୨୦୨୨ରେ ଭୋଟ୍‌ ପ୍ରଚାର କରିବ ରୋବୋ

ନୂଆଦିଲ୍ଲୀ, ୨୧।୬: ଗତ ମାର୍ଚ୍ଚ, ଏପ୍ରିଲରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କୋଭିଡ୍‌ ମହାମାରୀ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆୟୋଜିତ ପ୍ରଚାର ସଭାରେ ଲକ୍ଷାଧିକ ଲୋକଙ୍କ ସମାବେଶ ହେବାରୁ ସଂକ୍ରମଣ ବଢ଼ିଥିଲା। ନେତାମାନଙ୍କ ନିର୍ବାଚନୀ ସଭା ଏକପ୍ରକାର ସୁପରସ୍ପ୍ରେଡରରେ ପରିଣତ ହୋଇଥିଲା। ଏଭଳି ବିପଦରୁ ରକ୍ଷା ପାଇବା ପାଇଁ ଆସନ୍ତା ବର୍ଷ ହେବାକୁ ଥିବା ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନରେ ନେତାମାନଙ୍କ ତରଫରୁ ରୋବୋ ପ୍ରଚାର ଅଭିଯାନରେ ସାମିଲ ହୋଇପାରେ। ଏଥିପାଇଁ ଓ୍ବାନ୍‌ଷ୍ଟାଣ୍ଡ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ‘ଦୂତ୍‌’ ନାମରେ ଏକ ରୋବୋ ବିକଶିତ କରିଛି। ମାନବ ସଦୃଶ ଏହି ରୋବୋ ବିଭିନ୍ନ ନେତାଙ୍କ କଣ୍ଠସ୍ବରରେ କଥା ହେବା ସହ ବିଭିନ୍ନ ଅଙ୍ଗଭଙ୍ଗୀ କରି ଜନସାଧାରଣଙ୍କୁ ପ୍ରଭାବିତ କରିପାରିବ।
ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହିମାଚଳପ୍ରଦେଶ, ଗୋଆ ଏବଂ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ସେଥିରେ ଉକ୍ତ ରୋବୋକୁ ପ୍ରଚାର କାର୍ଯ୍ୟରେ ସାମିଲ କରିବା ଲାଗି ବିଭିନ୍ନ ଦଳ ସହ କଥାବାର୍ତ୍ତା ଚାଲିଛି। ଗତ ଏପ୍ରିଲ୍‌ରେ ତାମିଲନାଡୁ ବିଧାନସଭା ନିର୍ବାଚନରେ ନବଗଠିତ ରାଜନୈତିକ ଦଳ ଇଣ୍ଡିଆ ମକ୍କଲ ମୁନ୍ନେତ୍ରା କାଟ୍‌ଚି (ଆଇଏମ୍‌ଏମ୍‌କେ) ପ୍ରଚାରରେ ପ୍ରଥମ ଥର ପାଇଁ ମାନବାକୃତି ରୋବୋ ବ୍ୟବହାର ଆରମ୍ଭ କରିଥିଲା। ଦୁଜି ନାମକ ଏହି ୪ ଫୁଟ ଉଚ୍ଚତା ବିଶିଷ୍ଟ ରୋବୋ କେବଳ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ତେବେ ମହାମାରୀ ସମୟରେ ଦୂତ୍‌ ନିର୍ଦ୍ଦିଷ୍ଟ ଦଳ ତଥା ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ନେତାମାନଙ୍କ ବାର୍ତ୍ତା ନେଇ ଲୋକମାନଙ୍କର ସୀମିତ ସମାବେଶକୁ ପ୍ରବର୍ତ୍ତାଇ ପାରିବ।
ଉକ୍ତ ରୋବୋର ରୋଭରରେ ଏକ ହୁଇଲ୍‌ବେସ୍‌ ଓ ଅଲ୍‌ହ୍ବିଲ୍‌ ଡ୍ରାଇଭ୍‌ ଗିଅରବକ୍ସ ରହିଛି, ଯାହା ସହାୟତାରେ ଏହା ବିଭିନ୍ନ ପୃଷ୍ଠରେ ସହଜରେ ଗତି କରିପାରିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସମର୍ଥିତ ଭଏସ୍‌ ରେକଗ୍‌ନାଇଜେଶନ ଜରିଆରେ ଏହା ରାଜନେତାଙ୍କ ତରଫରୁ ଜନସମାବେଶକୁ ସମ୍ବୋଧନ କରିବ ବୋଲି ଓ୍ବାନ୍‌ଷ୍ଟାଣ୍ଡ ଇଣ୍ଡିଆର ନିର୍ଦ୍ଦେଶକ କୁମାର କହ୍ନେୟା ସିଂ କହିଛନ୍ତି। ଏହି ରୋବୋ ଲୋକମାନଙ୍କ ସହିତ ଭାବ ବିନିମୟ କରିବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇପାରିବ। ଏଥିରେ ଥିବା ସର୍ଭୋ ମୋଟର ରୋବଟକୁ ବିଭିନ୍ନ ଅଙ୍ଗଭଙ୍ଗୀ କରିବାରେ ସହାୟକ ହେବ। ରୋବୋର ମୁଣ୍ଡରେ ଲାଗିଥିବା ଏଚ୍‌ଡି କ୍ୟାମେରା ସହାୟତାରେ ଏହା ଶ୍ରୋତାଙ୍କ ଉପରେ ନଜର ରଖିବା ସହ ସେମାନଙ୍କ ପ୍ରତିକ୍ରିୟାକୁ ଜାଣିପାରିବ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଚତୁର୍ଥ ପିଢ଼ିର ସର୍ଭୋ ମୋଟର ବିଭିନ୍ନ ଶବ୍ଦ କରିବା ସହ ଭାରତର ଉଷ୍ମ ଜଳବାୟୁରେ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ସମର୍ଥ।
ମହାମାରୀ ସମୟରେ ନେତାମାନେ ଦଳୀୟ କର୍ମୀମାନଙ୍କୁ ଭେଟି ପାରୁ ନ ଥିବାବେଳେ ରୋବୋ ପ୍ରଚାରକ ଏକ ସମୟରେ ଏକାଧିକ ସ୍ଥାନରେ ନିର୍ବାଚ ପ୍ରଚାର କରିବା ସହ ନେତାମାନଙ୍କ ମୂଲ୍ୟବାନ ସମୟ ବଞ୍ଚାଇପାରିବ। ଉକ୍ତ ମାନବାକୃତି ରୋବୋରେ ୧୦ଟି ଖଞ୍ଜା ରହିଥିବାରୁୂ ଏହା ଲୋକମାନଙ୍କୁ ହାତ ହଲାଇବା ସହ ବିଭିନ୍ନ ଭାବଭଙ୍ଗୀ କରିପାରିବ। ଓ୍ବାନଷ୍ଟାଣ୍ଡ ଇଣ୍ଡିଆ ସହ ମୁମ୍ବାଇର ଇନୋଭେଟର ସନ୍ତୋଷ ହୌଲାଓ୍ବାଲେ ମିଳିତ ଭାବେ ଏହି ମାନବାକୃତିର ରୋବୋକୁ ବିକଶିତ କରିଛନ୍ତି।

 

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.