E-Paper
  • logo
  • Monday 30th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଢେଙ୍କାନାଳ

ବ୍ରତ ଚିନ୍ତାରେ ସାବିତ୍ରୀ
11:06 amJune 10, 2021

ଭୁବନ, ୧୦।୬(ଡି.ଏନ.ଏ.) ଭୋର୍‌ ସମୟରୁ ମନ୍ଦିର ହେବ ପୋଲିସ ଛାଉଣି। କାହାରିକୁ ପୀଠ ଭିତରକୁ ପ୍ରବେଶ କରିବାକୁ ମିଳିବନି ଅନୁମତି। ମନ୍ଦିର ପରିଚାଳନା କମିଟି କଟକଣା ଭାଙ୍ଗି ପୂଜା କରିବାକୁ ଅନୁମତି ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଶାସନର ଏଭଳି କଡ଼ା ତାଗିଦ୍‌ ପରେ ପୂଜା କେମିତି ହେବ, ପୁରାଣ କେମିତି ପଢ଼ାଯିବ ଏବଂ ବ୍ରତ କେମିତି ପାଳନ କରାଯିବ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସାବିତ୍ରୀ। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କାମଚଳାରେ ବ୍ରତ ପାଳନ କରିବାକୁ ମାନସିକସ୍ତରରେ ପ୍ରସ୍ତୁତ ହେଉଛନ୍ତି ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳର ବ୍ରତଧାରୀ।
ମହାମାରୀ ପାଇଁ ଫିକା ପଡୁଛି ଗୋଟିଏ ପରେ ଗୋଟିଏ ପ୍ରମୁଖ ପର୍ବପର୍ବାଣି। ଗତବର୍ଷ ଭଳି ଚଳିତ ବର୍ଷ ଓଡ଼ିଆ ଘରର ପ୍ରମୁଖ ପର୍ବ ସାବିତ୍ରୀ ଅମାବାସ୍ୟା ଉପରେ ଲାଗିଛି କରୋନା ଗ୍ରହଣ। ଦ୍ୱିତୀୟ ଲହର ସଂକ୍ରମଣ ରୋକିବାକୁ ମେ ପ୍ରଥମ ସପ୍ତାହରୁ ରାଜ୍ୟରେ ଲକ୍‌ଡାଉନ୍‌ ଚାଲିଥିବାବେଳେ ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରବେଶ ବାରଣ କରାଯାଇଛି। ପୀଠରେ କେବଳ ଠାକୁରଙ୍କ ନୀତିକାନ୍ତି ହେଉଛି। ଏଭଳି ସ୍ଥିତିରେ ଗୁରୁବାର ହେଉଥିବା ସାବିତ୍ରୀ ଅମାବାସ୍ୟ ପାଳନକୁ ନେଇ ସଧବାଙ୍କ ଚିନ୍ତା ବଢ଼ିଛି। ସେମାନେ ଘରେ ପୂଜକଙ୍କୁ ଡାକି ନିରାଡମ୍ବର ଭାବେ ପୂଜା କରିବାକୁ ଯୋଜନା କରୁଛନ୍ତି।
ଅନ୍ୟପଟେ ଏବେ ବ୍ଲକରେ ସଂକ୍ରମଣ ସ୍ଥିତିରେ ସୁଧାର ଆସୁଛି। ଏଭଳି ସମୟରେ ସାମାନ୍ୟ ଅବହେଳା ପରିସ୍ଥିତି ବିଗାଡ଼ି ଦେଇପାରେ। ତେଣୁ ମନ୍ଦିରରେ କଟକଣା ଜଗିବା, ଅମାନିଆଙ୍କୁ ସାବାଡ଼ କରିବାକୁ ପୋଲିସ ପ୍ରଶାସନ ସଜାଗ ହୋଇଉଠିଛି। ଏ ନେଇ ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର କୁହନ୍ତି, ସାବିତ୍ରୀ ପାଇଁ ବଜାର ଭିଡ଼ ହେବାର ଆଶଙ୍କା ରହିଛି। ଗହଳି ନିୟନ୍ତ୍ରଣ କରିବା ଏବଂ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ଲାଗି ସ୍ବତନ୍ତ୍ର ଯୋଜନା କରାଯାଇଛି। ଭୋର୍‌ ୪ଟାରୁ ଅଞ୍ଚଳର ପ୍ରମୁଖ ମଠମନ୍ଦିରଗୁଡ଼ିକ ନିକଟରେ ପୋଲିସ ମୁତୟନ କରାଯିବ। ଅମାନିଆ ହୋଇ ବ୍ୟବସାୟ କଲେ ଦୋକାନ ସିଲ୍‌ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ମନକଷ୍ଟ ହେଉଛି
କରୋନା ପାଇଁ କେବଳ ଧନଜୀବନ ହାନି ହେଉନି, ଏହାର ପ୍ରଭାବରେ ସାଂସ୍କୃତିକ ଜୀବନ ମଧ୍ୟ ପ୍ରଭାବିତ ହେଉଛି। ସାବିତ୍ରୀ ବ୍ରତ ପାଳନରେ ସମସ୍ୟା ଉପୁଜୁଥିବାରୁ ମନରେ କଷ୍ଟ ହେଉଛି। ସରକାରଙ୍କ ନିୟମ ମାନି ଘରେ ରହି ପୂଜାର୍ଚ୍ଚନା କରିବି।
-ଗୀତାଞ୍ଜଳି ମହାରଣା, ବ୍ରତଧାରୀ

