ରୋଷେଉ,୩ା୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କ ଅଡ଼ୁଆ ବଢ଼ିଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି)ର ୧୩,୫୦୦ କୋଟି ଋଣ ଜାଲିଆତି କରି ଫେରାର ହୋଇଥିବା ଏହି ଅଭିଯୁକ୍ତଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଗଲେ କିଛି ଆପତ୍ତି ନାହିଁ ବୋଲି ଡୋମିନିକା ସରକାର ବୁଧବାର ସେଠାକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଗୁରୁବାର ତାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ହେବ। ଡୋମିନିକା ହାଇକୋର୍ଟରେ ବୁଧବାର ମେହୁଲ ଚୋକ୍ସିଙ୍କ ପକ୍ଷରୁ ଦାଏର ହେବିଅସ୍ କର୍ପସର ଶୁଣାଣି ହୋଇଥିଲା। ଦେଶ ଭିତରକୁ ଚୋକ୍ସି ବେଆଇନ ଭାବେ ପ୍ରବେଶ କରିଥିବାରୁ ତାଙ୍କୁ ଏକ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯାଉ ବୋଲି ହାଇକୋର୍ଟ କହିଥିଲେ। ତେବେ ଚୋକ୍ସିଙ୍କ ଆବେଦନ ବିଚାରଯୋଗ୍ୟ ନୁହେଁ। ତେଣୁ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ଉଚିତ ବୋଲି ଡୋମିନିକା ହାଇକୋର୍ଟ ଯୁକ୍ତି ବାଢ଼ିଥିଲେ। ଅନ୍ୟପକ୍ଷେ ଚୋକ୍ସିଙ୍କ ଓକିଲ କହିଥିଲେ, ଡୋମିନିକା ପୋଲିସ ହାଜତରେ ତାଙ୍କ ମହକିଲ ସୁରକ୍ଷିତ ଅନୁଭବ କରୁନାହାନ୍ତି। ତେଣୁ ତାଙ୍କୁ ଆଣ୍ଟିଗୁଆ ଫେରିବାକୁ ଦିଆଯାଉ। ଇତିମଧ୍ୟରେ ହାଇକୋର୍ଟ ଚୋକ୍ସିଙ୍କ ଆବେଦନର ବିଚାର ନ କଲେ ଅପିଲ କରିବା ପାଇଁ ତାଙ୍କ ଓକିଲମାନେ ପ୍ରସ୍ତୁତ ହେଉଛନ୍ତି। ପ୍ରକାଶ ଯେ, ୨୦୧୮ ଜାନୁୟାରୀରେ ପିଏନ୍ବିର ୧୩,୫୦୦ କୋଟି ଟଙ୍କା ଋଣ ଜାଲିଆତି ମାମଲା ପଦାକୁ ଆସିବା ପରେ ୬୨ ବର୍ଷୀୟ ମେହୁଲ ଚୋକ୍ସି ଓ ତାଙ୍କ ଭଣଜା ନୀରବ ମୋଦି ଫେରାର ହୋଇଯାଇଥିଲେ। ଚୋକ୍ସି ଆଣ୍ଟିଗୁଆ ଯିବା ପୂର୍ବରୁ ୨୦୧୭ରେ ସେଠାକାର ନାଗରିକତ୍ୱ ଗ୍ରହଣ କରିଥିଲେ। ନିକଟରେ ଡୋମିନିକାରେ ଚୋକ୍ସିଙ୍କୁ ଠାବ କରିବା ପରେ ପୋଲିସ ତାଙ୍କୁ ଗିରଫ କରି ହାଜତରେ ରଖିଛି। ଚୋକ୍ସିଙ୍କୁ ସ୍ବଦେଶକୁ ଆଣିବା ପାଇଁ ଭାରତରୁ ଏକ ସିକ୍ୟୁରିଟି ଟିମ୍ ଦ୍ୱୀପ ରାଷ୍ଟ୍ର ଡୋମିନିକା ଯାଇଛି। ‘ମିଶନ ଚୋକ୍ସି’ରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍ପିଏଫ୍)ର ଦୁଇଜଣ ଲେଖାଏ ଅଧିକାରୀ ସାମିଲ ଅଛନ୍ତି। ସିବିଆଇର ଲେଡି ଅଫିସର ଶାରଦା ରାଉତ୍ ଏହି ଟିମ୍ର ନେତୃତ୍ୱ ନେଉଛନ୍ତି। ପ୍ରତ୍ୟର୍ପଣ କରାଗଲେ ଏକ ଘରୋଇ ବିମାନରେ ଶାରଦା ତାଙ୍କୁ ଗିରଫ କରି ଭାରତ ଆଣିବେ। ଏଥିପାଇଁ ଡୋମିନିକା ଅଧିକାରୀମାନଙ୍କ ସହ ଭାରତୀୟ ଟିମ୍ର ଆଲୋଚନା ହୋଇଛି।
Posted inଅନ୍ତର୍ଜାତୀୟ View All
ବିପଦ ଆଣିଲା ନୂଆ ଭାରିଆଣ୍ଟ୍, ପୁଣି ଦିଆଯିବ ଭାକ୍ସିନ୍ ଡୋଜ୍…
ମସ୍କୋ,୨୨।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। କରୋନା ଭୂତାଣୁର ମ୍ୟୁଟେଶନ ଯୋଗୁ ନୂଆନୂଆ ଭାରିଆଣ୍ଟ୍ ସୃଷ୍ଟି ହେଉଛି। ନୂଆ ଭାରିଆଣ୍ଟ୍ ଯୋଗୁ...
