ଢେଙ୍କାନାଳ ଅଫିସ, ୩।୬: କୁହାଯାଏ କୁକୁର ହେଉଛି ଭାରି ବିଶ୍ୱସ୍ତ। ଏହି ଗୃହପାଳିତ ପ୍ରାଣୀର ଉପସ୍ଥିତ ବୁଦ୍ଧି ଯୋଗୁ ଅନେକ ଜୀବନ ବଞ୍ଚତ୍ୟାଇଥିବା ନଜିର ରହିଛି। ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଷଡଙ୍ଗୀ ରେଞ୍ଜ୍ ଖଙ୍କିରା ଗ୍ରାମ ବ୍ରାହ୍ମଣୀ ତଇଳା ଅଞ୍ଚଳରେ। ଏକ ପୋଷା କୁକୁର ପାଇଁ ଖେଳପଡ଼ିଆରେ ଥିବା ବହୁ ପ୍ରାତଃ ଭ୍ରମଣକାରୀ ହାତୀପଲ ହାବୁଡ଼ରୁ ବର୍ତ୍ତିଯାଇଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ଗୁରୁବାର ସକାଳେ ସବୁଦିନ ପରି ବ୍ରାହ୍ମଣୀ ତଇଳା ଖେଳପଡ଼ିଆରେ ସ୍ଥାନୀୟ ଅଞ୍ଚଳବାସୀ ପ୍ରାତଃଭ୍ରମଣ କରୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତିଙ୍କ ସହ ଆସିଥିବା ଏକ ପୋଷା କୁକୁର ହଠାତ୍ ଭୁକିବା ସହ ପଡ଼ିଆର ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲା। କୁକୁରର ଏଭଳି ଅସ୍ବାଭାବିକ ଆଚରଣରେ ଲୋକେ ସତର୍କ ହୋଇଯାଇଥିଲା। ଏହି ସମୟରେ ନିକଟ ଜଙ୍ଗଲରୁ ଏକ ପଲରେ ୬ ହାତୀ ବାହାରି ଖେଳପଡ଼ିଆରେ ପ୍ରବେଶ କରିବା ସହ ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ତେବେ କୁକୁର ଭୁକିବାରୁ ସତର୍କ ହୋଇଯାଇଥିବା ପ୍ରାତଃଭ୍ରମଣକାରୀ ହାତୀପଲ କବଳରୁ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ଏଥିରେ କାହାରି କୌଣସି କ୍ଷତି ହୋଇନାହିଁ। ସୂଚନା ପାଇ ବନ କର୍ମଚାରୀ ପହଞ୍ଚତ୍ ହାତୀପଲ ଉପରେ ନଜର ରଖିଥିଲେ।
ଏ ସମ୍ପର୍କରେ ଖଙ୍କିରା ବିଟ୍ ହାଉସର ଫରେଷ୍ଟ ଗାର୍ଡ ରଶ୍ମିରଞ୍ଜନ ଦାସ କୁହନ୍ତି, ଉକ୍ତ ୬ ହାତୀ ସୀମାନ୍ତ ଯାଜପୁର ଜିଲାରୁ ବ୍ରାହ୍ମଣୀ ତଇଳା ଅଞ୍ଚଳକୁ ଚାଲି ଆସିଥିଲେ। ସନ୍ଧ୍ୟାରେ ଉକ୍ତ ହାତୀପଲ କପିଳାସ ଅଭୟାରଣ୍ୟରେ ପ୍ରବେଶ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.