Categories: ଖେଳ

‘ଏମିତି କୁହ ନାହିଁ, ମୋତେ ବହୁତ୍‌ କଷ୍ଟ ହେଉଛି’;କାହିଁକି ଏମିତି କହିଲେ ଅଶ୍ୱିନ୍‌

ନୂଆଦିଲ୍ଲୀ,୮।୬: ଟିମ ଇଣ୍ଡିଆର ଅଫ ସ୍ପିନର ଆର ଅଶ୍ୱିନ ତାଙ୍କ ଟୁଇଟ୍‌ରେ ସଞ୍ଜୟ ମଞ୍ଜରେକରଙ୍କୁ ଏକ କଡା ଜବାବ ଦେଇଛନ୍ତି। ଅଶ୍ୱିନ ଟୁଇଟର୍‌ରେ ତାମିଲ ଚଳଚ୍ଚିତ୍ର ଏନିଅନର ଏକ ଅଂଶ ପୋଷ୍ଟ କରିଛନ୍ତି, ଯେଉଁଥିରେ ଅଭିନେତା ବିକ୍ରମ ତାଙ୍କ ବନ୍ଧୁଙ୍କୁ କହୁଛନ୍ତି, ଏମିତି କୁହ ନାହିଁ, ମୋର ହୃଦୟ ଯନ୍ତ୍ରଣା ଦେଉଛି। ଏହି ଚଳଚ୍ଚିତ୍ରର ଡାଏଲଗ୍‌ ମାଧ୍ୟମରେ ଅଶ୍ୱିନ ସଞ୍ଜୟଙ୍କ ଟୁଇଟ୍‌ର ଜବାବ କରିଛନ୍ତି। ସୂଚନାଯୋଗ୍ୟ, ଯେ ସଞ୍ଜୟ ମଞ୍ଜରେକର ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି ଯେ, ସେ ଆର ଅଶ୍ୱିନଙ୍କୁ ସବୁ ସମୟର ଶ୍ରେଷ୍ଠ ବୋଲର ତାଲିକାରେ ରଖନ୍ତି ନାହିଁ।
ସଞ୍ଜୟ ମଞ୍ଜରେକର ଟୁଇଟରେ ଲେଖିଥିଲେ, ସର୍ବକାଳୀନ ମହାନ କ୍ରିକେଟରଙ୍କୁ ଦିଆଯାଇଥିବା ସବୁଠାରୁ ବଡ ପ୍ରଶଂସା। ମୋ ତାଲିକାରେ ଡନ ବ୍ରାଡମ୍ୟାନ, ଗ୍ୟାରି ସୋବର୍ସ, ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର, ବିରାଟ କୋହଲିଙ୍କ ଭଳି ଅନ୍ୟ କ୍ରିକେଟରମାନେ ଅଛନ୍ତି। ସମସ୍ତ ସମ୍ମାନ ସହିତ, ଅଶ୍ୱିନ ମୋ ପାଇଁ ଏହି ତାଲିକାରେ ନାହାଁନ୍ତି। ଏହି ଟୁଇଟ ପରେ ପ୍ରଶଂସକମାନେ ସଞ୍ଜୟ ମଞ୍ଜରେକରଙ୍କୁ ଟ୍ରୋଲ କରିଥିଲେ। ଏହାପରେ ସଞ୍ଜୟ ଏକ ସାକ୍ଷାତକାରାରେ କହିଛନ୍ତି ଯେ ଯେତେବେଳେ ଲୋକମାନେ ଅଶ୍ୱିନଙ୍କୁ ସବୁ ସମୟର ଶ୍ରେଷ୍ଠ ବୋଲି କହିବା ଆରମ୍ଭ କରନ୍ତି, ମୁଁ ଏହାକୁ ବିରୋଧ କରେ। ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆରେ ଅଶ୍ୱିନଙ୍କ ରେକର୍ଡ ଖରାପ, ଯେଉଁଠାରେ ସେ ଗୋଟିଏ ଥର ମଧ୍ୟ ଗୋଟିଏ ଇନିଂସରେ ପାଞ୍ଚ ଉଇକେଟ ନେଇ ନାହାଁନ୍ତି। ଦ୍ୱିତୀୟତଃ, ଯଦି ଆପଣ ତାଙ୍କୁ ଭାରତୀୟ ପିଚ୍‌ରେ ବୋଲିଂ କରୁଥିବା ଦେଖନ୍ତି, ଜାଡେଜା ମଧ୍ୟ ତାଙ୍କ ଭଳି ପ୍ରଦର୍ଶନ କରିଛନ୍ତି ଏବଂ ସମାନ ପିଚ୍‌ରେ ଇଂଲଣ୍ଡ ବିପକ୍ଷରେ ଅଶ୍ୱିନଙ୍କ ଅପେକ୍ଷା ଅକ୍ସର ପଟେଲ ଅଧିକ ଉଇକେଟ ନେଇଛନ୍ତି।
ସଞ୍ଜୟ ମଞ୍ଜରେକର ଟୁଇଟ୍‌ କରି ତାଙ୍କର ଶ୍ରେଷ୍ଠ ୧୦ ବୋଲରଙ୍କ ନାମ ପ୍ରକାଶ କରିଛନ୍ତି। ଯେଉଁଥିରେ କେବଳ ଜଣେ ଭାରତୀୟ ବୋଲର ଅଛନ୍ତି। ସଞ୍ଜୟ ମଞ୍ଜରେକରଙ୍କ ଶ୍ରେଷ୍ଠ ୧୦ ବୋଲର ହେଉଛନ୍ତି ରିଚାର୍ଡ ହେଡ୍‌ଲି, ମଲକମ ମାର୍ଶଲ, କର୍ଟଲି ଆମ୍ବ୍ରୋସ, ୱାସିମ ଆକ୍ରାମ, ସେନ୍‌ ୱାର୍ନ, ଗ୍ଲେନ ମ୍ୟାକଗ୍ରାଥ, ଡେଲ ଷ୍ଟେନ, ଜେମ୍ସ ଆଣ୍ଡରସନ, ମୁଥିଆ ମୁରଲୀଧରନ ଏବଂ କପିଲ ଦେବ। ମଞ୍ଜରେକର ଅନିଲ କୁମ୍ବଲେ, ଇମ୍ରାନ ଖାନଙ୍କ ପରି ଭେଟେରାନ ମାନଙ୍କୁ ମଧ୍ୟ ଏହି ତାଲିକାରେ ସ୍ଥାନିତ କରିନାହାଁନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.