ନୂଆଦିଲ୍ଲୀ,୧୫।୬: ଆସନ୍ତା ୧୮ ତାରିଖରୁ ୟୁକେର ସାଉଥାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ। ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଓପନର ରୋହିତ ଶର୍ମାଙ୍କୁ ଗୁରୁତ୍ୱପୂର୍ଣ୍ଣ ବ୍ୟାଟିଂ ଟିପ୍ସ ଦେଇଛନ୍ତି ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍ ଲକ୍ଷ୍ମଣ।
ମୋ ମତରେ ପ୍ରତ୍ୟେକ ଓପନରଙ୍କ ପାଇଁ ଅଫ୍ ଷ୍ଟମ୍ପ କେଉଁଠାରେ ଜାଣିବା ନିହାତି ଦରକାର। ଇନିଂସ ଓପନ କରିବା ପରଠୁ ରୋହିତ ଶୃଙ୍ଖଳିତ ପ୍ରଦର୍ଶନ କରୁଛନ୍ତି। ଅଫ୍ ଷ୍ଟମ୍ପ କେଉଁଠାରେ ତାଙ୍କୁ ଜଣା। ୟୁକେରେ ସେଭଳି ଖେଳିଲେ ରୋହିତ ସଫଳ ହେବେ। ସେ ଭାରତୀୟ ଦଳ ପାଇଁ ଜଣେ ମ୍ୟାଚ୍ ଓ୍ବିନର। ଅଫ୍ ଷ୍ଟମ୍ପ କେଉଁ ଠାରେ ଜାଣିବା ପରେ ହିଁ ଜଣେ ବ୍ୟାଟ୍ସମ୍ୟାନ ବାହାର ବଲକୁ ଛାଡ଼ିପାରିବ। ଏହା ଉପରେ ରୋହିତଙ୍କୁ ଗୁରୁତ୍ୱ ଦେବା ଦରକାର। ବୋଲ୍ଟ ତାଙ୍କୁ ଚ୍ୟାଲେଞ୍ଜ କରିପାରିବେ। କାରଣ ଅଫ୍ ଷ୍ଟମ୍ପ ବାହାରୁ ବଲକୁ ଭିତରକୁ ଆଣିବାରେ ସେ ସିଧହସ୍ତ। ଏଣୁ ଏହି ବାମହାତୀ ପେସରଙ୍କୁ ଖେଳିଲା ବେଳେ ରୋହିତ ବାମ ଗୋଡ଼ ଉଠାଇପାରିବେ ନାହିଁ। ଏହି ଦୁଇଟି କଥା ଉପରେ ରୋହିତଙ୍କୁ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ଲକ୍ଷ୍ମଣ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.