ଭାରତୀୟ କ୍ରିକେଟ ଦଳ ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର୍ ଫାଇନାଲ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ଷ୍ଟାର୍ କ୍ରିକେଟର୍ ରୋହିତ ଶର୍ମା। ଜୁନ ୧୮ରୁ ୨୨ ପର୍ଯ୍ୟନ୍ତ ସାଉଥମ୍ପଟନରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳାଯିବ। ହିଟ୍ମ୍ୟାନ ଅନ୍ତର୍ଜାତୀୟ କ୍ରିକେଟରେ ଏକ ବଡ ନାମ। କିନ୍ତୁ ୨୦୦୭ରୁ ୨୦୧୨ ମଧ୍ୟରେ ତାଙ୍କ କ୍ୟାରିୟର ବିଶେଷ ନ ଥିଲା। କିନ୍ତୁ ସେ ଓପନର୍ ଭାବରେ ଆରମ୍ଭ କରିବା ମାତ୍ରେ ତାଙ୍କ କ୍ୟାରିଅର୍ ଗତି କରିଥିଲା। ରିତିକା ସଜଦେହଙ୍କ ସହ ବିବାହ ପରେ ତାଙ୍କ କ୍ୟାରିଅର୍ କ୍ରମାଗତ ଭାବରେ ଉପରକୁ ଉଠିଥିଲା। ରୋହିତ ଶର୍ମା ଏବଂ ରିତିକା ସଜଦେହ ୨୦୧୫ରେ ବିବାହ କରିଥିଲେ। ୨୦୧୮ରେ, ଏହି ଦମ୍ପତି ଏକ ଝିଅର ମାତାପିତା ହୋଇଥିଲେ। ୩୪ ବର୍ଷୀୟ ରୋହିତ ଶର୍ମା ଟିମ ଇଣ୍ଡିଆର ମୁଖ୍ୟ ଖେଳାଳି। ଏହା ସହିତ ସେ ଜଣେ ଭଲ ସ୍ବାମୀ ଏବଂ ପିତା ମଧ୍ୟ, କିନ୍ତୁ ତାଙ୍କର ଏକ ଖରାପ ଅଭ୍ୟାସ ଅଛି ଏବଂ ସେହି ଅଭ୍ୟାସ ହେଉଛି ଭୁଲିଯିବା। ଏକ ଚାଟ ଶୋ’ରେ ରୋହିତ ଶର୍ମା ଏବଂ ତାଙ୍କ ସ୍ତ୍ରୀ ରିତିକା ଉପସ୍ଥିତ ଥିଲେ। ଶୋ’ରେ ରୋହିତ ଶର୍ମାଙ୍କ ଭୁଲିଯିବା ବିଷୟରେ ରିତିକା ହିଁ ପ୍ରକାଶ କରିଥିଲେ। ଶୋ’ରେ ସେ କହିଥିଲେ ଯେ, ରୋହିତ ମଧ୍ୟ ତାଙ୍କ ବିବାହ ମୁଦିକୁ ଥରେ ଭୁଲି ଯାଇଥିଲେ। ଏହା ପରେ ରୋହିତ ଶର୍ମା ଏହି ଘଟଣାର ଖୁଲାସା କରିଥିଲେ। ସେ କହିଥିଲେ, ବିବାହ ପରେ ନୂଆ ନୂଆ ମୁଦି ପିନ୍ଧୁଥିଲି। ଏହାକୁ ପିନ୍ଧିବାରେ ଅଭ୍ୟସ୍ତ ନ ଥିଲି। ବିବାହ ପରେ ଦଳ ସହ ପ୍ରଥମ ଗସ୍ତରେ ଯାଇଥିଲି। ବିଳମ୍ବରେ ଉଠିବା ଏବଂ ପରେ ବିମାନବନ୍ଦର ପାଇଁ ଦୌଡିବା ମୋର ବହୁତ ଖରାପ ଅଭ୍ୟାସ। ମୁଁ ସବୁବେଳେ ମୋର ସହକର୍ମୀମାନଙ୍କୁ କହିଥାଏ ଯେ, ଯେତେବେଳେ ଟ୍ରେନିଂ କିମ୍ବା ବିମାନବନ୍ଦର ଯିବ ସେତେବେଳେ ମୋ ରୁମ୍ କବାଟ ବାଡେଇ ମୋତେ ଡାକିଦେବ। ସେଦିନ ତାହା ହୋଇ ନ ଥିଲା। ମୁଁ ବିଳମ୍ବରେ ଉଠି ହଠାତ୍ ଚାଲିଗଲି। ତାପରେ ଉମେଶ ଯାଦବ ମୋ ପାଖ ଦେଇ ଗଲେ ଏବଂ ମୁଁ ତାଙ୍କ ହାତରେ ବିବାହ ମୁଦି ଦେଖିଲି। ତେଣୁ ମୁଁ କହିଲି – ଓ ଶିଟ୍ … ମୁଦି। ମୁଁ ଭଜୁ ପା’(ହରଭଜନ ସିଂ)ଙ୍କୁୁ ଏ ବିଷୟରେ କହିଲି ଯେ, ତୁମର ହୋଟେଲରେ ପରିଚୟ ଥିବା ବ୍ୟକ୍ତିଙ୍କୁ ପଚାର ହୋଟେଲରେ ମୁଁ ମୁଦି ଛାଡିଦେଇ ଆସିଛି, ସେ ଦେଖିବେ। ଧୀରେ ଧୀରେ ଏକଥା ସମସ୍ତେ ଜାଣିବାକୁ ପାଇଲେ। ତା’ପରେ ଏହାକୁ ନେଇ ବିରାଟ କୋହଲି ସେଦିନର ବଡ଼ ଖବର କରି ଦେଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.