ରାହୁଲ ଦ୍ରାବିଡ ଜଣେ ଭଲ କ୍ରିକେଟର ତଥା ଜଣେ ଭଲ ମଣିଷ। ରାହୁଲ ଦ୍ରାବିଡ ଅନ୍ୟକୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ଥା’ନ୍ତି। ୨୦୧୪ ମସିହାରେ ଦ୍ରାଭିଡ଼ ଜଣେ ପାକିସ୍ତାନୀ ଖେଳାଳିଙ୍କ ସହ କଥା ହେବା ପାଇଁ ଟ୍ୟାକ୍ସି ଛାଡିଥିଲେ ଏବଂ ସେ ତାଙ୍କୁ ଭେଟିବା ପାଇଁ ୧୦-୧୫ ମିନିଟ ରାସ୍ତାରେ ଠିଆ ହୋଇଥିଲେ। ପାକିସ୍ତାନର ପୂର୍ବତନ କ୍ରିକେଟର ୟାସିର ଆରାଫତ ନିଜେ ଏହି ସୂଚନା ଦେଇଛନ୍ତି। ନିକଟରେ ସେ ଏନେଇ ଖୁଲାସା କରିଛନ୍ତି
ୟାସିର ଆରାଫତ ଏକ ବାର୍ତ୍ତାଳାପରେ କହିଛନ୍ତି, ରାହୁଲ ଦ୍ରାଭିଡ଼ ଜଣେ ଖାସ୍ ମଣିଷ। ମ୍ୟାଚ ଶେଷ ହେବା ପରେ ସେ ଷ୍ଟାଡିୟମରୁ ବାହାରି ଟ୍ୟାକ୍ସି ବୁକ କରିଥିଲେ। ସେ ଟ୍ୟାକ୍ସିରେ ବସିବା ମାତ୍ରେ ମୁଁ ତାଙ୍କୁ ପାଟି କରି ଡାକିଲି – ରାହୁଲ ଭାଇ। ସେ ମୋ ସ୍ବର ଶୁଣି ସେହି ଟ୍ୟାକ୍ସିରୁ ଓହ୍ଲାଇ ପଡିଥିଲେ। ମୁଁ ପାକିସ୍ତାନ ପାଇଁ ଅଧିକ କ୍ରିକେଟ ଖେଳି ନଥିଲି କିନ୍ତୁ ଏହା ସତ୍ତ୍ୱେ ରାହୁଲ ଅପେକ୍ଷା କରି ମୋ ସହିତ ୧୦-୧୫ ମିନିଟ କଥା ହୋଇଥିଲେ। ସେ ମୋତେ କ୍ରିକେଟ ଏବଂ ପରିବାର ବିଷୟରେ ପଚାରିଥିଲେ। ମୋତେ ବହୁତ ଭଲ ଲାଗିଲା।
ସୂଚନାଯୋଗ୍ୟ, ରାହୁଲ ଦ୍ରାଭିଡ ୟାସିର ଆରାଫତଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ସ୍ବତନ୍ତ୍ର। କାରଣ ସେ ତାଙ୍କର ପ୍ରଥମ ଟେଷ୍ଟ ଉଇକେଟ ଥିଲେ। ୟାସିର ଡିସେମ୍ବର ୨୦୦୭ ରେ ଭାରତ ବିପକ୍ଷରେ ଡେବ୍ୟୁ କରିଥିଲେ
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.