ପଦ୍ମପୁର, ୧।୬ (ଡି.ଏନ.ଏ.)-ବାତ୍ୟା ‘ୟାସ୍’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଦେଇ ପ୍ରବାହିତ ମନ୍ତେଈ, କଞ୍ଚୁଡ଼ି ଓ ଧଳା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ବନ୍ୟା ଆସି ନଦୀକୂଳିଆ ଗାଁ ଗୁଡ଼ିକ ଜଳମଗ୍ନ ହୋଇଯାଇଛି। ପଦ୍ମପୁର ପଞ୍ଚାୟତର ଅଗାପୁର, ସରତରପୁର, ସନନ୍ଦପୁର, ସୁଗୋ ପଞ୍ଚାୟତର କୁସୁନବିନ୍ଧା, କାଞ୍ଜିଖିଆ, କଲ୍ୟାଣପୁର, ଜଗନ୍ନାଥପ୍ରସାଦ ପଞ୍ଚାୟତର ଦଧିବାମନପୁର, ଜଗନ୍ନାଥପ୍ରସାଦ, ମିଶ୍ରପୁର, ମମାଦିଲା, କୋରବାଟିଆ, ଛତ୍ରପୁର, ବାଲିମେଦ ପଞ୍ଚାୟତର ଚାରବାଟିଆ, ଛତରପଦା, କାଳିଦାସପୁର, ଆନ୍ଦୋଳା ପଞ୍ଚାୟତର ଖାଣ୍ଟଖୁଆଡ଼, କୁଆଳି, କାଶିପୁର, ଆନ୍ଦୋଳା, ଗୋପାଳପୁର, ଲକ୍ଷ୍ମୀଦାସପୁର ପଞ୍ଚାୟତର ଶ୍ରୀବତ୍ସପୁର, ଜୀବନପୁର, ବାଲିମୁଣ୍ଡା ପଞ୍ଚାୟତର ହାବେଳି ସାହି ଓ ନନ୍ଦପାଟଣା ଗ୍ରାମ ଜଳଘେରରେ ରହିଛି। ସେହିପରି ଧାନ ବିଲରେ ୩ରୁ ୪ ଫୁଟର ପାଣି ଜମିଛି।
ବଙ୍ଗୋପସାଗରରେ ଜୁଆର ଯୋଗୁ ଏହି ୩ ନଦୀର ଜଳସ୍ତର କମି ନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ୍ୟା ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସେମାନେ ବାହାରକୁ ବାହାରି ପାରୁ ନ ଥିବା ବେଳେ ସରକାରୀ ସହାୟତା ମଧ୍ୟ ପହଞ୍ଚି ପାରୁନାହିଁ। ଅଞ୍ଚଳରେ ଶତାଧିକ କଚାଘର ଭାଙ୍ଗିଯାଇଥିଲେ ମଧ୍ୟ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ। ଅନ୍ୟପଟେ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ପଞ୍ଚାୟତକୁ ବନ୍ୟା ସମୟରେ ବ୍ୟବହାର କରାଯିବା ଲାଗି ଉଦ୍ଦିଷ୍ଟ ଥିବା ମୋଟର ଚାଳିତ ବୋଟ୍ ମନ୍ତେଈ ନଦୀ କୂଳରେ ଅକାମୀ ହୋଇ ପାଣିରେ ବୁଡ଼ି ରହିଛି। ବର୍ଷକ ତଳେ ଏହି ବୋଟ୍ର ମରାମତି କରାଯାଇଥିବା ବେଳେ ବର୍ତ୍ତମାନ ଏହା ଅଚଳ ହୋଇ ପଡ଼ିରହିଛି। ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଏହା ଲାଗିପାରୁ ନାହିଁ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.