ସତ୍ୟବାନ ଅର୍ଥ ଯିଏ ସତ୍ୟରେ ଅଧିଷ୍ଠିତ ଆଉ
ସାବିତ୍ରୀ ଅର୍ଥ ଯିଏ ସମର୍ପିତା। ସତ୍ୟ ପ୍ରତି ସମର୍ପିତ ହେଲେ ମଣିଷ ମୃତ୍ୟୁକୁ ବି ଜୟ କରିପାରେ। ଏହା ହିଁ ପୌରାଣିକ ଉପାଖ୍ୟାନ ସାବିତ୍ରୀ ବ୍ରତ କଥାର ସାର କଥା। କିନ୍ତୁ ଏହି ମୂଳ ତତ୍ତ୍ୱକୁ ଭୁଲି ଲୋକେ ଏବେ ବାହ୍ୟ ଆଡ଼ମ୍ବରକୁ ବେଶି ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ସାବିତ୍ରୀ ବ୍ରତ ଏବେ ଖାଲି ନୂଆ ଶାଢ଼ୀ, ଚୁଡ଼ି ଆଉ ଫଳମୂଳରେ ସୀମିତ ରହିଯାଇଛି। ହେଲେ କରୋନା ଲକ୍‌ଡାଉନ ପାଇଁ ଏହି ଆଡ଼ମ୍ବର ଏବେ ଫିକା ପଡ଼ିଛି। ମନ୍ଦିର ବନ୍ଦ,
ଦୋକାନ ବଜାରରେ ତାଲା ଆଉ ବାହାରକୁ ବାହାରିବା ମନା। ତେଣୁ ଘର ଭିତରେ ରହି ବ୍ରତ ପାଳନ କରିବାକୁ ଏକରକମ
ବାଧ୍ୟ ହୋଇଛନ୍ତି ମହିଳାମାନେ…

 

କରୋନା ଲକ୍‌ଡାଉନ୍‌ ପାଇଁ ଏବେ ସବୁ ବନ୍ଦ। ତେଣୁ ଏଥର ସାବିତ୍ରୀ ବ୍ରତକୁ ଯେନତେନ ପ୍ରକାରେ କରିବା ପାଇଁ ବାଧ୍ୟ ହେଉଛନ୍ତି ମହିଳାମାନେ। ହେଲେ ମନ ମାନୁଛି କେଉଁଠୁ! ଏଥିପାଇଁ ମହିଳାମାନେ ଆପଣାଇଛନ୍ତି ଅନେକ ବିକଳ୍ପ। କିଏ କେଉଁ ପ୍ରକାରରେ ହେଉ ନୂଆ ଶାଢ଼ୀ, ଚୁଡ଼ି ଆଉ ଫଳମୂଳ ଆଦି ପୂଜା ସାମଗ୍ରୀ ସବୁକିଛି ଯୋଗାଡ଼ କରିବା ପାଇଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି।
ଅନ୍‌ଲାଇନ୍‌ ବିକଳ୍ପ: ଏଥର ସାବିତ୍ରୀ ପୂଜା ପାଇଁ ଅଧିକାଂଶ ମହିଳା ଅନଲାଇନ୍‌ ବିକଳ୍ପକୁ ବେଶି ବ୍ୟବହାର କରୁଛନ୍ତି। କାରଣ ଦୋକାନ ବଜାର ସବୁ ବନ୍ଦ ରହିଥିବାରୁ ନୂଆ ଶାଢ଼ୀ କିଣିବା ପାଇଁ ଏଇଟା ହିଁ ଏକମାତ୍ର ମାଧ୍ୟମ ହୋଇଛି। ଅନ୍‌ଲାଇନରେ ନୂଆ ଶାଢ଼ୀ ସାଙ୍ଗକୁ ଅନ୍ୟ ସବୁ କସମେଟିକ୍‌ ଓ ଚୁଡି ଗହଣା ଆଦି ସବୁକିଛି ମିଳିଯାଉଛି। ତେଣୁ ଲକ୍‌ଡାଉନ୍‌ ଥିଲେ ବି ଏହି ମାଧ୍ୟମ ଏବେ ସମସ୍ତଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରିଛି।
