ନୂଆଦିଲ୍ଲୀ,୬।୬: ଭାରତୀୟ ଟେଷ୍ଟ ଉପଅଧିନାୟକ ଅଜିଙ୍କ୍ୟ ରାହାନେ ରବିବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନରେ ତାଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ସମ୍ପୂର୍ଣ୍ଣ କ୍ରିକେଟ ଜଗତ ତାଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛି। ଅଧିନାୟକ ବିରାଟ କୋହଲି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ), ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟୁଇଟ୍ କରି ରାହାନେଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ଯୁବ ଦ୍ରୁତ ବୋଲର ନବଦୀପ ସଇନି, ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ବାଗ, ପୂର୍ବତନ ଟେଷ୍ଟ ବ୍ୟାଟ୍ସମ୍ୟାନ ଓ୍ବାସିମ ଜାଫର, ହନୁମା ବିହାରୀ, ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ରିଦ୍ଧିମାନ ଶାହାଙ୍କ ଭଳି କ୍ରିକେଟର ବିଭିନ୍ନ ଢଙ୍ଗରେ ଫଟୋ ଟୁଇଟ କରି ରାହାନେଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରାହାନେ ଦଳର ନେତୃତ୍ୱ ନେଇ ୨୦୨୦-୨୧ ଅଷ୍ଟ୍ରେଲିଆ ଗସ୍ତରେ ଭାରତକୁ ଟେଷ୍ଟ ସିରିଜରେ ୨-୧ରେ ବିଜୟୀ କରାଇଥିଲେ। ଭାରତର ଏହି ବିଜୟ ଐତିହାସିକ ସାବ୍ୟସ୍ତ ହୋଇଥିଲା। ପ୍ରଥମ ଟେଷ୍ଟ ଖେଳିବା ପରେ ପିତୃତ୍ୱ ଛୁଟିରେ କୋହଲି ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ରାହାନେ ଦଳର ନେତୃତ୍ୱ ନେଇଥିଲେ। ଏଥିସହ ଭାରତ ଅଷ୍ଟ୍ରେଲିଆରେ କ୍ରମାଗତ ଦ୍ୱିତୀୟ ଟେଷ୍ଟ ସିରିଜ ବିଜୟ ହାସଲ କରିଥିଲା ଓ ଏହି ସଫଳତାର ଶ୍ରେୟ ରାହାନେଙ୍କ କୁଶଳ ନେତୃତ୍ୱକୁ ପ୍ରଦାନ କରାଯାଇଥିଲା। ରାହାନେ ଏ ପର୍ଯ୍ୟନ୍ତ ୭୩ ଟେଷ୍ଟ, ୯୦ ଦିନିକିଆ ଓ ୨୦୬ଟି ଟି୨୦ ମ୍ୟାଚ୍ ଖେଳିଛନ୍ତି। ଟେଷ୍ଟରେ ୧୨ଟି ଶତକ, ୨୩ଟି ଅର୍ଦ୍ଧଶତକ ସହ ସେ ୪୧.୨୮ ରନ ହାରରେ ୪,୫୮୩ ରନ ସଂଗ୍ରହ କରିଛନ୍ତି। ସେହିପରି ଦିନିକିଆରେ ସେ ୩ଟି ଶତକ, ୨୪ଟି ଅର୍ଦ୍ଧଶତକ ସହ ୩୫.୨୬ ରନ ହାରରେ ୨, ୯୬୨ ରନ ସଂଗ୍ରହ କରିଛନ୍ତି। ରାହାନେ ଏବେ ଭାରତୀୟ ଦଳ ସହ ଇଂଲଣ୍ଡ ଗସ୍ତ କରିଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଓ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.