ନୂଆଦିଲ୍ଲୀ,୧୭।୬: କ୍ରିକେଟ ଫର୍ମାଟରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ନିଜ ଖେଳକୁ ଅଧିକ ଉନ୍ନତ କରିଛନ୍ତି। ବାମହାତୀ ସ୍ପିନ୍ ସହ ନିମ୍ନ କ୍ରମରେ ଆସି ରନ୍ ଯୋଡ଼ିବାର କ୍ଷମତା ଥିବା ଏହି ଅଲରାଉଣ୍ଡର ବର୍ତ୍ତମାନ ତାଙ୍କ ବ୍ୟାଟିଂରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ଗତ ତିନି ବର୍ଷ ମଧ୍ୟରେ ଜାଡେଜା ୫୫.୫୭ ହାରରେ ଟେଷ୍ଟରେ ସ୍କୋର କରିଛନ୍ତି, ଏହା ତାଙ୍କର ମୋଟାମୋଟି ହାର ୩୬.୧୮ରୁ ବହୁତ ଅଧିକ। କାରଣ ଇଂଲଣ୍ଡ ଗସ୍ତରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟ କରଠାରୁ ଜାଡେଜା ଆଉ ପଛକୁ ଫେରି ଚାହିଁ ନାହାନ୍ତି।
ଦୁନିଆର ସର୍ବୋତ୍ତମ ଫିଲ୍ଡରମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜାଡେଜା। ସେ ଏବେ ଭଲ ବ୍ୟାଟିଂ କରୁଛନ୍ତି। ଏଣୁ ସାଉଥାମ୍ପଟନରେ ଜୁନ୍ ୧୮ରୁ ଆରମ୍ଭ ହେବାକୁ ଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ସେ ମନୋନିବେଶ କରିଛନ୍ତି। କାରଣ ଏକ ବିଶେଷ ମାଇଲଖୁଣ୍ଟ ହାସଲ କରିବାକୁ ସେ ମାତ୍ର ୪୬ ରନ୍ ଦୂରରେ ରହିଛନ୍ତି।
ଜାଡେଜା ଏଯାବତ ୫୧ଟି ଟେଷ୍ଟ ଖେଳିଥିବା ବେଳେ ୧୯୫୪ ରନ୍ କରି ୨୨୦ ଉଇକେଟ ନେଇଛନ୍ତି। ଏଣୁ ୨୦୦୦ରନ୍ ପୂରଣ କରିବାକୁ ତାଙ୍କୁ ଆଉ ୪୬ରନ୍ ଆବଶ୍ୟକ। ଯଦି ସେ ଫାଇନାଲରେ ୪୬ରନ୍ ସ୍କୋର କରିବାରେ ସଫଳ ହୁଅନ୍ତି ତେବେ ସେ ଏକ ବିଶେଷ ସଫଳତା ହାସଲ କରିବେ। ଟେଷ୍ଟ କ୍ରିକେଟରେ ୨୦୦୦ରନ୍ ଏବଂ ୨୦୦ କିମ୍ବା ଅଧିକ ଉଇକେଟ ନେଇଥିବା ପଞ୍ଚମ ଭାରତୀୟ ବୋଲର ହେବେ ଜାଡେଜା। ସେ ଅନିଲ କୁମ୍ବଲେ, କପିଲ ଦେବ, ହରଭଜନ ସିଂହ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ସହ ସ୍ବତନ୍ତ୍ର କ୍ଲବରେ ଯୋଗଦେବେ। ଏଥିସହ ସେ ଏହି କାରନାମା ହାସଲ କରିଥିବା ଦ୍ରୁତତମ କ୍ରିକେଟର ତାଲିକାରେ ୪ ନମ୍ବର ସ୍ଥାନରେ ପହଞ୍ଚିବେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.