ସାବିତ୍ରୀ କ୍ରେଜ ନାହିଁ: ଏଥର ସାବିତ୍ରୀ ପୂଜା ପାଇଁ ସେମିତି କ୍ରେଜ ଆଉ ନାହିଁ। କାହିଁକି ନା ଘରେ ରହି ସବୁ କିଛି କରିବାକୁ ହେବ। ମନ୍ଦିର ଖୋଲା ନାହିଁ କି ବାହାରକୁ କାହା ଘରକୁ ବି ଯାଇ ହେବନି। ତେଣୁ ଘରେ ରହି କେବଳ ପୂଜା କରିବାକୁ ମହିଳାମାନେ ବାଧ୍ୟ ହୋଇଛନ୍ତି। ଅନ୍ୟ ବର୍ଷ ତୁଳନାରେ ସାବିତ୍ରୀ ପୂଜା ପାଇଁ ସଜବାଜ ହୋଇ ମନ୍ଦିର ଯିବା କିମ୍ବା ଅନ୍ୟ କାହା ଘରକୁ ବୁଲି ଯିବା ସମ୍ଭବ ନୁହେଁ। ତେଣୁ ଏଥର ଫିକା ପଡିଛି ନାରୀମାନଙ୍କର ଏହି ମହାନ୍‌ ପର୍ବ ସାବିତ୍ରୀ ବ୍ରତ।
ପରମ୍ପରା ବଞ୍ଚିଛି: ମଣିଷ ଯେତେ ଆଧୁନିକ ହେଲେ ବି ଅନେକ ସମୟରେ ନିୟତି ଆଗରେ ଅସହାୟ ମନେକରେ। ସେଥିପାଇଁ ନାରୀଟିଏ କେତେବେଳେ ପିଲାମାନଙ୍କ ପାଇଁ ତ କେବେ ସ୍ବାମୀଙ୍କ ପାଇଁ ବିଭିନ୍ନ ପ୍ରକାରର ଓଷା କରିଥାଏ। ଏଥର ଲକ୍‌ଡାଉନରେ ବି ମହିଳାମାନେ ପ୍ରତିକାତ୍ମକଭାବେ ପୂଜା କରିବାର ପ୍ରୟାସ ଚଳାଇଛନ୍ତି। ଏକାଠି ସାମୂହିକଭାବେ ପୂଜା କରିବା ସମ୍ଭବ ହେଉ ନ ଥିଲେ ବି ଘରେ ଏକା ଏକା ପୂଜା କରିବାର ନିଷ୍ପତ୍ତି ନେଇଛନ୍ତି। ତେଣୁ ନିରାଡ଼ମ୍ବରଭାବେ ହେଲେ ବି ପରମ୍ପରାକୁ ସମ୍ମାନ ଜଣାଇ ମହିଳାମାନେ ସେମାନଙ୍କର ସମର୍ପଣ ଓ ଭକ୍ତିଭାବ ପ୍ରଦର୍ଶନ କରିଛନ୍ତି।
ଏମାନେ କ’ଣ କହନ୍ତି
ଘରେ ପୂଜା କଲେ ଶାନ୍ତି ମିଳିବ: ପୂଜା ତ ନିଶ୍ଚିତ ହେବ। ମନ୍ଦିରରେ ନ ହେଲେ ବି ଘରେ ତ ପୂଜା ହେଇପାରିବ ନା। ଆଉ ପୂଜା ପାଇଁ ଯାହା ସବୁ ଦରକାର ସେସବୁ ମୋର ଘରେ ଅଛି। ନୂଆ ଶଙ୍ଖା, ସିନ୍ଦୂର ଆଉ ନୂଆ ଶାଢ଼ୀ ବି ଘରେ ଅଛି। ଫଳ ତ ଦୋକାନରେ ମିଳୁଛି। ତେଣୁ ଘରେ ପୂଜା କରିବାରେ କୌଣସି ଅସୁବିଧା ନାହିଁ। ଏମିତିରେ ଘରେ ନିଜେ ପୂଜା କଲେ ମନକୁ ବେଶି ଶାନ୍ତି ମିଳିବ।
-ସଙ୍ଗୀତା ଦାସ, ଗୃହିଣୀ,
ନୟାପଲ୍ଲୀ ବ୍ରିଟ୍‌ କଲୋନୀ, ଭୁବନେଶ୍ୱର
