ଛତ୍ରପୁର,୧।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଋଷିକୁଲ୍ୟା ନଦୀରୁ ଆନ୍ଧ୍ରପ୍ରଦେଶକୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଛି। ଏହି ଚୋରା ଚାଲାଣ ପ୍ରାୟ ରାତ୍ର ସମୟରେ ଚାଲୁଥିବା କୁହାଯାଉଛି। ଏନେଇ ବାରମ୍ବାର ଜିଲାପ୍ରଶାସନ ନିକଟରେ ଅଭିଯୋଗ ହେବା ପରେ କିଛି ଦିନ ତଳେ ପୋଲିସ ପକ୍ଷରୁ ଚଢାଉ କରାଯାଇ କେତେକ ଟ୍ରକ ଜବତ ହୋଇଥିଲା। ହେଲେ କିଛି ଦିନର ନିରବତା ପରେ ପୁଣି ବାଲି ମାଫିଆମାନେ ମାତିଥିବା ଦେଖିବାକୁ ମିଳିଛି। ଲକ୍ଡାଉନର ଫାଇଦା ନେଇ ବାଲି ମାଫିଆମାନେ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ କରୁଥିବା ଜଣାପଡ଼ିଛି। ଫଳରେ ସୋମବାର ବିଳମ୍ବିତ ରାତିରେ ଗଞ୍ଜାମ ହୁମ୍ମା ନିକଟରେ ଏକ ବାଲି ଗାଡି ଉପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଚାନକ ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ପ୍ରାୟ ୩୦ ଗାଡ଼ି ଜବତ କରାଯାଇଛି। ଏହି ସମୟରେ ଛତ୍ରପୁର ଉପଜିଲାପାଳ, ତହସିଲଦାର ଓ ପୋଲିସ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟପଟେ ଜବତ ହୋଇଥିବା ଗାଡ଼ି ମଧ୍ୟରେ ଅନେକ ଗାଡ଼ି ଆନ୍ଧ୍ରର ନମ୍ବର ରହିଥିବା ଜଣାପଡିଛି। ଏହି ଚୋରା ଚାଲାଣ ପଛରେ ମାଷ୍ଟର ମାଇଣ୍ଡ କିଏ ରହିଛି ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ଜୋର ଧରିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.