୫୧ ବର୍ଷରେ ରାହୁଲ: ଛଦ୍ମନାମ ରଖି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ ପାଠ; ମ୍ୟାନେଜମେଣ୍ଟ କମ୍ପାନୀରେ…

ନୂଆଦିଲ୍ଲୀ,୧୯।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆଜି ହେଉଛି ଜନ୍ମଦିନ। ଶନିବାର ୫୧ ବର୍ଷର ହୋଇଛନ୍ତି ରାହୁଲ। ଗାନ୍ଧୀ-ନେହେରୁ ପରିବାରରୁ ଆସିଥିବା ରାହୁଲଙ୍କ ଜୀବନ ଏବଂ ରାଜନୈତିକ ପାଳି ଉତ୍ଥାନପତ୍ତନରେ ଭରପୂର। ସେ ନିଜକୁ ବିରୋଧୀ ଦଳର ଏକ ଗମ୍ଭୀର ନେତା ଭାବେ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରୁଛନ୍ତି। ବିଭିନ୍ନ ପ୍ରସଙ୍ଗରେ ସେ ସରକାରଙ୍କୁ ଏକାଧିକ ବାର ଭତ୍ସନା କରିଛନ୍ତି। ୟୁପିଏ ସରକାରର ଉଭୟ କାର୍ଯ୍ୟକାଳରେ ସେ କୌଣସି ପଦବୀ ଗ୍ରହଣ କରିନଥିଲେ। ଏମ୍‌ପି ଭାବେ ସେ ନିଜର ଦାୟିତ୍ୱ ପୂରଣ କରିଥିଲେ। ତେବେ ଜନ୍ମଦିନ ଅବସରରେ ଲୋକମାନେ ତାଙ୍କ ଉଜ୍ୱଳ ଭବିଷ୍ୟତର ଶୁଭକାମନା ଜଣାଉଛନ୍ତି।

ରାହୁଲ ୧୯୭୦ ଜୁନ୍‌ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ପୁଅ ରାହୁଲ ୨୦୧୭ ଡିସେମ୍ବର ୧୬ରୁ ୨୦୧୯ ଜୁଲାଇ ୩ ପର୍ଯ୍ୟନ୍ତ କଂଗ୍ରେସ ସଭାପତି ଥିଲେ। ଏହି ପଦରୁ ସେ ହଟିବା ପରେ ସୋନିଆ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଅଛନ୍ତି। ଆସନ୍ତୁ ଜାଣିବା ରାହୁଲଙ୍କ ଜୀବନ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ବିଷୟରେ:

ଶିକ୍ଷା: ରାହୁଲ ନିଜର ପ୍ରାଥମିକ ଶିକ୍ଷା ଦିଲ୍ଲୀ ଏବଂ ଦେହରାଦୁନରେ ଶେଷ କରିଥିଲେ। ପରେ, ସୁରକ୍ଷା ଦୃଷ୍ଟିକୋଣରୁ ତାଙ୍କର ପରବର୍ତ୍ତୀ ପାଠପଢ଼ା ଘରେ ହୋଇଥିଲା। ସ୍ନାନକୋତ୍ତର କରିବା ପାଇଁ ସେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରେ ନାମ ଲେଖାଇଥିଲେ। ପରେ ସେ ହାଭାର୍ଡ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ। ଏଠାରେ ରୋଲିନ୍ସ କଲେଜରେ ଏକ ଛଦ୍ମନାମ ରାହୁଲ ଭିଞ୍ଚି ରଖି ଅଧ୍ୟୟନ କରିଥିଲେ। କଲେଜ ଦିନରେ ତାଙ୍କ ଏହି ପରିଚୟ ବିଷୟରେ ବହୁତ କମ୍‌ ଲୋକ ଜାଣିଥିଲେ। ଏହାଛଡ଼ା ରାହୁଲଙ୍କ ପାଖରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଟ୍ରିନିଟି କଲେଜରୁ ମଧ୍ୟ ଡ୍ରିଗ୍ରୀ ହାସଲ କରିଛନ୍ତି। ସେ ସ୍ନାତକ ସମାପ୍ତ କରିବା ପରେ ବ୍ରିଟେନର ଏକ ମ୍ୟାନେଜମେଣ୍ଟ କମ୍ପାନୀରେ କାର୍ଯ୍ୟ କରିଥିଲେ।

ପରିବାର:
ରାହୁଲ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବଡ଼ ପୁଅ। ତାଙ୍କର ସାନ ଭଉଣୀ ହେଉଛନ୍ତି ପ୍ରିୟଙ୍କା ଗାନ୍ଧୀ।

ରାଜନୈତିକ ପାଳି:
ରାହୁଲଙ୍କ ରାଜନୈତିକ ଇନିଂସ ୨୦୦୪ରେ ଆରମ୍ଭ ହୋଇଥିଲା। ୨୦୧୩ରେ ରାହୁଲ କଂଗ୍ରେସର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଡିସେମ୍ବର ୨୦୧୭ରେ ସେ କଂଗ୍ରେସର ସଭାପତି ହୋଇଥିଲେ। ୨୦୧୪ ଲୋକ ସଭା ନିର୍ବାଚନରେ ଦଳର ନିର୍ବାଚନ ପ୍ରଚାର ଦାୟିତ୍ୱ ନେଇଥିଲେ। କିନ୍ତୁ ଏହି ନିର୍ବାଚନରେ କଂଗ୍ରେସ ପରାଜୟର ସମ୍ମୁଖୀନ ହୋଇଥିଲା। ସେ ୨୦୦୭ ସେପ୍ଟେମ୍ବର ୨୫ରୁ ୨୦୧୩ ଜାନୁୟାରୀ ୧୯ ଯାଏ କଂଗ୍ରେସର ସାଧାରଣ ସମ୍ପାଦକ ଥିଲେ। ୨୦୧୯ ନିର୍ବାଚନରେ ସେ ଦୁଇଟି ସ୍ଥାନ ଆମେଥୀ ଏବଂ ଓ୍ବାୟାନାଡ଼ରୁ ପ୍ରତିନ୍ଦ୍ୱନ୍ଦିତା କରିଥିଲେ। ଆମେଥୀରେ ସେ ହାରିଥିବା ବେଳେ ଓ୍ବାୟାନାଡ ଆସନରୁ ବିଜେତା ହୋଇଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.