ନୂଆଦିଲ୍ଲୀ, ୧୫।୬(ପି.ଟି.)-ଭାରତୀୟ ମହିଳା କ୍ରିକେଟ ଦଳ ଦୀର୍ଘ ୭ ବର୍ଷ ବ୍ୟବଧାନରେ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି। ଇଂଲଣ୍ଡ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ମିଥାଲି ରାଜଙ୍କ ନେତୃତ୍ୱାଧୀନ ମହିଳା ଦଳର ଖେଳାଳିଙ୍କୁ ଟିମ୍ ଇଣ୍ଡିଆ ଉପଅଧିନାୟକ ଅଜିଙ୍କ୍ୟ ରାହାନେ ମୂଲ୍ୟବାନ ଟିପ୍ସ ଦେଇଛନ୍ତି। ଶରୀର ନିକଟରୁ ବଲ୍ ଖେଳିବା, ମାଇଣ୍ଡସେଟ୍ ଉପରେ କାର୍ଯ୍ୟ କରିବା ଏବଂ ଛୋଟ ଟାର୍ଗେଟ୍ ବନାଇବା ଉପରେ ରାହାନେ ଗୁରୁତ୍ୱ ଦେଇଛନ୍ତି। ଜଣେ ଟେଷ୍ଟ ସ୍ପେଶାଲିଷ୍ଟଭାବେ ବିଶେଷ ପରିଚିତ ରାହାନେ ମହିଳା ଦଳର କୋଚ୍ ରମେଶ ପାଓ୍ବାରଙ୍କ ଅନୁରୋଧକ୍ରମେ ଏକ ସେସନରେ ଏହି ଟିପ୍ସ ଦେଇଥିଲେ। ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ପୂର୍ବରୁ ଏହି କାର୍ଯ୍ୟ ସମ୍ପାଦନ ହୋଇଥିଲା। ରାହାନେ ୭୩ଟି ଟେଷ୍ଟ ଖେଳି ୪୫୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ରମେଶ ଏବଂ ରାହାନେ ଟିମ୍ମେଟ୍ ଥିଲେ। ଭାରତୀୟ ମହିଳାମାନେ ୭ ବର୍ଷ ବ୍ୟବଧାନରେ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଥିବାରୁ ରାହାନେ ଏକ ସେସନରେ ବ୍ୟାଟିଂ ଟିପ୍ସ ଦେଲେ ଉପାଦେୟ ହେବ ବୋଲି ପାଓ୍ବାର ଅନୁଭବ କରିଥିଲେ। ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ମୁମ୍ବାଇରେ କ୍ୱାରାଣ୍ଟାଇନ୍ରେ ଥିବାବେଳେ ୫୦ ମିନିଟ ଧରି ଜୁମ୍ ସେସନ ଅନୁଷ୍ଠିତ ହୋଇଥିଲା। ସୂଚନା ଅନୁସାରେ ଅଧିନାୟିକା ମିଥାଲି, ଉପଅଧିନାୟିକା ହରମନପ୍ରୀତ କୌର, ସ୍ମୃତି ମନ୍ଧାନା ଏବଂ ସମସ୍ତ ବ୍ୟାଟ୍ସଓମ୍ୟାନ, ଦ୍ରୁତ ବୋଲର ଶିଖା ପାଣ୍ଡେ ଏହି ଜୁମ୍ ସେସନରେ ରାହାନେଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ।
ୟୁକେରେ ବଲ୍ ଉଭୟ ଦିଗକୁ ମୁଭ୍ କରୁଥିବାରୁ ଇନିଂସ ଆରମ୍ଭରେ ଅଧିକ ଡ୍ରାଇଭ୍ ନ କରିବା ପାଇଁ ରାହାନେ ପରାମର୍ଶ ଦେଇଥିଲେ। ଯଥାସମ୍ଭବ ଶରୀର ପାଖରୁ ବଲ୍କୁ ଖେଳିବା ଉପରେ ଅଧିକ ଏକାଗ୍ର ହେବାକୁ ସେ କହିଥିଲେ। ଛୋଟ ଟାର୍ଗେଟ୍ ଦ୍ୱାରା ଟେଷ୍ଟ ଇନିଂସର ଭଲ ମୂଳଦୁଆ ପକାଯାଇ ପାରିବ ବୋଲି ରାହାନେ ଅନୁଭବ କରୁଛନ୍ତି। ତେଣୁ ପ୍ରଥମେ ୧୫ ରନ, ପରେ ଆଉ ୨୫ ଏବଂ ଏହାପରେ ଅଧିକ ୩୦ ରନ କରିବା ଉପରେ ଧ୍ୟାନ ଦିଆଯିବା ଉଚିତ। ଇଂଲଣ୍ଡରେ ବର୍ଷାଜନିତ ବ୍ରେକ୍ ସାଧାରଣ ଘଟଣା। ତେଣୁ ଏଥିପ୍ରତି ମାନସିକ ସ୍ତରରେ ପ୍ରସ୍ତୁତ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଜଣେ ବ୍ୟାଟ୍ସମ୍ୟାନ ଭଲ ରିଦିମରେ ଥିବାବେଳେ ବ୍ରେକ୍ ପରେ ସେହି ରିଦିମ ପାଇବା ସହଜ ହୋଇ ନ ଥାଏ। ତେଣୁ ନିଜ ଗେମ୍ ଉପରେ ଅଧିକ ଫୋକସ କରିବାକୁ ସେ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.