Categories: ଜାତୀୟ

ଟିକା ନେଲେ ମୂଲାୟମ: ଉପମୁଖ୍ୟମନ୍ତ୍ରୀ କହିଲେ, କ୍ଷମା ମାଗନ୍ତୁ ଅଖିଳେଶ

ଲକ୍ଷ୍ନୌ,୭।୬: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ସୋମବାର ଲକ୍ଷ୍ନୌରେ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବରୁ ମୂଲାୟମ୍‌ଙ୍କ ପୁଅ ତଥା ଏସପି ସଭାପତି ଅଖିଳେଶ ଯାଦବ କରୋନା ଟିକାକୁ ବିରୋଧ କରିଥିଲେ ଏବଂ କହିଥିଲେ ଯେ ସେ ଏହି ଟିକା ନେବେ ନାହିଁ। ତାଙ୍କ ବିବୃତ୍ତିକୁ ନେଇ ସୋସିଆଲ ମିଡିଆରେ ପ୍ରବଳ ଚର୍ଚ୍ଚା ପ୍ରକାଶ ପାଇଥିଲା। ଅଖିଳେଶ କହିଥିଲେ ଯେ, ମୁଁ କରୋନା ଟିକା ନେବି ନାହିଁ। ଏହି ଟିକା ତ ଭାଜପା ଲୋକଙ୍କର। ମୁଁ ଏହାକୁ କିପରି ବିଶ୍ୱାସ କରିପାରିବି? ’ରାଜ୍ୟ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଅଖିଳେଶଙ୍କ ଏହି ମନ୍ତବ୍ୟ ଡାକ୍ତର ତଥା ବୈଜ୍ଞାନିକଙ୍କ ଅପମାନ ବୋଲି କହିଥିଲେ। ପାଇଁ ସେ ଏନେଇ କ୍ଷମା ମାଗନ୍ତୁ ବୋଲି ମୌର୍ଯ୍ୟ କହିଥିଲେ। ତେବେ କିଛି ସମୟ ପରେ ଅଖିଳେଶ ଯାଦବ ତାଙ୍କ ବିବୃତ୍ତି ପ୍ରତ୍ୟାହାର କରି କହିଥିଲେ ଯେ ସମ୍ପୂର୍ଣ୍ଣ ପରୀକ୍ଷା ପରେ ସେ କରୋନା ଟିକା ନେବେ।
ଏବେ ମୂଲାୟମ ଟିକା ନେବା ପରେ ଉପମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ସ୍ବଦେଶୀ ଟିକା ନେଇଥିବାରୁ ଏସପି ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କୁ ଧନ୍ୟବାଦ। ତୁମେ ଏହି ଟିକା ନେବା ହେଉଛି ଏକ ପ୍ରମାଣ। ଏହି ଟିକା ବିଷୟରେ ଗୁଜବ ଏସପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଅଖିଳେଶ ଜୀ ବିସ୍ତାର କରିଥିଲେ। ଅଖିଳେଶ ଜୀ ଏଥିପାଇଁ କ୍ଷମା ମାଗିବା ଉଚିତ୍‌।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.