ବେଜୋସ୍ଙ୍କ ସହ ମହାକାଶ ଯାତ୍ରା: ପାଖ ସିଟ୍ ପାଇଁ ୨୦୫ କୋଟି
ୱାଶିଂଟନ,୧୪।୬: ବ୍ଲ୍ୟୁ ଓରିଜିନ ପ୍ରତିଷ୍ଠାତା ତଥା ଆମାଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଜେଫ୍ ବେଜୋସ୍ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ। ମହାକାଶ ଯାତ୍ରା...
ଜୁନ୍ ୧୫ରୁ ମାସ୍କ ଫ୍ରି ହେବ ଏହି ଦେଶ, ଡିସେମ୍ବରରେ ଆରମ୍ଭ ହୋଇଥିଲା ଟିକାକରଣ
ଜେରୁଜେଲମ,୯ା୬: କରୋନା ଅବଧି ସମୟରେ ଇସ୍ରାଏଲ ବିଶ୍ୱର ପ୍ରଥମ ମାସ୍କ ମୁକ୍ତ ଦେଶ ହେବ। ଏଠାରେ ବନ୍ଦ ସ୍ଥାନରେ ମାସ୍କ ପ୍ରୟୋଗ କରିବାର ନିୟମ ଜୁନ୍...
ଲାଇଭ୍ ଶୋ’ବେଳେ ଏମ୍ପିଙ୍କ କଲର୍ ଧରି ଚାପୁଡା ମାରିଲେ ମହିଳା ନେତ୍ରୀ
ଇସଲମାବାଦ,୧୦।୬: ଆଜିକାଲି ନ୍ୟୁଜ୍ ଚ୍ୟାନେଲଗୁଡିକରେ ବିତର୍କ ସମୟରେ ପ୍ୟାନେଲିଷ୍ଟମାନଙ୍କ ମଧ୍ୟରେ ତୀବ୍ର ବିତର୍କ ସାଧାରଣ କଥା ହୋଇଗଲାଣି। ପାକିସ୍ତାନରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି।...
ଗେଟ୍ସ ଫାଉଣ୍ଡେଶନରୁ ଓ୍ବାରେନ୍ଙ୍କ ଇସ୍ତଫା
ଓ୍ବାଶିଂଟନ୍, ୨୪ା୬: ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍ ଗେଟ୍ସ ଓ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ଗତ ମାସରେ ଛାଡ଼ପତ୍ର ଘୋଷଣା କରିବା ପରେ ବିଶ୍ୱର ସର୍ବବୃହତ୍ ଦାତବ୍ୟ...
ମେଘାନ-ହ୍ୟାରିଙ୍କ ଦ୍ୱିତୀୟ ସନ୍ତାନ
ସାନ୍ତା ବାର୍ବରା,୭।୬: ପ୍ରିନ୍ସ ହ୍ୟାରି ଏବଂ ମେଘାନ ମାର୍କେଲ ସେମାନଙ୍କର ଦ୍ୱିତୀୟ ସନ୍ତାନଙ୍କୁ ସ୍ବାଗତ କରିଛନ୍ତି। ସେମାନଙ୍କ କନ୍ୟା ସନ୍ତାନର ନାଁ ରଖାଯାଇଛି ଲିଲିବେଟ୍ ଲିଲି...
ସିନୋଭାକ୍କୁ ଡବ୍ଲ୍ୟୁଏଚ୍ଓର ମଞ୍ଜୁରୀ
ଜେନେଭା, ୨ା୬: ଚାଇନା ଦ୍ୱିତୀୟ କରୋନା ଟିକା ସିନୋଭାକ୍ର ଜରୁରିକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ମଞ୍ଜୁରୀ ଦେଇଛି। ଏହି ଟିକା ଉତ୍ପାଦନ, କାର୍ଯ୍ୟକାରିତା...
ଭାରତ ସହ ସମ୍ପର୍କ ମଜଭୁତ ହେବ: ନେଫ୍ଟାଲି
ଜେରୁଜେଲମ, ୧୫ା୬: ଇସ୍ରାଏଲ ଓ ଭାରତ ଭଳି ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଇସ୍ରାଏଲର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ନେଫ୍ଟାଲି...