ଘରୁ ଭାର ଆସିପାରିଲାନି
ସାବିତ୍ରୀରେ ବାପଘରୁ ଭାର ଆସେ। ଚଳିତବର୍ଷ ଗାଡ଼ିମୋଟର ଚଳାଚଳ ବନ୍ଦ ଥିବାରୁ ଭାର ଆସିପାରିଲାନାହିଁ। ଏହା ବଦଳରେ ବ୍ୟାଙ୍କ ଖାତାକୁ ଟଙ୍କା ଆସିଛି। ଏଭଳି ସମସ୍ୟା କେବେ ଉପୁଜି ନ ଥିଲା। ତଥାପି ଜୀବନ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ପଡ଼ିବ।
-ଗାୟତ୍ରୀ ପାତ୍ର, ବ୍ରତଧାରୀ

ବ୍ରତପାଳନ ଫିକା ପଡ଼ିବ
ସରକାରୀ ନିର୍ଦ୍ଦେଶ ପରେ ଲୁଗାଦୋକାନ, ଷ୍ଟେଶନାରି ଦୋକାନ ସବୁ ବନ୍ଦ ରହିଛି। ପୂଜା ଉପକରଣ କିଣିବାରେ ସମସ୍ୟା ହେଉଛି। ଆବଶ୍ୟକ ସାମଗ୍ରୀ ଏବଂ ଫଳ ଦର ଆକାଶ ଛୁଅଁା ହୋଇଛି। ଚଳିତ ବର୍ଷ ଘରେ ପୂଜା ହେଉଥିବାରୁ ବ୍ରତପାଳନ ଫିକାପଡ଼ିବ।
-ଏଲିନା ସାହୁ, ବ୍ରତଧାରୀ

ବୁଡ଼ିଗଲା ବର୍ଷକର ବେପାର
ସାବିତ୍ରୀ ଏବଂ ରଜ ମହୋତ୍ସବ ଓଡ଼ିଆ ଘରର ପ୍ରମୁଖ ପର୍ବ। ଲୁଗା ବ୍ୟବସାୟୀମାନେ ଏଭଳି ପ୍ରମୁଖ ପର୍ବରେ ଭଲ ବ୍ୟବସାୟ ଆଶାରେ ରହିଥାଆନ୍ତି। ସାବିତ୍ରୀ ଏବଂ ରଜ ପାଇଁ ଲକ୍ଷାଧିକ ଟଙ୍କାର ଲୁଗା କିଣି ଆଣି ରଖାଯାଇଥିଲା। ହେଲେ ଦୋକାନ ବନ୍ଦ ଥିବାରୁ ବର୍ଷକର ବେପାର ବୁଡ଼ିଗଲା।
-ଦୁର୍ଗାପ୍ରସାଦ ବଲଦଓ୍ବୋ, ଲୁଗା ବ୍ୟବସାୟୀ


[mc4wp_form id="252536"] All Right Reserved By Dharitri.Com

Posted inଢେଙ୍କାନାଳ View All

ମଉଳିଲା ରଜମଉଜ

କାମାକ୍ଷାନଗର, ୧୬।୬(ଡି.ଏନ.ଏ.) – କରୋନା ଆସିବା ଦିନରୁ ଓଡ଼ିଆ ଘରର ସବୁ ପର୍ବପର୍ବାଣି ମଉଳିଯାଇଛି। ଜନସମାଗମ ଉପରେ କଟକଣା ଜାରି କରାଯାଇଥିବାରୁ ଏକାଠି ହୋଇ ଉତ୍ସବ...

