Categories: ବାଣିଜ୍ୟ

ରେଲଓ୍ବେକୁ ମିଳିବ ୫ ମେଗାହର୍ଜ ସ୍ପେକ୍ଟ୍ରମ

ନୂଆଦିଲ୍ଲୀ: ୭୦୦ ମେଗାହର୍ଜ ବ୍ୟାଣ୍ଡରେ ରେଲଓ୍ବେକୁ ୫ ମେଗାହର୍ଜ ସ୍ପେକ୍ଟ୍ରମ ପ୍ରଦାନ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ବୁଧବାର ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଭଳି ପଦକ୍ଷେପ ଦ୍ୱାରା ଭାରତୀୟ ରେଳପଥ ଏହାର ଯୋଗାଯୋଗ ଏବଂ ସିଗ୍‌ନାଲ ସିଷ୍ଟମକୁ ଉନ୍ନତୀକରଣ କରିବା ଦିଗରେ ସହାୟକ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ରେଳ ପରିବହନ ସେବାରେ ଯାତ୍ରୀଙ୍କ ସୁରକ୍ଷା ଦିଗରେ ଏହା ବିଶେଷଭାବେ ଯୋଗଦାନ ରଖିବ ବୋଲି ସେ ମତ ପ୍ରକାଶ କରିଛନ୍ତି। ଏଭଳି ସ୍ପେକ୍ଟ୍ରମ ପାଇବା ଦ୍ୱାରା ରେଲଓ୍ବେ ଏଲ୍‌ଟିଇ ଭିତ୍ତିକ ମୋବାଇଲ ଟ୍ରେନ୍‌ ରେଡିଓ କମ୍ୟୁନିକେଶନ ଏହାର ବିଭିନ୍ନ ରୁଟ୍‌ରେ ବ୍ୟବହାର କରିପାରିବ। ଏଭଳି ପ୍ରକଳ୍ପଗୁଡ଼ିକରେ ପ୍ରାୟ ୨୫ ହଜାର କୋଟି ଟଙ୍କା ବିନିଯୋଗ କରାଯିବା କାର୍ଯ୍ୟକ୍ରମ ରହିଛି। ଆଗାମୀ ୫ ବର୍ଷରେ ଏହି ପ୍ରକଳ୍ପକୁ ଶେଷ କରିବାକୁ ଯୋଜନା ରଖାଯାଇଛି ବୋଲି ରେଲଓ୍ବେ ପକ୍ଷରୁ ସୂଚନା ରହିଛି। ରେଲଓ୍ବେ ବର୍ତ୍ତମାନ ଏହାର ଯୋଗାଯୋଗ ନେଟ୍‌ଓ୍ବର୍କ ପାଇଁ ଅପ୍ଟିକାଲ ଫାଇବର ବ୍ୟବହାର କରୁଛି। ନୂଆ ସ୍ପେକ୍ଟ୍ରମ ପାଇବା ପରେ ହାଇସ୍ପିଡ୍‌ ରେଡିଓ ରିୟଲ ଟାଇମ୍‌ ଭିତ୍ତିରେ ଲାଭ କରିବ। ଉଭୟ ଯୋଗାଯୋଗ ଏବଂ ସିଗ୍‌ନାଲ ନେଟ୍‌ଓ୍ବର୍କ ଏହା ଦ୍ୱାରା ଦୃଢ଼ ହୋଇପାରିବ ବୋଲି ଆଶା କରାଯାଉଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.