କରୋନା ସଙ୍କଟ ଯୋଗୁ ବର୍ଷେ ହେଲାଣି ଦରମା ନେଇନାହାନ୍ତି ମୁକେଶ

ନୂଆଦିଲ୍ଲୀ,୩।୬: ଦେଶରେ କରୋନା ପ୍ରକୋପ ଏବେ ବି ଜାରି ରହିଛି। କରୋନା ସଙ୍କଟର ଭୟାବହତାକୁ ଦେଖି ରିଲାଏନ୍ସ ଇଣ୍ଡଷ୍ଟ୍ରିର (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଗତ ଆର୍ଥିକ ବର୍ଷ ୨୦୨୦-୨୧ସମୟରେ କୌଣସି ଦରମା ନେଇ ନ ଥିବା ଜଣାପଡ଼ିଛି। ବୁଧବାର ପ୍ରକାଶ ପାଇଥିବା କମ୍ପାନୀର ବାର୍ଷିକ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, କରୋନା ମହାମାରୀ ଅନେକ ଲୋକଙ୍କ ଜୀବନକୁ ନଷ୍ଟ କରିଦେଇଥିବା ବେଳେ ଏଥିଯୋଗୁ ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ହଲାଇଦେଇଛି। ଦେଶରେ ଜାରି ରହିଥିବା ସଙ୍କଟ ଯୋଗୁ ସବୁ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିବାରୁ ବହୁ ଲୋକ ବେରୋଜଗାର ମଧ୍ୟ ହୋଇଯାଇଛନ୍ତି। ତେଣୁ ମୁକେଶ ଦରମା ନ ନେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ନିଜ ଅଂଶୀଦାରଙ୍କୁ କହିଛନ୍ତି। କିନ୍ତୁ କମ୍ପାନୀର ଅନ୍ୟ କର୍ମଚାରୀମାନେ ଠିକ୍‌ ସମୟରେ ନିଜର ବେତନ ଗ୍ରହଣ କରିଥିବା ଜଣାପଡ଼ିଛି। ଅନ୍ୟପଟେ କରୋନା ସଙ୍କଟ ବର୍ଷରେ ବି ମୁକେଶ ଆମ୍ବାନୀଙ୍କ କମ୍ପାନୀ ବହୁ ଲାଭରେ ଥିବା ବେଳେ ଆୟ ମଧ୍ୟ ବୃଦ୍ଧି ପାଇଛି। ସୂଚନା ମୁତାବକ ମୁକେଶ ଅମ୍ବାନୀଙ୍କ ବାର୍ଷିକ ଆୟ ହେଉଛି ୧୫ କୋଟି ଟଙ୍କା।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.