ପୁରୁଣା ଭୁବନେଶ୍ୱର,୨୪।୬(ଡି.ଏନ୍.ଏ.): ଏକାମ୍ର ଯୋଜନା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଏହି ମେଗା ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେଉଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ଲିଙ୍ଗରାଜ ନ୍ୟୁ ମାର୍କେଟ କମ୍ପ୍ଲେକ୍ସଠାରୁ ବିନ୍ଦୁସାଗର ଉତ୍ତର ଦ୍ୱାର ରାସ୍ତାକୁ ସଂଯୋଗ କରୁଥିବା ନୂଆ ରାସ୍ତା କାର୍ଯ୍ୟ ଏଯାବତ ସମ୍ପୂର୍ଣ୍ଣ ହୋଇପାରି ନାହିଁି। ଡ୍ରୋଜର ଦ୍ୱାରା ଏହି ରାସ୍ତା ପ୍ରାୟ ୨୫ଫୁଟ ଖୋଳାଯାଇଛି। ସମ୍ପ୍ରତି ଲଗାଣ ବର୍ଷା ଯୋଗୁ ଉଭୟ ପଟୁ ମାଟି ଅତଡ଼ା ଖସୁଛି। ଏଭଳି ବର୍ଷାରେ ଆଗକୁ ମଧ୍ୟ ଅତଡ଼ା ଖସିବାର ଆଶଙ୍କା ରହିଛି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏନେଇ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର କହିଛନ୍ତି, ପ୍ରକଳ୍ପ ବିଳମ୍ବ ଯୋଗୁ ଏଭଳି ସମସ୍ୟା ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ସରକାର ପଦକ୍ଷେପ ନେବା ଉଚିତ। ଅନ୍ୟପକ୍ଷରେ ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ରାସ୍ତାରେ ଆଣ୍ଠୁଏ ପାଣି, ଯାତାୟାତ ବ୍ୟାହତ
ମୌସୁମୀ ପ୍ରଭାବରେ ଲାଗିରହିଥିବା ଲଗାଣ ବର୍ଷାରେ ବାଲିଅନ୍ତା ଅଞ୍ଚଳର ବହୁ ରାସ୍ତା ବେହାଲ ହୋଇପଡ଼ିଛି। ବିଶେଷ କରି ବାଲିଅନ୍ତା ପୁରୀ ମୁଖ୍ୟ କେନାଲରୁ ଜଗନ୍ନାଥପୁର ଭାୟା ଅଟଳାକୁ ସଂଯୋଗ କରୁଥିବା ଆର୍ଡି ରାସ୍ତାର ମଧ୍ୟବର୍ତ୍ତୀ ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ବର୍ଷାପାଣି ନିଷ୍କାସିତ ନ ହୋଇ ରାସ୍ତା ଉପରେ ଜମି ରହିବା ଯୋଗୁ ଲୋକେ ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାର ଉଭୟ ପାର୍ଶ୍ୱରେ ବଡ଼ ବଡ଼ ଆପାର୍ଟମେଣ୍ଟ ନିର୍ମାଣ ହୋଇଛି। ପାଣି ନିଷ୍କାସନ ପାଇଁ ଡ୍ରେନର ସୁବିଧା ନ ଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ପୂର୍ବରୁ ବର୍ଷାଜଳ ବିଲ ଦେଇ ସୋଠରେ ପଡୁଥିଲା। ବର୍ତ୍ତମାନ ସବୁ ଚାଷ ଜମିରେ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ ହୋଇଛି। ପାଣି ନିଷ୍କାସନ ପାଇଁ ପୂର୍ବରୁ ଥିବା ସୋଠର ଚିହ୍ନ ବର୍ଣ୍ଣ ନାହିଁ। ସୋଠ ଜବରଦଖଲ କରିବା ଯୋଗୁ ପାଣି ନିଷ୍କାସିତ ନ ହୋଇ ରାସ୍ତାରେ ଲହଡ଼ି ଭାଙ୍ଗୁଛି। ଏହି ଅଞ୍ଚଳରେ ଏକ ବିରାଟ ଜନବସତି ହୋଇଥିଲେ ମଧ୍ୟ ବର୍ଷାପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ନାହିଁ। ଏହି ଅଞ୍ଚଳଟି ପଞ୍ଚାୟତ ଏରିଆରେ ଅନ୍ତର୍ଗତ ଓ ରାସ୍ତାଟି ଆର୍ଡି ବିଭାଗ ଅଧୀନରେ ରହିଛି। ଏଥିପ୍ରତି ପ୍ରଶାସନିକ ଅଧିକାରୀମାନେ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.