ଲକ୍ଷ୍ନୌ,୨।୬ : ରାତ୍ରି ଭୋଜନରେ ସାଲାଡ ଦେବାରେ ବିଳମ୍ବ ହେବାରୁ ସ୍ତ୍ରୀଙ୍କୁ ବେଲଚାରେ ପିଟି ପିଟି ହତ୍ୟା କରିଛନ୍ତି ସ୍ବାମୀ। ଉତ୍ତର ପ୍ରଦେଶର ଶାମଲି ଜିଲାର ଗୋଗାଓ୍ବାନ ଜଲାଲପୁରରୁ ଘଟିଛି ଏଭଳି ଘଟଣା। ହତ୍ୟା ପରଠାରୁ ଅଭିଯୁକ୍ତ ସ୍ବାମୀ ଫେରାର ଅଛନ୍ତି। ମୁରଲି (୪୫)ଙ୍କ ନାମରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ସ୍ଥାନୀୟ ପୋଲିସ।
ସୋମବାର ରାତିରେ ଖାଇବାବେଳେ ସାଲାଡ ଦାବି କରିଥିଲେ ମୁରଲି। ସ୍ତ୍ରୀ ସୁଦେଶ ଅନ୍ୟ କାମରେ ବ୍ୟସ୍ତ ଥିବାରୁ ସାଲାଡ ଦେବାରେ ବିଳମ୍ବ ହୋଇଥିଲା। ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ପରେ ସୁଦେଶଙ୍କୁ ଚାଷ କାର୍ଯ୍ୟରେ ବ୍ୟବହୃତ ବେଲଚାରେ ଆକ୍ରମଣ କରିଥିଲେ। ମା’ଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିବା ୨୦ ବର୍ଷୀୟ ପୁଅ ମଧ୍ୟ ଏହି ଘଟଣାରେ ଗୁରୁତର ହୋଇଛନ୍ତି।
ଚିତ୍କାର ଶୁଣିବା ପରେ ପଡ଼ୋଶୀମାନେ ଘଟଣା ସ୍ଥଳରେ ପହଞ୍ଚି ସୁଦେଶ ଓ ତାଙ୍କ ପୁଅଙ୍କୁ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ପୁଅର ଅବସ୍ଥା ଗୁରୁତର ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.