ରାଜସ୍ବ ଆଦାୟରେ ରେକର୍ଡ

କାମାକ୍ଷାନଗର, ୧୪।୬(ଡି.ଏନ.ଏ.) ଲଘୁ ଖଣିଜର ଯଥେଷ୍ଟ ଉତ୍ସ ଥିଲା। ହେଲେ ଠିକ୍‌ ସମୟରେ ସେସବୁ ନିଲାମ ହୋଇ ପାରୁ ନ ଥିଲା। ବାଲି ସଇରାତ, ପଥର ଖାଦାନରୁ ବ୍ୟାପକ ଖଣିଜ ଚୋରା ଚାଲାଣ ହେଉଥିବା ବେଳେ ଅସମ୍ପୂର୍ଣ୍ଣ ରହିଯାଉଥିଲା ରାଜସ୍ବ ଆଦାୟ ଲକ୍ଷ୍ୟ। ତେବେ ପ୍ରଶାସନିକ ଅଧିକାରୀ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ପରେ ବଦଳି ଯାଇଛି ସ୍ଥିତି। ଏକଦା ରାଜସ୍ବ ଆଦାୟରେ ପଛୁଆ କାମାକ୍ଷାନଗର ତହସିଲ ରେକର୍ଡ ପରିମାଣର ରାଜସ୍ବ ଆଦାୟ କରି ଢେଙ୍କାନାଳ ଜିଲାରେ ୧ ନମ୍ବର ସ୍ଥାନ ଦଖଲ କରିଛି।
କାମାକ୍ଷାନଗର, କାଦୁଆ, ସୁନିଆମାରୁ, ଜିରାଳ, ମଠକରଗୋଳା, ଅଁଳାବେରେଣୀ, ତୁମୁସିଙ୍ଗା ରାଜସ୍ବ ସର୍କଲକୁ ନେଇ କାମାକ୍ଷାନଗର ତହସିଲ ଗଠିତ। ୨୦୧୯-୨୦୨୦ ଆର୍ଥିକ ବର୍ଷରେ ତହସିଲ ପକ୍ଷରୁ ୩ କୋଟି ୨୭ ଲକ୍ଷ ୬୯ ହଜାର ରାଜସ୍ବ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୬ କୋଟି ୮୦ଲକ୍ଷ ୯୦ ହଜାର ୩୫୬ ଟଙ୍କା ଆଦାୟ ହୋଇଥିଲା। ୨୦୨୦-୨୧ ବର୍ଷରେ ୪ କୋଟି ୪୨ ଲକ୍ଷ ୫୮ ହଜାର ଟଙ୍କା ଲକ୍ଷ୍ୟ ରଖାଯାଇଥିବାବେଳେ ଆଦାୟ ହୋଇଛି ୧୧କୋଟି ୫୨ ଲକ୍ଷ ୭୦ ହଜାର ୬୬୨ ଟଙ୍କା, ଯାହା ୫୭% ଅଧିକ। ଆଦାୟ ରାଜସ୍ବର ସିଂହଭାଗ ବିଭିନ୍ନ ଖଜଣା, ନିସ୍ତାର ସେସ୍‌, ସଇରାତ, ଜଳକରରୁ ରହିଛି। ସେହିପରି କେବଳ ଜରିମାନା ଆକାରରେ ୪୯ ଲକ୍ଷ ୫୯ ହଜାର ୯୦୦ ଟଙ୍କା ଆଦାୟ ହୋଇଛି।
ସୂଚନାଯୋଗ୍ୟ, କାମାକ୍ଷାନଗର ତହସିଲ ଅଧୀନରେ ଥିବା ଖଣି ଓ ସଇରାତ ମଧ୍ୟରୁ ମାତ୍ର ୫ଟି ନିଲାମଯୋଗ୍ୟ ଲଘୁଖଣିଜ ଉତ୍ସ ରହିଥିଲା। ଉପଯୁକ୍ତ ଭିତ୍ତିଭୂମି ଥିବା ସତ୍ତ୍ୱେ ଅନ୍ୟ କେତେକ ସଇରାତ ଏବଂ ପଥର ଖାଦାନ ନିଲାମ ହୋଇପାରୁ ନ ଥିଲା। ଏଗୁଡ଼ିକୁ ମାଫିଆମାନେ ନିୟନ୍ତ୍ରଣ କରୁଥିଲେ। ତେବେ ତହସିଲ ପ୍ରଶାସନ ଉଦ୍ୟମରେ ଚଳିତ ବର୍ଷ ଆଉ ୧୧ଟି ଲଘୁଖଣିଜ ଉତ୍ସ ଚିହ୍ନଟ କରାଯାଇଛି। ମୋଟ ୧୬ ସଇରାତ ଏବଂ ପଥର ଖାଦାନରୁ ୧୨ଟି ଖଣିର ନିଲାମ କାର୍ଯ୍ୟ ଶେଷ ହୋଇଛି। ଅନ୍ୟ ୪ଟିର ନିଲାମ ପକ୍ରିୟା ଖୁବ୍‌ଶୀଘ୍ର ଶେଷ କରାଯିବାକୁ ଯୋଜନା ଚାଲିଛି। ଏହାପରେ ରାଜସ୍ବ ଆଦାୟ ଆହୁରି ବଢ଼ିବା ଆଶା ପ୍ରକାଶ ପାଇଛି।
ପୂର୍ବ ତ୍ରୁଟି ସୁଧୁରାଯାଉଛି

