ଭୋଗରାଇ, ୯।୬(ଡି.ଏନ.ଏ.)-ସାମୁଦ୍ରିକ ଝଡ଼ ‘ୟାସ୍’ର ଭୟଙ୍କର ଦୃଶ୍ୟ ମନରୁ ଲିଭି ନ ଥିବା ବେଳ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ବଳୟ ସୃଷ୍ଟି ହୋଇ ପ୍ରବଳ ଝଡ଼ବର୍ଷା ହେବାର ପାଣିପାଗ ଦପ୍ତର ସୂଚନା ଦେବାରୁ କୂଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇ ଓଡ଼ିଶାମୁହାଁ ହେଉଥିବା ବେଳେ ଉତ୍ତରବାଲେଶ୍ୱରର ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ବସ୍ତା ଅଞ୍ଚଳରେ ୩ଦିନ ଧରି ପ୍ରାକ୍ ମୌସୁମୀ ଝଡ଼ବର୍ଷା ଲାଗି ରହିଛି। ପାଗରେ ପରିବର୍ତ୍ତନ ଘଟିଥିବା ବେଳେ ମଙ୍ଗଳବାର ଆକାଶ ମେଘାଛନ୍ନ ରହିଛି। କିଛିଦିନ ହେଲା ଅସହ୍ୟ ଗ୍ରୀଷ୍ମପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ପ୍ରାକ୍ ମୌସୁମୀ ବର୍ଷା ଲୋକଙ୍କୁ ଆଶ୍ୱସ୍ତି କରିଛି। ଏଭଳି ସ୍ଥିତିରେ ଗୁରୁବାର ଅମାବାସ୍ୟା ତିଥିରେ ସମୁଦ୍ରର ପ୍ରବଳ ଜୁଆର ହେବା ସହ ବିପଦପୂର୍ଣ୍ଣ ଥିବା ସମୁଦ୍ରତଟ ପଥରବନ୍ଧରେ ଉଚ୍ଚ ଢ଼େଉ କୂଳ ଆଡ଼କୁ ମାଡ଼ି ଆସି କ୍ଷୟକ୍ଷତି କରିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି। ସମୁଦ୍ର ଅଶାନ୍ତ ହେବାରୁ ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କ ଟ୍ରଲର ଓ ମାଛଧରା ଡଙ୍ଗା ୧୦ ତାରିଖ ସନ୍ଧ୍ୟା ସୁଦ୍ଧା କୂଳକୁ ଫେରିଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସାମୁଦ୍ରିକ ଝଡ଼ ‘ୟାସ୍’ରେ ଉତ୍ତରବାଲେଶ୍ୱର ଉପକୂଳ ଅଞ୍ଚଳ ବ୍ୟାପକ କ୍ଷତି ଘଟାଇଥିବା ବେଳେ ଅଦ୍ୟାବଧି ବହୁ ଚାଷଜମିରେ ଲୁଣି ପାଣି ଜମା ହୋଇ ଚାଷ ଉପଯୋଗୀ ହୋଇ ନ ପାରିବାରୁ ଚାଷୀକୁଳ ଚିନ୍ତିତ ହୋଇପଡିଛନ୍ତି। ଏଥିସହିତ ସମୁଦ୍ର ଜୁଆରରେ ତଳି ଅଞ୍ଚଳ ପାନବରଜ, ରବିଫସଲ, ତୈଳବୀଜ ଚାଷର କ୍ଷତି ଘଟିଥିବା ବେଳେ ବହୁ ସ୍ଥାନରେ ଲୋକଙ୍କ ଘରଦ୍ୱାର, ବିଦ୍ୟୁତ୍ଖୁଣ୍ଟି ଭାଙ୍ଗିରୁଜିଯାଇଛି। ଭୋଗରାଇ-ବାଲିଆପାଳ ଅଞ୍ଚଳରେ ହଜାର ହଜାର ହେକ୍ଟର ଚିଙ୍ଗୁଡ଼ିଘେରି ସମୁଦ୍ର ଜୁଆରରେ ଭାସିଯାଇ କୋଟି କୋଟି ଟଙ୍କା କ୍ଷତି ହୋଇଛି। ସରକାରୀ ଓ ବିରୋଧୀ ଦଳ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିପନ୍ନମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ବେଳେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବନ୍ଧ, ବାଡ଼ ସୁରକ୍ଷା ନିମନ୍ତେ ସ୍ଥାୟୀ ସମସ୍ୟା ସମାଧାନ ପନ୍ଥା ଧର୍ମକୁ ଆଖିଠାର ସଦୃଶ ବୋଲି ଅଭିଯୋଗ ହୋଇଛି। ‘ୟାସ୍’ କ୍ଷୟକ୍ଷତି ଅନୁଧ୍ୟାନ ନିମନ୍ତେ ୪ଜଣିଆ କେନ୍ଦ୍ରୀୟ ଟିମ୍ ବାଲେଶ୍ୱର ଜିଲାର ବାଲେଶ୍ୱର ସଦର, ସୋର ଓ ବାହାନଗା ବ୍ଲକ ଗସ୍ତ କରିଥିବା ବେଳେ ଉତ୍ତରବାଲେଶ୍ୱର ଅଞ୍ଚଳକୁ ଏହି କେନ୍ଦ୍ରୀୟ ଟିମ୍ କ୍ଷୟକ୍ଷତି ଆକଳନ ପାଇଁ ଆସି ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଉତ୍ତରବାଲେଶ୍ୱରରେ କ୍ଷୟକ୍ଷତି ଆକଳନ ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ କରୁଛନ୍ତି ବୋଲି ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ପ୍ରକାଶ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.