ସ୍ବାମୀଙ୍କୁ ଛାଡ଼ି ଥାନାରେ ପ୍ରେମିକଙ୍କୁ ବିବାହ

ହିନ୍ଦୋଳ,୩।୬: ବିବାହିତା ଥିଲେ। ହସଖୁସିର ପରିବାର ଥିଲା। ତଥାପି ଆଉ ଜଣଙ୍କୁ ମନ ଦେଇଥିଲେ ମହିଳା। ସ୍ବାମୀଙ୍କୁ ଛାଡ଼ି ୧୫ ଦିନ ତଳେ ପ୍ରେମିକଙ୍କ ସହ...

ବିନା ମଉଜରେ ରଜ

ସାତମାଇଲ, ୧୪।୬:  ସ୍ଥିତି ଠିକ୍‌ ଥିଲେ ଏତେବେଳକୁ କମ୍ପୁଥାଆନ୍ତା ମହୋତ୍ସବ ପଡ଼ିଆ। ବନ୍ଧା ସରନ୍ତାଣି ଦୋଳି। ପସରା ମେଲାଇ ସାରନ୍ତେଣି ବ୍ୟବସାୟୀ। ଖୋଲି ସାରିଥାଆନ୍ତା ମିନାବଜାର।...

କରୋନା ପାଇଁ କଇଁଚି ବନ୍ଦ

ଭୁବନ, ୪।୬(ବିପିନ ବିହାରୀ ସେଠୀ) କରୋନା ଆସିଲାନି ଯେ, ଉଜାଡ଼ିଦେଲା ଜୀବିକା। ମହାମାରୀର ବିଭୀଷିକା, ଭୂତାଣୁ ଭୟ ଭିତରେ ଜୀବନ ବଞ୍ଚାଇବା ଯେଉଁଠି କାଠିକର ପାଠ,...

ଅମାନବୀୟ: ପଥରରେ ଛେଚି ପ୍ରେମିକାଙ୍କ ଗର୍ଭପାତ, ବିବାହିତ ଥିବା କଥା ଲୁଚାଇଥିଲେ

ପରଜଙ୍ଗ, ୧୩।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ମରଣାନ୍ତକ ଆକ୍ରମଣରେ ୯ମାସର ଗର୍ଭବତୀ ଥିବା...

ବଢୁଛି ବଜ୍ରପାତ ବିପତ୍ତ

ଢେଙ୍କାନାଳ ଅଫିସ, ୧୨।୬ ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ବଜ୍ରପାତ ବିପତ୍ତି ବଢ଼ିବାରେ ଲାଗିଛି। ଜିଲାରେ ଗତ ୩ ବର୍ଷ ମଧ୍ୟରେ ଚଡ଼କ ୪୮ ଜଣଙ୍କ ଜୀବନ...

 ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ

ହିନ୍ଦୋଳ,୨୧।୬: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାଶୋଳ ଥାନା ଅନ୍ତର୍ଗତ ଦଣ୍ଡିରୀ ତଳବହାଙ୍ଗିଆ ସାହିରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ...

ପୋଲିସ କଲା ରାଜପଥ ମରାମତ

କାମାକ୍ଷାନଗର,୧।୬(ଡି.ଏନ.ଏ.) ମହାମାରୀ ସମୟରେ ଆଗଧାଡ଼ିର ଯୋଦ୍ଧା ଭାବେ ଦିନରାତି କାର୍ଯ୍ୟ କରୁଥିବା ପୋଲିସ ରାଜପଥ ମରାମତି ପରି କାର୍ଯ୍ୟ କରି ବେଶ୍‌ ପ୍ରଶଂସା ସାଉଣ୍ଟିଛି। ଏହି...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଟିମ୍‌ ଇଣ୍ଡିଆର ୩ ବ୍ୟାଟ୍ସ୍‌ମ୍ୟାନ୍‌ ଆଇସିସିର ଟପ୍‌ ୧୦ରେ…
Next Post Next post:
ନଳକୂଅ ଧରାଇ ନୀରବ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts