ନୂଆଦିଲ୍ଲୀ,୪।୬: ଦେଶରେ କରୋନା ପ୍ରକୋପ ଜାରି ରହିଛି। କରୋନା ମହାମାରୀ ସମୟରେ ଅନେକ ଲୋକ ନିଜ ଆତ୍ମୀୟଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି। କିଏ ନିଜ ବାପାମା’ଙ୍କୁ ହରାଇଛି ତ କିଏ ନିଜ ପୁଅକୁ ହରାଇଛି। ଏଭଳି ସ୍ଥିତିରେ ଅନେକ ସେଲିବ୍ରିଟି ଓ ଶିଳ୍ପପତିମାନେ ଏହି ବେସାହାରା ପରିବାରବର୍ଗଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଏହି ତାଲିକାରେ ଏବେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ(ଆରଆଇଏଲ୍) ସାମିଲ ହୋଇଯାଇଛି। ନିଜ ମୃତ କର୍ମଚାରୀଙ୍କ ପରିବାରଲୋକଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଛି ରିଲାଏନ୍ସ। ରିଲାଏନ୍ସ ଫ୍ୟାମିଲି ସପୋର୍ଟ ଆଣ୍ଡ ଓ୍ବେଲଫେୟାର ସ୍କିମ ଅନୁସାରେ କରୋନା ଯୋଗୁ ନିଜର ଜୀବନ ହରାଇଥିବା କର୍ମଚାରୀଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ରିଲାଏନ୍ସ ଘୋଷଣା କରିଛି। ଏହା ଦ୍ୱାରା ସେମାନଙ୍କ ପରିବାରର ଆର୍ଥିକ ସଙ୍କଟ ଦୂର ହେବା ସହ ଭବିଷ୍ୟତ ସଜାଡିବାରେ ସହାୟକ ହେବ। ସୂଚନାଯୋଗ୍ୟ, କରୋନାରେ ଆକ୍ରାନ୍ତ ହୋଇ ମୃତୁ ଘଟିଥିବା କର୍ମଚାରୀଙ୍କ ପରିବାର ଲୋକଙ୍କୁ ୫ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ଦରମା ଦିଆଯିବ। ଏଥିସହ ପିଲାଙ୍କ ସ୍କୁଲରୁ ସ୍ନାତକ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ କମ୍ପାନୀ ଉଠାଇବ। କେବଳ ସେତିକି ନୁହେଁ, ଯେଉଁ ମୃତ କର୍ମଚାରୀମାନେ ବେତନରେ ନ ଥିଲେ ସେମାନଙ୍କର ପରିବାରଙ୍କୁ ୧୦ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇଦିଆଯିବ। ଏତଦ୍ ବ୍ୟତୀତ ମୃତ କର୍ମଚାରୀଙ୍କ ଜୀବନସାଥୀ, ବାପା ମା’ ଓ ପିଲାମାନଙ୍କୁ ମାଗଣାରେ ଆଜୀବନ ସ୍ବାସ୍ଥ୍ୟ ସେବା ଯୋଗାଇଦିଆଯିବ। ସେହିପରି ଯେଉଁ କର୍ମଚାରୀ ବା ତାଙ୍କ ପରିବାର କରୋନାରେ ଆକ୍ରାନ୍ତ ହୋଇଥିବେ ସେପର୍ଯ୍ୟନ୍ତ ଡ୍ୟୁଟିରେ ଯୋଗଦେବେ ନାହିଁ ଯେପର୍ଯ୍ୟନ୍ତ ସେମାନେ ଶାରିରୀକ ଓ ମାନସିକ ଭାବେ ସୁସ୍ଥ ଅନୁଭବ କରିବେ ନାହିଁ। ଆଉ ଏହି ସମୟର ସମସ୍ତ ଖର୍ଚ୍ଚ କମ୍ପାନୀ ବହନ କରିବ ବୋଲି ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି।
Posted inକରୋନା ଭାଇରସ୍, ଜାତୀୟ View All
ସରକାର ଲୁଚାଉଛନ୍ତି କୋଭିଡ୍ ମୃତ୍ୟୁ ସଂଖ୍ୟା
କଟକ ଅଫିସ, ୧୯।୬: ରାଜ୍ୟରେ ବାସ୍ତବ ପକ୍ଷେ ଯେତିକି କୋଭିଡ୍ଜନିତ ମୃତ୍ୟୁ ଘଟୁଛି ସରକାର ତାହାକୁ ଦର୍ଶାଉ ନାହାନ୍ତି। ଏହି ମୃତ୍ୟୁସଂଖ୍ୟାକୁ ରାଜ୍ୟ ସରକାର ଲୁଚାଉଛନ୍ତି।...
