କେନ୍ଦୁଝର, ୧୪।୬ (ସ୍ବ.ପ୍ର.): କରୋନା କଟକଣା ପାଇଁ ଚଳିତବର୍ଷ କେନ୍ଦୁଝର ଜିଲାର ପ୍ରମୁଖ ଗଣପର୍ବ ରଜ ମହୋତ୍ସବ ଫିକା ପଡ଼ିଯାଇଛି । ଏହି ଉତ୍ସବ ପାଳନ ନେଇ ପୂର୍ବରୁ ପ୍ରଶାସନ ଗାଇଡଲାଇନ ପ୍ରସ୍ତୁତ କରି ସାର୍ବଜନୀନ ପାଳନ ଏବଂ ସମାବେଶକୁ ବାରଣ କରିଛନ୍ତି । ଫଳରେ ସାମୁହିକ ଭାବରେ ରଜ ମହୋତ୍ସବ, ଦୋଳି ଖେଳ ଓ ଅନ୍ୟାନ୍ୟ ପ୍ରତିଯୋଗିତା ଉପରେ ରୋକ ଲାଗିଯାଇଛି। ଲୋକେ ଘରେ ରହି ଦୋଳି ଖେଳି ଓ ପିଠାପଣା ଖାଇ ରଜ ମନାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଗ୍ରାମାଞ୍ଚଳରେ ଭିଡ଼ ନ କରି କଟକଣା ମଧ୍ୟରେ ଦୋଳି ଖେଳିବା ପାଇଁ ଦୋଳି ନିର୍ମାଣ କରିଛନ୍ତି।
ପ୍ରକାଶ ଯେ, କେନ୍ଦୁଝର ଜିଲାରେ ରଜ ପର୍ବ ୪ ଦିନ ବ୍ୟାପୀ ଆରମ୍ଭ ହୋଇଥାଏ। ପୂର୍ବରୁ ଘରେ ଘରେ ପିଠାପଣା ପ୍ରସ୍ତୁତ ହୋଇ ରଜକୁ ସ୍ବାଗତ କରିଥାନ୍ତି । ରଜ ଦିନ ମାନଙ୍କରେ ସମସ୍ତେ କାମଧନ୍ଦାରୁ କ୍ଷାନ୍ତ ହୋଇ ଏବଂ ରୋଷେଇ ବନ୍ଦ କରି ପ୍ରସ୍ତୁତ ପିଠାପଣା ସାଙ୍ଗକୁ , ଫଳ, ମାଛମାଂସ ଆଜି ସ୍ବାଦିଷ୍ଟ ଖାଦ୍ୟ ଖାଇବା ସହ ଦୋଳି ଖେଳି, ନାଚଗୀତ କରି ଦିନ କଟାଇଥାନ୍ତି। କିନ୍ତୁ ଚଳିତବର୍ଷ କରୋନା ଦ୍ୱିତୀୟ ଲହର ସଂକ୍ରମଣ ପାଇଁ ମହୋତ୍ସବ ବନ୍ଦ ରହିଥିଲେ ହେଁ ଅନେକ ସ୍ଥାନରେ ଗାଇଡଲାଇନ ଅନୁଯାୟୀ ପରମ୍ପରା ରକ୍ଷା ପାଇଁ ପୂଜାର୍ଚ୍ଚନା ଓ ଦୋଳି ଖେଳ ବିନା ଦର୍ଶକ ବା ଲୋକଙ୍କ ଭିଡରେ ଆୟୋଜନ ହେବ। ଜିଲାର ସଦର ବ୍ଲକ ଅନ୍ତର୍ଗତ ପୁଟୁଳିଆରେ ଅନୁଷ୍ଠିତ ହୋଇ ଆସୁଥିବା ବୃହତ୍ତ ଖାଇ ଦୋଳି (ରାମ ଦୋଳି) ଓ ରଜ ମହୋତ୍ସବ ଚଳିତ ବର୍ଷ କଟକଣା ପାଇଁ ବନ୍ଦ ରହିଛି । ସେହିପରି ଘଟଗାଁ ବ୍ଲକ ଅନ୍ତର୍ଗତ ବୀଣାଝରୀ ଗ୍ରାମରେ ହୋଇଆସୁଥିବା ରଜ ମହୋତ୍ସବ ବନ୍ଦ ରହିଛି। ସେଠାରେ ୫୦ରୁ ଉର୍ଦ୍ଧ୍ୱ ପ୍ରକାରର ଦୋଳି ତିଆରି ହୋଇଥାଏ ଏବଂ ବିଭିନ୍ନ ଅଞ୍ଚଳରୁ ଲୋକ ଆସି ଦୋଳି ଖୋଳିଥାନ୍ତି। ସେହିପରି ଘଟଗାଁ ବ୍ଲକ ଐତିହାସିକ ପ୍ରତ୍ନତତ୍ତ୍ୱ ସମୃଦ୍ଧ ସୀତାବିଞ୍ଜରେ ଆଗରୁ ରଜରେ ମେଳା ବସେ। ସେଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଲୋକ ଆସିଥାନ୍ତି । ପ୍ରତ୍ୟେକ ବର୍ଷ ରଜ ଆସିବ । ବଞ୍ଚିଥିଲେ ଆଗକୁ ଦୋଳି ଖେଳି ହେବ । ଏଣୁ ଏଭଳି ପରିବ୍ୟକ୍ତ କରି ଅନେକ ସ୍ଥାନରେ ଆୟୋଜକ ମାନେ ମହୋତ୍ସବକୁ ଚଳିତ ବର୍ଷ ବନ୍ଦ ରଖିଥିବା ବେଳେ ଘରେ ରହି ପରିବାର ଲୋକ ଙ୍କ ସହ ପିଠାପଣା ଖାଇ ଓ ଦୋଳି ଖେଳି ପାଳନ କରିବାକୁ ମାନସିକ ପ୍ରସ୍ତୁତି କରିସାରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.