ନୂଆଦିଲ୍ଲୀ,୧୮।୬: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ବିସ୍ଫୋରକ ଓପନର୍ ବିରେନ୍ଦ୍ର ସେହ୍ବାଗ ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମଧ୍ୟରେ ବିବାଦ ନେଇ ଅନେକ ଥର ଚର୍ଚ୍ଚା ହୋଇଛି। ୨୦୦୭ରେ ପାକିସ୍ତାନ ବିପକ୍ଷରେ ଖେଳାଯାଉଥିବା ଫାଇନାଲରେ ଦଳରୁ ଓହରି ଯାଇଥିଲେ ସେହ୍ବାଗ। ଏହାକୁ ନେଇ ଧୋନୀ ଓ ତାଙ୍କ ଭିତରେ ମତଭେଦ ସୃଷ୍ଟି ହୋଇଥିବା ନେଇ କୁହାଯାଇଥିଲା। ହେଲେ ଉଭୟ ଖେଳାଳି ଏହାକୁ ଖଣ୍ଡନ କରିବା ସହ ସେମାନଙ୍କ ମଧ୍ୟରେ ସୁସମ୍ପର୍କ ଥିବା ନେଇ ସ୍ପଷ୍ଟ କରିଥିଲେ। ଉଭୟ କ୍ରିକେଟରୁ ସନ୍ୟାସ ନେଇଥିବା ବେଳେ ଏବେ ପୁଣିଥରେ ସେହ୍ବାଗ ଧୋନୀଙ୍କ ସହ ବିବାଦକୁ ନେଇ ଭିନ୍ନ ଢ଼ଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି।
ଧୋନୀଙ୍କ କିଛି ପ୍ରଶଂସକ ସେହ୍ବାଗଙ୍କ ସହ ତାଙ୍କ ସମ୍ପର୍କ ଠିକ୍ ନ ଥିବା ବିଶ୍ୱାସ କରୁଥିଲେ। ୨୦୧୮ରେ ସେହ୍ବାଗ ଧୋନୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ତାଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ। ଏଥିରେ ଜଣେ ପ୍ରଶଂସକ ଧୋନୀ ସେହ୍ବାଗଙ୍କ କ୍ୟାରିୟର ଶେଷ କରିଥିବା ନେଇ ପ୍ରତିକ୍ରିୟା ଦେଇଥିଲେ। ଏହାର ଜବାବ ରଖିଥିଲେ ପୂର୍ବ ଓପନର୍। ସେହ୍ବାଗ୍ ସାରଙ୍କ କ୍ୟାରିୟର ଶେଷ କରିଥିବା ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା ବୋଲି ପ୍ରଶଂସକଜଣଙ୍କ କହିଥିଲେ। ସେହ୍ବାଗ କହିଥିଲେ ‘ଭୁଲ୍ ବୟାନ’।
କହିରଖୁଛୁ, ଭାରତୀୟ ଡ୍ରେସିଂ ରୁମ୍ରେ ଏକାଠି ଅନେକ ସମୟ ଅତିବାହିତ କରିଥିଲେ ସେହ୍ବାଗ-ଧୋନୀ। ଉଭୟ ଖେଳାଳି ୨୦୦୭ ବିଶ୍ୱ ଟି୨୦, ୨୦୧୧ ବିଶ୍ୱକପ୍ ଜିତିବା ସମୟରେ ଦଳର ଅଗ୍ରଣୀ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରେ ଥିଲେ। ତେବେ ୨୦୧୫ରେ ସେହ୍ବାଗ ଏବଂ ୨୦୨୦ରେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.