ଆଜି ଆଉ ୪୩ ଜୀବନ ନେଲା କରୋନା, ୩୬୦୦ ଟପିଲା ମୃତ୍ୟୁସଂଖ୍ୟା
ଭୁବନେଶ୍ୱର,୨୧ା୬(ବ୍ୟୁରୋ): ସୋମବାର ରାଜ୍ୟରୁ କରୋନା ମହାମାରୀ ଆଉ ୪୩ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...
ଟିକାକରଣରୁ ବଞ୍ଚିତ ହେଉଛନ୍ତି ଲୋକେ
କଟକ ଅଫିସ, ୧୨ା୬: ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବା ପାଇଁ ଘୋଷଣା କରାଯାଇଛି। ମାତ୍ର...
ବୁଡ଼ି ଯାଉଥିଲେ ଯୁବକ, ଉଦ୍ଧାର ପାଇଁ ପାଣିକୁ ଡେଇଁଲେ ଏସ୍ଆଇ; ଆଉ ତା’ ପରେ…
ଲକ୍ଷ୍ନୌ,୨୧ା୬: ଉତ୍ତରପ୍ରଦେଶର ସାହସୀ ଏସ୍ଆଇ ନିଜ ଜୀବନକୁ ବାଜି ଲଗାଇ ପାଣିରେ ବୁଡ଼ି ଯାଉଥିବା ଜଣେ ଯୁବକଙ୍କ ଜୀବନ ରକ୍ଷା କରିଛନ୍ତି। ଏସ୍ଆଇ ବା ସବ୍-ଇନ୍ସପେକ୍ଟରଙ୍କ...
ଘର ବାହୁଡ଼ା ପରେ ହଟିଲା ଜେଡ୍ ସିକ୍ୟୁରିଟି
କୋଲକାତା,୧୭।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଛାଡ଼ି ଭାଜପାର ହାତ ଧରିଥିଲେ ମୁକୁଲ ରୟ। ହେଲେ ନିକଟରେ ପୁଣି ଥରେ ତାଙ୍କର ଘର...
କାର୍ରୁ ମିଳିଲା ୪୩ କେଜି ସୁନା ବିସ୍କୁଟ୍
ନୂଆଦିଲ୍ଲୀ,୧୭।୬: ମଣିପୁର ଇମ୍ଫାଲରେ ରାଜସ୍ବ ଅଧିକାରୀଙ୍କ ଚଢ଼ାଉବେଳେ ଗୋଟିଏ କାର୍ରୁ ଜବତ ହୋଇଛି ୪୩ କେଜି ସୁନା ବିସ୍କୁଟ। ଏହାର ଆନୁମାନିକ ମୂଲ୍ୟ ୨୧ କୋଟି...
୨୮ ଖାଲି, ଅନେକ ଆଶାୟୀ
ନୂଆଦିଲ୍ଲୀ,୧୯ା୬: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ)ରୁ ଶିବସେନା ଓ ଶିରୋମଣି ଅକାଳୀ ଦଳ ଓହରିଯିବା ଏବଂ ଲୋକ ଜନଶକ୍ତି ପାର୍ଟି (ଏଲ୍ଜେପି) ଅଧ୍ୟକ୍ଷ ରାମବିଳାସ ପାଶ୍ୱାନଙ୍କ...
ଦୈନିକ ସଂକ୍ରମଣ ପୁଣି ଟପିଲା ୫୦ ହଜାର…
ନୂଆଦିଲ୍ଲୀ,୨୪।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...