ପୂର୍ବରୁ ଜାତୀୟ ରାଜପଥ କାର୍ଯ୍ୟ ଏବଂ ରେଲ୍‌ଓ୍ବେ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥା ରାଜସ୍ବ ଫାଙ୍କି ଚାଲିଥିଲେ। ଏଭଳି ତ୍ରୁଟି ସୁଧାରିବା ଲାଗି ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସହିତ ଆଲୋଚନା କରାଯାଇଥିଲା। ଯୋଗ୍ୟ ଲଘୁଖଣିଜ ଉତ୍ସଗୁଡ଼ିକୁ ନିଲାମ ଦିଆଯାଇଛି। ବେଆଇନ ବାଲି, ପଥର ଚାଲାଣକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଫଳରେ ରାଜସ୍ବ ଆଦାୟ ରେକର୍ଡ ପରିମାଣର ବଢ଼ିଛି।
-ସଞ୍ଜୟ କୁମାର ରାଉତ, ତହସିଲଦାର

ଉଦ୍ୟମ ପ୍ରଶଂସନୀୟ

ଯେକୌଣସି କାର୍ଯ୍ୟକୁ ସଫଳ କରିବାକୁ ହେଲେ ଇଚ୍ଛାଶକ୍ତି ଥିବା ଜରୁରୀ। ଇଚ୍ଛା ଥିଲେ ଉପାୟ ଆସେ। ପୂର୍ବରୁ ଏହାର ଅଭାବ ପରିଲକ୍ଷିତ ହେଉଥିଲା। ସ୍ଥାନୀୟ ତହସିଲଦାର ଏବଂ ବିଭିନ୍ନ ସର୍କଲର ରାଜସ୍ବ ଅଧିକାରୀମାନେ ରାଜସ୍ବ ଆଦାୟ ଲାଗି ଉଦ୍ୟମ କରିଛନ୍ତି, ଯାହା ପ୍ରଶଂସନୀୟ।
-ସତ୍ୟନାରାୟଣ ସାହୁ, ଓକିଲ ସଂଘ ଉପସଭାପତି

ସମନ୍ବୟ ରଖି କାର୍ଯ୍ୟ କରାଯିବ

ତହସିଲ ପ୍ରଶାସନର ଇଚ୍ଛାଶକ୍ତି, ରାଜସ୍ବ ବିଭାଗର କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ବଳରେ କାମାକ୍ଷାନଗର ତହସିଲ ରାଜସ୍ବ ଆଦାୟରେ ଜିଲାରେ ୧ ନମ୍ବର ସ୍ଥାନ ହାସଲ କରିପାରିଛି। ଆଗାମୀ ଦିନରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି।
-ରାକେଶ କୁମାର ଗଡ଼ନାୟକ, କାମାକ୍ଷାନଗର ଆର୍‌ଆଇ

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.