ନୂଆଦିଲ୍ଲୀ,୪।୬: ଦେଶରେ କରୋନା ପ୍ରକୋପ ଜାରି ରହିଛି। କରୋନା ମହାମାରୀ ସମୟରେ ଅନେକ ଲୋକ ନିଜ ଆତ୍ମୀୟଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି। କିଏ ନିଜ ବାପାମା’ଙ୍କୁ ହରାଇଛି ତ କିଏ ନିଜ ପୁଅକୁ ହରାଇଛି। ଏଭଳି ସ୍ଥିତିରେ ଅନେକ ସେଲିବ୍ରିଟି ଓ ଶିଳ୍ପପତିମାନେ ଏହି ବେସାହାରା ପରିବାରବର୍ଗଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଏହି ତାଲିକାରେ ଏବେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ(ଆରଆଇଏଲ୍) ସାମିଲ ହୋଇଯାଇଛି। ନିଜ ମୃତ କର୍ମଚାରୀଙ୍କ ପରିବାରଲୋକଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଛି ରିଲାଏନ୍ସ। ରିଲାଏନ୍ସ ଫ୍ୟାମିଲି ସପୋର୍ଟ ଆଣ୍ଡ ଓ୍ବେଲଫେୟାର ସ୍କିମ ଅନୁସାରେ କରୋନା ଯୋଗୁ ନିଜର ଜୀବନ ହରାଇଥିବା କର୍ମଚାରୀଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ରିଲାଏନ୍ସ ଘୋଷଣା କରିଛି। ଏହା ଦ୍ୱାରା ସେମାନଙ୍କ ପରିବାରର ଆର୍ଥିକ ସଙ୍କଟ ଦୂର ହେବା ସହ ଭବିଷ୍ୟତ ସଜାଡିବାରେ ସହାୟକ ହେବ। ସୂଚନାଯୋଗ୍ୟ, କରୋନାରେ ଆକ୍ରାନ୍ତ ହୋଇ ମୃତୁ ଘଟିଥିବା କର୍ମଚାରୀଙ୍କ ପରିବାର ଲୋକଙ୍କୁ ୫ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ଦରମା ଦିଆଯିବ। ଏଥିସହ ପିଲାଙ୍କ ସ୍କୁଲରୁ ସ୍ନାତକ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ କମ୍ପାନୀ ଉଠାଇବ। କେବଳ ସେତିକି ନୁହେଁ, ଯେଉଁ ମୃତ କର୍ମଚାରୀମାନେ ବେତନରେ ନ ଥିଲେ ସେମାନଙ୍କର ପରିବାରଙ୍କୁ ୧୦ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇଦିଆଯିବ। ଏତଦ୍ ବ୍ୟତୀତ ମୃତ କର୍ମଚାରୀଙ୍କ ଜୀବନସାଥୀ, ବାପା ମା’ ଓ ପିଲାମାନଙ୍କୁ ମାଗଣାରେ ଆଜୀବନ ସ୍ବାସ୍ଥ୍ୟ ସେବା ଯୋଗାଇଦିଆଯିବ। ସେହିପରି ଯେଉଁ କର୍ମଚାରୀ ବା ତାଙ୍କ ପରିବାର କରୋନାରେ ଆକ୍ରାନ୍ତ ହୋଇଥିବେ ସେପର୍ଯ୍ୟନ୍ତ ଡ୍ୟୁଟିରେ ଯୋଗଦେବେ ନାହିଁ ଯେପର୍ଯ୍ୟନ୍ତ ସେମାନେ ଶାରିରୀକ ଓ ମାନସିକ ଭାବେ ସୁସ୍ଥ ଅନୁଭବ କରିବେ ନାହିଁ। ଆଉ ଏହି ସମୟର ସମସ୍ତ ଖର୍ଚ୍ଚ କମ୍ପାନୀ ବହନ କରିବ ବୋଲି ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.