ରାଜ୍ୟର ପ୍ରଥମ ମୁସଲିମ୍‌ ମହିଳା ଡିଏସ୍‌ପି

ପାଟନା,୧୧।୬: ନିକଟରେ ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସ୍‌ସି)ର ୬୪ତମ କମ୍ପିଟେଟିଭ୍‌ ଏକ୍ସାମର ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି। ଏହି ପରୀକ୍ଷାରେ ପ୍ରଥମ ଥରେ ଜଣେ ମୁସଲିମ ମହିଳା ଉତ୍ତୀର୍ଣ୍ଣ ହେବା ସହ ଡିଏସ୍‌ପି ଭାବେ ମନୋନୀତ ହୋଇଛନ୍ତି। ଯାହାକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ବିହାର ଗୋପାଳଗଞ୍ଜ ଜିଲାର ହଥୁଆ ଗାଁରେ ରହୁଥିବା ଜଣେ ୨୭ବର୍ଷୀୟ ରଜିଆ ସୁଲତାନ ବିପିଏସ୍‌ସି ପରୀକ୍ଷାରେ କେବଳ ପାସ୍‌ ହୋଇନାହାନ୍ତି ବରଂ ଡିଏସ୍‌ପି ଭାବେ ମନୋନୀତ ହୋଇ ମୁସଲିମ ସମାଜ ଓ ରାଜ୍ୟ ପାଇଁ ଏକ ଇତିହାସ ରଚିଛନ୍ତି। ବିପିଏସ୍‌ସି ପରୀକ୍ଷାର ପ୍ରଥମ ପ୍ରୟାସରେ ହିଁ ସେ ସଫଳତାର ପାହାଚ ଚଢ଼ିଛନ୍ତି। ବର୍ତ୍ତମାନ ରଜିଆ ପାଟନାରେ ବିଦ୍ୟୁତ ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। କିନ୍ତୁ ଖୁବ୍‌ଶୀଘ୍ର ସେ ଏହି ଚାକିରୀ ଛାଡ଼ି ଖାକି ବର୍ଦ୍ଦିରେ ନଜର ଆସିବେ। ବିପିଏସ୍‌ସି ପରୀକ୍ଷାରେ ମୋଟ ୪୦ଜଣ ଆବେଦନକାରୀଙ୍କୁ ଡିଏସ୍‌ପି ଭାବେ ମନୋନୀତ କରାଯାଇଥିବା ବେଳେ ସେଥିରେ ୩ଜଣ ମୁସଲିମ୍‌ ରହିଛନ୍ତି। ଏହି ୪ଜଣ ମୁସଲିମ୍‌ଙ୍କ ମଧ୍ୟରେ ରଜିଆ ସୁଲତାନ ବି ରହିଛନ୍ତି। ରଜିଆଙ୍କ ପରିବାର କଥା କହିବାକୁ ଗଲେ ତାଙ୍କ ବାପା ମହମ୍ମଦ ଅସଲମ ବୋକାରୋ ଷ୍ଟିଲ୍‌ ପ୍ଲାଣ୍ଟରେ ଷ୍ଟେନୋଗ୍ରାଫର ଭାବେ କାର୍ଯ୍ୟରତ ଥିଲେ। ହେଲେ ୨୦୧୬ରେ ତାଙ୍କ ପିତାଙ୍କ ଦେହାନ୍ତ ଘଟିଥିଲା। ସେମାନେ ୬ଜଣ ଭଉଣୀ ହୋଇଥିବା ବେଳେ ତାଙ୍କର ଜଣେ ଭାଇ ଅଛି। ରଜିଆ ସର୍ବ କନିଷ୍ଠ ହୋଇଥିବା ବେଳେ ତାଙ୍କ ୫ଭଉଣୀଙ୍କ ବିବାହ ଶେଷ ହୋଇଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.