ନୂଆଦିଲ୍ଲୀ: କରୋନା କାଳରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଜନିତ ଚିନ୍ତାରେ ରହିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ତେଲ ଦର ବର୍ତ୍ତମାନ ୧୦୦ ଟଙ୍କା ଛୁଇଁଛି। ଆଗାମୀ ଦିନରେ ମଧ୍ୟ ଲୋକମାନେ ତେଲ ଦର ବୃଦ୍ଧିରୁ ଆଶ୍ୱସ୍ତି ପାଇବେନାହିଁ ବୋଲି କୁହାଯାଉଛି। ଆଗାମୀ ଦିନରେ ତେଲ ଦର ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ହେଲେ ଏହାର ପ୍ରଭାବ ଘରୋଇ ବଜାର ଉପରେ ତ୍ୱରିତ ଭାବେ ପଡ଼ିଥାଏ। ବିଦେଶୀ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ବର୍ତ୍ତମାନ ୭୦ ଡଲାର ଛୁଇଁଛି।
ଆଇଆଇଏଫ୍ଏଲ୍ ସିକ୍ୟୁରିଟିଜର ଉପସଭାପତି ଅନୁଜ ଗୁପ୍ତା କହିଛନ୍ତି, ଆମେରିକା ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ପ୍ରାୟ ଖୋଲି ସାରିଛି। ୟୁରୋପୀୟ ଦେଶଗୁଡିକରେ ଜନଜୀବନ ସ୍ବାଭାବିକ ହେଉଛି। ଫଳରେ ପେଟ୍ରୋଲିୟମ ସାମଗ୍ରୀର ଚାହିଦା ବଢିଚାଲିଛି। ମଙ୍ଗଳବାର ଅଶୋଧିତ ତେଲ ଦର ବୃଦ୍ଧି ହେବା ଯୋଗୁ ଏହା ୨ ବର୍ଷର ସର୍ବୋଚ୍ଚ ସ୍ତର ଛୁଇଁଛି। ଫଳରେ ଆଗାମୀଦିନରେ ପେଟ୍ରୋଲ ଡିଜେଲ ଦର ୨ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବା ନେଇ ଆଶଙ୍କା କରାଯାଉଛି। ଲକ୍ଡାଉନ ଖୋଲିବା ପରେ ବିଭିନ୍ନ ଦେଶରେ ତେଲ ଚାହିଦା ବଢିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.