ ଉକ୍ତ ଟିମ୍ ଖୁସି ବ୍ୟକ୍ତ କରିଛି। ବିମାନ ବନ୍ଦର ପାଇଁ ସମ୍ପୃକ୍ତ ଅଞ୍ଚଳରେ ପ୍ରାୟ ୧୫ ଶହ ଏକର ଜାଗା ରହିଛି। ଆବଶ୍ୟକ ଅନୁଯାୟୀ ଜମି ଚିହ୍ନଟ କରାଯାଇ ଯୋଗାଇ ଦିଆଯିବ। ତେବେ ସରକାରୀ ଜମି ଅଧିଗ୍ରହଣ ହୋଇସାରିଛି। ସୂଚନାଯୋଗ୍ୟ, ପୁରୀକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସୁଥିବାରୁ ସହର ନିକଟରେ ଏକ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠାର ଆବଶ୍ୟକତା ଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ। ଏହାର ନାମ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ରଖାଯିବା ପାଇଁ ମଧ୍ୟ ସେ ପ୍ରସ୍ତାବ ଦେଇଥିଲେ। ସେହି ଅନୁଯାୟୀ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡ଼ିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.