ନୂଆଦିଲ୍ଲୀ,୧୩।୬: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ର ସମ୍ପ୍ରସାରଣ କରାଯିବ। ଏଥିରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସ୍ଥାନ ମିଳିବା ପ୍ରାୟ ନିଶ୍ଚିତ ହୋଇଛି। କଂଗ୍ରେସ ଛାଡ଼ି ଭାଜପାରେ ଯୋଗ ଦେବାର ୧୫ ମାସ ପରେ ସିନ୍ଧିଆଙ୍କୁ ମୋଦିଙ୍କ କ୍ୟାବିନେଟ୍ରେ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଛି। ସିନ୍ଧିଆଙ୍କୁ ରେଳ ମନ୍ତ୍ରଣାଳୟ, ସହରୀ ବିକାଶ ଅବା ମାନବ ସମ୍ବଳ ମନ୍ତ୍ରଣାଳୟ ମଧ୍ୟ ମିଳିପାରେ ବୋଲି ଆଲୋଚନ ଜାରି ରହିଛି। ରେଳ ମନ୍ତ୍ରଣାଳୟ ମିଳିବାର ଆଶା ଅଧିକ ରହିଥିବା ଚର୍ଚ୍ଚା ହେଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ କ୍ୟାବିନେଟ୍ରେ ସିନ୍ଧିଆ ଟେଲିକମ୍, ଆଇଟି, ଶିଳ୍ପ, ବାଣିଜ୍ୟ ଆଦି ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ। ସମ୍ପ୍ରତି ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ୬୦ମନ୍ତ୍ରୀ ଅଛନ୍ତି। ଏହାକୁ ବଢ଼ାଇ ୭୯ କରାଯିବାର ଯୋଜନା କରାଯାଇଛି। କେତେକ ମନ୍ତ୍ରୀଙ୍କ ପାଖରେ ୨ ଅବା ୩ ମନ୍ତ୍ରଣାଳୟ ରହିଛି। ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣରେ ଯୁବନେତାଙ୍କୁ ଅଧିକ ସୁଯୋଗ ପ୍ରଦାନ କରାଯିବାର ଯୋଜନା ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.