ଦୁବାଇ,୨୩।୬: ଭାରତୀୟ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କୁ ବୁଧବାର ମିଳିଛି ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ଅଲରାଉଣ୍ଡର ମାନ୍ୟତା। ପୂର୍ବରୁ ଏହି ତାଲିକାରେ ଶୀର୍ଷରେ ଥିଲେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ରେ ଖରାପ ପ୍ରଦର୍ଶନ କାରଣରୁ ତାଙ୍କ ୨୮ ରେଟିଂ ପଏଣ୍ଟ ହ୍ରାସ ପାଇଛି। ଫଳରେ ସେ ପୂର୍ବରୁ ଦ୍ୱିତୀୟ ସ୍ଥାନରେ ଥିବା ଜାଡେଜାଙ୍କ ପଛକୁ ଖସି ଆସିଛନ୍ତି। ପ୍ରାୟ ୪ ବର୍ଷ ପରେ ଶ୍ରେଷ୍ଠ ଅଲରାଉଣ୍ଡର ମାନ୍ୟତା ଫେରିପାଇଛନ୍ତି ଜାଡେଜା। ଅନ୍ତିମ ଥର ୨୦୧୭ ଅଗଷ୍ଟରେ ସେ ଅଲରାଉଣ୍ଡରଙ୍କ ର଼୍ୟାଙ୍କିଙ୍ଗ୍ରେ ଶୀର୍ଷରେ ଥିଲେ।
ଓ୍ବେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦୁଇ ଟିକିଆ ଟେଷ୍ଟ ସିରିଜ୍ ଶେଷ ହେବା ପରେ ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍ରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି। ଦକ୍ଷିଣ ଆଫ୍ରିକା ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ କୁଇଣ୍ଟନ ଡି’କକ୍ (୧୦ମ) ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଟପ୍-୧୦କୁ ଫେରିଛନ୍ତି। ବୋଲରଙ୍କ ମଧ୍ୟରେ କାଗିସୋ ରବାଡା ପୂର୍ବ ଅପେକ୍ଷା ଗୋଟିଏ ସ୍ଥାନ ଉପରକୁ ଉଠି ୫ମ ସ୍ଥାନ ଅଧିକାର କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.