ଅନ୍‌ଲାଇନରେ ସବୁ ମଗାଇଛି: ପୂଜା କରିବାରେ କୌଣସି ଅସୁବିଧା ନାହିଁ। କାହିଁକିନା ଅନ୍‌ଲାଇନରେ ମୁଁ ସବୁ ମଗାଇ ସାରିଛି। ନୂଆ ଶାଢ଼ୀ, ତା’ ସାଙ୍ଗକୁ ମ୍ୟାଚିଂ ଗହଣା ସହ ଶଙ୍ଖା, ସିନ୍ଦୂର ସବୁ ମୋ ପାଖରେ ରହିଛି। ତେଣୁ ପ୍ରତିବର୍ଷ ଯେମିତି ପୂଜା ହେଉଥିଲା ଏବର୍ଷ ବି ସେମିତି ପୂଜା ହେବ। ଅବଶ୍ୟ ଏଥର କୌଣସି ମନ୍ଦିରକୁ ଯାଇ ହେବନି, ସେଇ ଦୁଃଖ ତ ରହିବ। ହଉ ଈଶ୍ୱରଙ୍କ ଦୟାରୁ ସାରା ବିଶ୍ୱରୁ ଖୁବଶୀଘ୍ର କରୋନା ଦୂର ହୋଇଯାଉ; ଯାହାଫଳରେ ଆରବର୍ଷକୁ ପୁଣି ଭଲରେ ସାବିତ୍ରୀ ପୂଜା ହେବ।
-ନମିତାରାଣୀ ଦାସ,
ଶିକ୍ଷୟିତ୍ରୀ, ବାସୁଦେବପୁର, ଭଦ୍ରକ
କିଛି ଅସୁବିିଧା ନାହିଁ
ମୁଁ ତ ସବୁବର୍ଷ ଘରେ ହିଁ ପୂଜା କରେ। ତେଣୁ ମୋର ସେମିତି କିଛି ଅସୁବିଧା ନାହିଁ। ଘରେ ପୂଜା କରିବା ପାଇଁ ମୋର ଠାକୁର ଘରେ ସବୁ ଜିନିଷ ଅଛି। ଠାକୁରଙ୍କୁ ଭକ୍ତିଭାବରେ ପୂଜା କରିବା କଥା, ତେଣୁ ନୂଆ ଶାଢ଼ୀ, ଗହଣା ଆଦିର ଏତେ ଆବଶ୍ୟକତା ନାହିଁ। ତେଣୁ ଲକ୍‌ଡାଉନ ହୋଇଥିଲେ ବି ସେମିତି କାହାର କିଛି ଅସୁବିଧା ହେବ ବୋଲି ମୁଁ ଭାବୁନି। -ସଞ୍ଜୁଲତା ସାମଲ, ଗୃହିଣୀ, ମାର୍କୋଣା, ସିମୁଳିଆ, ବାଲେଶ୍ୱର
ପୂଜା କଲେ ଶାନ୍ତି ଲାଗେ
ମୋ ପାଇଁ ତ ନୂଆ ଶାଢୀ, ନଡିଆ, ଆମ୍ବ ଆଉ ସବୁ ପୂଜା ଜିନିଷ ଭାଇ ଆଣି ଦେଇ ସାରିଛି। ଘରେ ପୂଜା କରିବାରେ କୌଣସି ଅସୁବିଧା ନାହିଁ। ତା ପୂଜା କାମ ସାରି ମତେ ତ ଅଫିସ ବି ଯିବାକୁ ହେବ। ତେଣୁ ସବୁ ଥର ପରି ଏଥର ବି ଘରେ ପୂଜା କରି ରୋଷେଇ ସାରି ମୁଁ ଅଫିସ ଯିବି। ଅବଶ୍ୟ ସାବିତ୍ରୀ ଦିନ ନୂଆ ଶାଢୀ, ଅଳତା ପିନ୍ଧି ପୂଜା କରିବା ପରେ ବହୁତ ଶାନ୍ତି ଲାଗେ। ତେଣୁ ସବୁ ଓଡ଼ିଆ ନାରୀମାନେ ଏହି ପୂଜା ନିହାତି କରିବା ଉଚିତ୍‌। କିନ୍ତୁ ପୂଜା ପାଇଁ ମନରେ ଶ୍ରଦ୍ଧା ଆଉ ଭକ୍ତି ଥିବା ବି ଦରକାର। -ମୀନାକ୍ଷୀ ଶତପଥୀ,
କର୍ମଜୀବୀ, ଶଙ୍କରପୁର, କଟକ

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.