ନୂଆଦିଲ୍ଲୀ,୧୫।୬: କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଚେତେଶ୍ୱର ପୂଜାରାଙ୍କ ବ୍ୟାଟିଂଶୈଳୀର ପ୍ରଶଂସା କରିଛନ୍ତି। ଅଷ୍ଟ୍ରେଲିଆରେ ଉଲ୍ଲେଖନୀୟ ଉଦ୍ୟମ ସତ୍ତ୍ୱେ ପୂଜାରା ସ୍କୋରବୋର୍ଡକୁ ଗତିଶୀଳ ରଖିବା ପାଇଁ ଆଗ୍ରହ ଦେଖାଉ ନ ଥିବାରୁ ତାଙ୍କୁ ସମାଲୋଚନା କରାଯାଇଥିଲା। ହେଲେ ଏହା ଭୁଲ ବୋଲି କହିଛନ୍ତି ସଚିନ। ପୂଜାରାଙ୍କ ବ୍ୟାଟିଂ ଭାରତୀୟ ଦଳର ସଫଳତାର ଅଭିନ୍ନ ଅଙ୍ଗ ଏବଂ ଯେଉଁମାନେ ଦେଶପାଇଁ ତାଙ୍କ ଭଳି ସଫଳତା ହାସଲ କରିନାହାନ୍ତି ସମାଲୋଚନା କରୁଛନ୍ତି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।
ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସଚିନ କହିଛନ୍ତି, ପୂଜାରାଙ୍କୁ ନେଇ ଏଭଳି ଦୃଷ୍ଟିକୋଣ ଭୁଲ ଅଟେ। ମୋତେ ଲାଗୁଛି ପୂଜାରା ଭାରତ ପାଇଁ ଯାହା ହାସଲ କରିଛନ୍ତି, ତାକୁ ପ୍ରଶଂସା କରିବା ଉଚିତ। ସବୁବେଳେ ଷ୍ଟ୍ରାଇକ୍ ରେଟ୍ କଥା ନ ଥାଏ। ଟେଷ୍ଟ କ୍ରିକେଟରେ ଦଳରେ ଫିଟ୍ ରହିବା ପାଇଁ ସମସ୍ତଙ୍କୁ ବିଭିନ୍ନ ଯୋଜନା ଏବଂ ବିଭିନ୍ନ ପ୍ରକାରର ଖେଳାଳିଙ୍କ ଆବଶ୍ୟକତା ରହିଛି। ଏହା ତୁମ ହାତର ପାଞ୍ଚ ଆଙ୍ଗୁଠି ଭଳି। ପ୍ରତ୍ୟେକ ଆଙ୍ଗୁଠିର ଭିନ୍ନ ଭୂମିକା ରହିଛି। ପୂଜାରା ଭାରତୀୟ ଟିମ୍ର ଏକ ଅବିଚ୍ଛେଦ ଅଙ୍ଗ। ସେ ଭାରତ ପାଇଁ ଯାହା କରିଛନ୍ତି ତାକୁ ମୁଁ ପସନ୍ଦ କରେ। ତାଙ୍କର ପ୍ରତ୍ୟେକ ଇନିଂସକୁ ପରଖିବା ପରିବର୍ତ୍ତେ ଏବେ ଯାଏ ସେ ଯାହା କରିଛନ୍ତି ତାହାକୁ ପ୍ରଶଂସା କରିବା ଉଚିତ ବୋଲି ସଚିନ କହିଛନ୍ତି।
ଏହାଛଡ଼ା ଯେଉଁମାନେ ପୂଜାରାଙ୍କ କୌଶଳ ଏବଂ ରନ୍ ସ୍କୋର କରିବାର କ୍ଷମତା ଉପରେ ପ୍ରଶ୍ନ କରନ୍ତି, ମୋତେ ଲାଗୁନାହିଁ ସେମାନେ ପୂଜାରାଙ୍କ ଭଳି ଟପ୍-ଶ୍ରେଣୀ କ୍ରିକେଟ ଖେଳିଛନ୍ତି। ଲୋକଙ୍କ ଦୃଷ୍ଟିକୋଣ ବଦଳି ଯାଇଛି। ଟି-୨୦ କାରଣରୁ ପଡ଼ିଆ ବାହାରକୁ ବଲ୍ ମାରିବାକୁ ହିଁ ପ୍ରଶଂସା କରାଯାଉଛି। ଯିଏ ଏଭଳି କରନ୍ତି ସେ ଜଣେ ଭଲ ଖେଳାଳି ଭାବେ ବିବେଚିତ ହୁଅନ୍ତି। ସେଠାରେ ବଡ ଶଟ୍ ହିଟ୍ର ଭଲ ଟେଷ୍ଟ ଖେଳାଳି ହେବା ଜରୁରୀ ନ ଥାଏ। ହେଲେ ଟେଷ୍ଟ କ୍ରିକେଟରେ କେବଳ ବଲ୍କୁ ମାରିବା ଏବଂ ବଡ୍ ଶଟ୍ ଖେଳିବାକୁ ଚେଷ୍ଟା କରିବା ଠାରୁ ଅଧିକ କିଛି କରିବାକୁ ପଡ଼ିବ। ଷ୍ଟ୍ରାଇକ୍ ରେଟ୍କୁ ନେଇ ଚିନ୍ତା ଥିଲେ ଭାରତ ପାଖରେ ଆକ୍ରମଣାତ୍ମକ ବ୍ୟାଟିଂ ଲାଇନ୍ ଅପ୍ ରହିଛି। ରିଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜା ଅଛନ୍ତି। ହେଲେ ଯେତେବେଳେ ବିରୋଧୀ ଟିମ୍କୁ କ୍ଲାନ୍ତ କରିବାର କଥା ଆସେ ସେତେବେଳେ ପୂଜାରାଙ୍କ ଭଳି ଖେଳାଳିଙ୍କ ଆବଶ୍ୟକତା ରହିଛି ବୋଲି ସଚିନ ମଧ୍ୟ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.