Categories: ଖେଳ

ଲକ୍ଷ୍ମଣଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲେ ସେହ୍ବାଗ: ୪ ବର୍ଷ ଭିତରେ କରିଥିଲେ ପୂରଣ

ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଦୁନିଆର ସବୁଠାରୁ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣିତ ହୋଇଛନ୍ତି। ଭାରତ ପାଇଁ ଟେଷ୍ଟରେ ତ୍ରିଗୁଣ ଶତକ ହାସଲ କରିଥିବା ସେହ୍ବାଗ ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ। ତାଙ୍କ ପୂର୍ବରୁ, ଭିଭିଏସ ଲକ୍ଷ୍ମଣ ୨୦୦୧ କୋଲକାତା ଟେଷ୍ଟରେ ଏହି ସ୍କୋର ନିକଟତର ହୋଇଥିଲେ ମଧ୍ୟ ତାଙ୍କୁ ୨୮୧ ରନରେ ଆଉଟ୍‌ ହୋଇଥିଲେ। ଏକ କ୍ରିକେଟ ଶୋ’ରେ ଲକ୍ଷ୍ମଣ ସେହୱାଗଙ୍କ ପ୍ରଥମ ତ୍ରିଶତକ ଶତକ ସହିତ ଜଡିତ ଏକ କାହାଣୀ କହିଥିଲେ। ବୀରୁ ତାଙ୍କୁ ୨୦୦୧ରେ ତାଙ୍କୁ ପ୍ରତିଶୃତି ଦେଇଥିଲେ ଯେ, ସେ ଟେଷ୍ଟରେ ଏକ ତ୍ରିଶତକ ସ୍କୋର କରିବେ।
ଏକ ସାକ୍ଷାତକାରରେ ସେହ୍ବାଗଙ୍କ ପ୍ରଥମ ତ୍ରିଶତକ ସହ ଜଡିତ କାହାଣୀକୁ ଲକ୍ଷ୍ମଣ କହିଥିଲେ ଯେ, ୨୦୦୧ରେ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିଥିଲା। ଆମେ ଟେଷ୍ଟ ସିରିଜରେ ଏକ ଐତିହାସିକ ବିଜୟ ହାସଲ କରିଥିଲୁ। ମୁଁ କୋଲକାତାରେ ୨୮୧ ରନ ସ୍କୋର କରିଥିଲି। ଏହା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚଟି ଦିନିକିଆ ସିରିଜ ହୋଇଥିଲା। ପ୍ରଥମ ମ୍ୟାଚ ବେଙ୍ଗାଲୁରୁରେ ହୋଇଥିଲା। ଏହି ମ୍ୟାଚ ସମୟରେ ସେହ୍ବାଗଙ୍କ ହାତ ଭାଙ୍ଗି ଯାଇଥିଲା, କିନ୍ତୁ ରିପୋର୍ଟ ନ ଆସିଥିବାରୁ ସେ ଦଳ ସହ ଭ୍ରମଣ କରୁଥିଲେ। ଆମେ ସମସ୍ତେ ହୋଟେଲରେ ଖାଉଥିଲୁ। ତା’ପରେ ସେହ୍ବାଗ ମୋ ପାଖକୁ ଆସି କହିଲେ ସେ ଲକ୍ଷ୍ମଣ ଭାଇ ତୁମେ ତ୍ରିଶତକ ହାସଲ କରିବାରୁ ବଞ୍ଚିତ ହୋଇଛ, ମୁଁ ତାହା କରି ଦେଖାଇବି। ଲକ୍ଷ୍ମଣ ଆହୁରି ମଧ୍ୟ କହିଥିଲେ ଯେ ସେହୱାଗ ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଥିଲି କାରଣ ସେ ସେତେବେଳେ ଟେଷ୍ଟ ଦଳରେ ନଥିଲେ। ପ୍ରତିଶ୍ରୁତି ଦେବାର ଠିକ୍‌ ଚାରି ବର୍ଷ ପରେ ସେ ତ୍ରିଶତକ ହାସଲ କରିଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.