Categories: ଜାତୀୟ

‘ସବୁ ମୋଦି ଚୋର’ ଆପତ୍ତିଜନକ ମନ୍ତବ୍ୟ ମାମଲାର ଶୁଣାଣି, କୋର୍ଟରେ ରାହୁଲ ଗାନ୍ଧୀ…

ସୁରଟ,୨୪।୬: ଗତ ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ‘ସବୁ ମୋଦି ଚୋର’ ବୋଲି ମନ୍ତବ୍ୟ ଦେଇଥିଲେ। ଗୁଜରାଟ ସୁରଟ କୋର୍ଟରେ ମୋଦି ସରନେମ୍‌କୁ ନେଇ ରାହୁଲଙ୍କ ଆପତ୍ତିଜନକ ମନ୍ତବ୍ୟ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ୨୦୧୯ ଏପ୍ରିଲ୍‌ ୧୩ରେ କର୍ନାଟକର କୋଲାରଠାରେ ଏକ ନିର୍ବାଚନ ରାଲିରେ ରାହୁଲ କହିଥିଲେ ଯେ, ଲଳିତ ମୋଦି, ନୀରବ ମୋଦି, ନରେନ୍ଦ୍ର ମୋଦିଙ୍କ ଉପନାମ (ସରନେମ୍‌) ଏପରି ହୋଇଛି, କାରଣ ‘ସବୁ ମୋଦି ଚୋର’। ଏହାକୁ ନେଇ ଭାଜପା ପକ୍ଷରୁ ବିରୋଧ କରାଯାଇଥିଲା। ଭାଜପା ବିଧାୟକ ପୂର୍ଣ୍ଣିମା ମୋଦି ଏନେଇ ଏକ ମାମଲା ଦାଏର କରିଥିଲେ। ଚିଫ୍‌ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍‌ ବି.ଏଚ୍‌. କପାଡ଼ିଆ ପୂର୍ଣ୍ଣିମାଙ୍କ ଅଭିଯୋଗ ସ୍ବୀକାର କରି ରାହୁଲଙ୍କୁ ସମନ ଜାରି କରିଥିଲେ। ଏହାର ଶୁଣାଣି ପାଇଁ ରାହୁଲ ସୁରଟ କୋର୍ଟରେ ପହଞ୍ଚି ନିଜର ବୟାନ ରେକର୍ଡ କରିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.