ମହିଳାଙ୍କ ଶରୀରରେ ୨୧୬ ଦିନ ରହି ୩୦ ଥର ମ୍ୟୁଟେଶନ କଲା କରୋନା ଭୂତାଣୁ …

ଜୋହାନ୍ସବର୍ଗ,୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ଭୂତାଣୁ କିଭଳି ଜଣେ ୩୬ ବର୍ଷ ବୟସ୍କା ଏଚ୍‌ଆଇଭି ପଜିଟିଭ୍‌ ମହିଳାଙ୍କ ଶରୀରରେ ୨୧୬ ଦିନ ରହି ୩୦ ଥର ମ୍ୟୁଟେଶନ କରିଛି ସେନେଇ ଏକ ରିପୋର୍ଟ ଭାଇରାଲ ହେବାରେ ଲାଗିଛି। ମହିଳା ଜଣକ ଦକ୍ଷିଣ ଆଫ୍ରିକାରେ ବାସିନ୍ଦା। ବିଜ୍‌ନେସ୍‌ ଇନସାଇଡ଼ର ପକ୍ଷରୁ ମେଡ୍‌ରେକ୍ସିଭି ପତ୍ରିକାରେ ପ୍ରକାଶିତ ତଥ୍ୟ ଆଧାରରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଲସ୍‌ ଏଞ୍ଜେଲସ୍‌ ଟାଇମ୍ସ୍‌ ସହିତ ସାକ୍ଷାତ୍‌କାର ସମୟରେ ଷ୍ଟଡିର ଲେଖକ ଟୁଲଓ ଡି ଓଲଓ୍ବିରା କହିଛନ୍ତି ଯେ, ଏଭଳି ଅଧିକ ଘଟଣା ଚିହ୍ନଟ ହେଲେ ଗବେଷକଙ୍କ ପାଇଁ ନୂଆ ପରୀକ୍ଷାର ରାସ୍ତା ପ୍ରଶସ୍ତ ହେବ। ଏଚ୍‌ଆଇଭି ଆକ୍ରାନ୍ତଙ୍କ ଶରୀର କରୋନା ଭୂତାଣୁର ସୋର୍ସ ଭାବେ କାର୍ଯ୍ୟ କରୁଥିବା ଏହା ପ୍ରମାଣିତ ହୋଇପାରିବ। ସମ୍ପୃକ୍ତ ମହିଳାଙ୍କଠାରେ କରୋନା ସଂକ୍ରମଣର ସାଧାରଣ ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଏହାପରେ ତାଙ୍କ ଶରୀରରେ କରୋନା ଭୂତାଣୁର ସ୍ପାଇକ୍‌ ପ୍ରୋଟିନ୍‌ର ୧୩ ଥର ମ୍ୟୁଟେଶନ ହୋଇଥିଲା। ୩୦୦ ଜଣ ଏଚ୍‌ଆଇଭି ପଜିଟିଭ୍‌ ବ୍ୟକ୍ତିଙ୍କ ପରୀକ୍ଷା ସମୟରେ ମହିଳାଙ୍କଠାରେ କରୋନା ଭୂତାଣୁ ବାରମ୍ବାର ମ୍ୟୁଟେଶନ କରିଥିବା ଜଣାପଡ଼ିଥିଲା। ଚିକିତ୍ସା ପରେ ମଧ୍ୟ ସମ୍ପୃକ୍ତ ମହିଳାଙ୍କ ଶରୀରରେ କରୋନା ଭୂତାଣୁ ରହିଥିଲା। ଏହାଦ୍ୱାରା କରୋନା ସଂକ୍ରମଣ ସଙ୍କଟ ଅଧିକ ଗୁରୁତର ହେବାର ଆଶଙ୍କା ରହିଛି ବୋଲି ଓଲଓ୍ବିରା କହିଛନ୍ତି। ଦକ୍ଷିଣ ଆଫ୍ରିକାରେ ଏଚ୍‌ଆଇଭି ପଜିଟିଭ୍‌ଙ୍କ ସଂଖ୍ୟା ୭୮ ଲକ୍ଷ ଥିବାବେଳେ ୩ ଲକ୍ଷ ଟିବି ସମସ୍ୟା ଭୋଗୁଥିବା ବ୍ୟକ୍ତି ଅଛନ୍ତି। ଏମାନଙ୍କଠାରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.