ନୂଆଦିଲ୍ଲୀ,୨୦ା୬: ନୂଆ ଆଇଟି ନିୟମ ଆଣି ଟୁଇଟର ଓ ଫେସ୍ବୁକ୍ ଭଳି ସୋସିଆଲ ମିଡିଆ ପ୍ଲାଟ୍ଫର୍ମଗୁଡ଼ିକୁ ନାଲିଆଖି ଦେଖାଉଥିବା କେନ୍ଦ୍ର ସରକାରଙ୍କୁ ଶନିବାର ଜାତିସଂଘରୁ ଶକ୍ତ ଝଟକା ଲାଗିଛି। ଭାରତର ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଇଣ୍ଟରମିଡିଆରି ଗାଇଡ୍ଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍) ରୁଲ୍ସ, ୨୦୨୧ ଜାତିସଂଘ ପକ୍ଷରୁ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ନିୟମର ଅନୁକୂଳ ନୁହେଁ। ସୋସିଆଲ ମିଡିଆ ପ୍ଲାଟ୍ଫର୍ମ, ଓଭର ଦି ଟପ୍ (ଓଟିଟି) ପ୍ଲାଟ୍ଫର୍ମ ଏବଂ ଡିଜିଟାଲ ମିଡିଆ ଓ୍ବେବ୍ସାଇଟ୍ଗୁଡ଼ିକ ପାଇଁ ଜାରି କରାଯାଇଥିବା ନୂଆ ଗାଇଡ୍ଲାଇନ୍କୁ ପ୍ରତ୍ୟାହାର କରି ମାନବାଧିକାର ଉପରେ ହସ୍ତକ୍ଷେପ ନ କରିବାକୁ କେନ୍ଦ୍ର ସରକାରଙ୍କୁ ଜାତିସଂଘ ମାନବାଧିକାର କମିଶନ୍ର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
ମତ ବ୍ୟକ୍ତ କରିବା ଓ ଅଭିବ୍ୟକ୍ତି ସ୍ବାଧୀନତାର ପ୍ରୋତ୍ସାହନ ଏବଂ ସୁରକ୍ଷା ସମ୍ପର୍କିତ ଜାତିସଂଘ ସ୍ପେଶାଲ ରାପୋଟିୟରରେ ଭାରତର ନୂଆ ଆଇଟି ନିୟମକୁ ନେଇ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ଏହାକୁ ସ୍ପେଶିଆଲ ରାପୋଟିୟର୍ ଆଇରେନେ ଖାନ୍, ନ୍ୟାଲେସୋସି ଭୋଲ୍ୟୁ ଏବଂ ଜୋସେଫ କନ୍ନାଟାସି ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ଉକ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ବର୍ତ୍ତମାନ ମହାମାରୀରେ ହଜାର ହଜାର ଲୋକ ମରୁଛନ୍ତି। ଭାରତରେ ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘଦିନ ଧରି କୃଷକମାନେ ଆନ୍ଦୋଳନ କରୁଛନ୍ତି। ଏଭଳି ସମୟରେ ମତାମତ ଦେବା ଓ ଅଭିବ୍ୟକ୍ତି ସ୍ବାଧୀନତା, ସୂଚନା ଅଧିକାର, ପ୍ରିଭେସି ଅଧିକ ଗୁରୁତ୍ୱପୂର୍ଣ୍ଣ। ଅନେକ ନାଗରିକ ସାଂସ୍କୃତିକ, ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ଅଧିକାର କ୍ଷୁଣ୍ଣ ହେବାରେ ଲାଗିଛି। ଭାରତ ସରକାର ସେସବୁ ଉପରେ ଦୃଷ୍ଟି ନ ଦେଇ ନୂଆ ଆଇଟି ନିୟମ ଗଢ଼ିଛନ୍ତି, ଯାହାକି ଉପରୋକ୍ତ ସମସ୍ତ ପ୍ରକାର ଅଧିକାରକୁ ଉଲ୍ଲଂଘନ କରୁଛି। ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଜାତିସଂଘ ପକ୍ଷରୁ ଭାରତ ସରକାରଙ୍କୁ ପରାମର୍ଶ ଦିଆଯାଇଛି।
ଟେକ୍ସୋଲୋଜି ଇନୋଭେଶନରେ ବିଶ୍ୱ ନେତା ରୂପେ ଭାରତ ଡିଜିଟାଲ ଅଧିକାରଗୁଡ଼ିକର ସୁରକ୍ଷା ପାଇଁ ଆଇନ ଆଣିବାରେ ସକ୍ଷମ। ତେବେ ସରକାର ଆଣିଥିବା ବର୍ତ୍ତମାନର ନିୟମ ଏହାର ବିପରୀତ। ସରକାର ନାଗରିକ ସମାଜ ସମେତ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ଏହି ନିୟମର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରନ୍ତୁ। ନୂଆ ନିୟମ ଆଇଟି ଆଇନ, ୨୦୦୦ ଅଧୀନରେ ଅଣାଯାଇଛି। ତେଣୁ ଏହାକୁ ପାର୍ଲାମେଣ୍ଟକୁ ସମୀକ୍ଷା ପାଇଁ ପଠାଯାଇ ନାହିଁ କି କୌଣସି ପକ୍ଷଙ୍କ ସହ ଏନେଇ ଆଲୋଚନା କରାଯାଇନାହିଁ ବୋଲି ଆମେ ବୁଝିପାରୁଛୁ। କିନ୍ତୁ ଆଇସିସିପିଆର୍ ଅନୁଚ୍ଛେଦ ୧୭ ଓ ୧୯ ଅନୁସାରେ ଭାରତର ଅନ୍ତର୍ଜାତୀୟ ଆଇନଗତ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଲାଗି ଏଭଳି ପ୍ରସଙ୍ଗରେ ସମସ୍ତ ପକ୍ଷଙ୍କ ସହ ଆଲୋଚନା ଜରୁରୀ। ଏସଂକ୍ରାନ୍ତରେ ଜାତିସଂଘ ପକ୍ଷରୁ ଦିଆଯାଇଥିବା ଟିପ୍ପଣୀ ଓ ଭାରତର ମନ୍ତବ୍ୟକୁ ମାନବାଧିକାର ପରିଷଦରେ ଉପସ୍ଥାପନ କରାଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.