Categories: ଖେଳ

ଅପମାନଜନକ ଟୁଇଟ୍‌ ପାଇଁ ରବିନସନ୍‌ ସସ୍‌ପେଣ୍ଡ

ଲଣ୍ଡନ, ୮ା୬ (ଏପି)-ଇଂଲଣ୍ଡ ଫାଷ୍ଟ ବୋଲର ଓଲି ରବିନସନ୍‌ଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ସସ୍‌ପେଣ୍ଡ କରାଯାଇଛି। ୨୦୧୨-୧୩ରେ ସୋସିଆଲ ମିଡିଆରେ ସେ ଅପମାନଜନକ ଟୁଇଟ୍‌ ପୋଷ୍ଟ କରିଥିଲେ। ରବିନସନ୍‌ଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ଆରମ୍ଭ ହୋଇଛି। ଗୁରୁବାରଠାରୁ ଖେଳାଯିବାକୁଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ଉପଲବ୍ଧ ହେବେନାହିଁ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ରବିବାର ସ୍ପଷ୍ଟ କରିଛି। ରବିନସନ୍‌ ଲଡର୍‌ସଠାରେ ସିରିଜର ପ୍ରଥମ ମ୍ୟାଚରେ ତାଙ୍କ ଟେଷ୍ଟ ପଦାର୍ପଣ କରିଥିଲେ। ନ୍ୟୁଜିଲାଣ୍ଡର ଦୁଇଟି ଇନିଂସରେ ସେ ୭ଉଇକେଟ ନେବା ସହ ଇଂଲଣ୍ଡ ପ୍ରଥମ ଇନିଂସରେ ୪୨ ରନ କରିଥିଲେ। ରବିନସନ୍‌ ତାଙ୍କ ଜାତିଆଣ ଓ ଯୌନଭିତ୍ତିକ ଟୁଇଟ ପୋଷ୍ଟ କଲାବେଳେ ତାଙ୍କୁ ୧୮ କିମ୍ବା ୧୯ ବର୍ଷ ବୟସ ହୋଇଥିଲା। ଟେଷ୍ଟମ୍ୟାଚର ପ୍ରଥମ ଦିବସରେ ତାହା ସୋସିଆଲ ମିଡିଆରେ ପୁନର୍ବାର ଦେଖିବାକୁ ମିଳିଥିଲା। ରବିନସନ୍‌ ଏହା ଯେତେବେଳ ଜାଣିବାକୁ ପାଇଲେ ସେଦିନ ଷ୍ଟମ୍ପ ଅପସାରଣ ପରେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ସେ ତାଙ୍କର ଏହି କାର୍ଯ୍ୟପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ସେ କହିଛନ୍ତି ତାଙ୍କ ଜାତିବାଦ ଓ ଯୌନବାଦ ଟିପ୍ପଣୀକୁ ନେଇ ସେ ଏବେ ଲଜ୍ଜା ଅନୁଭବ କରୁଛନ୍ତି। ଏହାକୁ ସେ ୮ ବର୍ଷ ପୂର୍ବେ ପୋଷ୍ଟ କରିଥିଲେ। ସେତେବେଳେ ସେ ସ୍ବଳ୍ପ ବୟସ୍କ ଥିଲେ। ବର୍ତ୍ତମାନ ତାହା ସାର୍ବଜନୀନ ହୋଇଛି। କିନ୍ତୁ ସେ ସ୍ପଷ୍ଟ କରିବାକୁ ଚାହାନ୍ତି ଯେ, ସେ ଜାତିବାଦୀ କିମ୍ବା ଯୌନବାଦୀ ନୁହନ୍ତି। ରବିନସନ୍‌ଙ୍କୁ ତୁରନ୍ତ ଇଂଲଣ୍ଡ କ୍ୟାମ୍ପ ଛାଡ଼ିବାକୁ ହୋଇଛି। ସେ ତାଙ୍କ କାଉଣ୍ଟି କ୍ଲବ ସସେକ୍ସକୁ ଫେରିଯିବେ। ରବିନସନ୍‌ଙ୍କୁ ସସ୍‌ପେଣ୍ଡ କରାଯିବା ପରେ କ୍ରିକେଟ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.