ଢାକା,୧୧।୬ : ବାଂଲାଦେଶର ଘରୋଇ ଟି୨୦ ଟୁର୍ନାମେଣ୍ଟ ଢାକା ଲିଗ୍ରେ ଶୁକ୍ରବାର ଏକ ଅପ୍ରିତିକର ଘଟଣା ଘଟିଛି। ଅମ୍ପାୟରଙ୍କୁ ଅସଦାଚରଣ କରିବା ସହ ଷ୍ଟମ୍ପକୁ ଗୋଇଠା ମାରି ଭାଙ୍ଗି ଦେଇଛନ୍ତି ବାଂଲାଦେଶ ଷ୍ଟାର ଅଲରାଉଣ୍ଡର ଶାକିବ ଅଲ୍ ହାସନ।
ଅବାହାନି ଲିମିଟେଡ୍ ବିପକ୍ଷରେ ଶେର-ଇ-ବାଂଲା ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍ରେ ମହମେଦାନ ସ୍ପୋର୍ଟିଂ କ୍ଲବ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଶାକିବ ଏଲ୍ବିଡବ୍ଲ୍ୟୁ ଲାଗି ଅପିଲ କରିଥିଲେ। କିନ୍ତୁ ଏହାକୁ ନାକଚ କରି ଦେଇଥିଲେ ମୁଖ୍ୟ ଅମ୍ପାୟର। ଏଥିରେ ଉତ୍କ୍ଷିପ୍ତ ହୋଇ ଗୋଇଠା ମାରି ଭାଙ୍ଗି ଉଇକେଟ ଭାଙ୍ଗି ଦେଇଥିଲେ ଶାକିବ। ଏହାପରେ ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିଥିଲେ। କିଛି ସମୟ ପରେ ବର୍ଷା କାରଣରୁ ମ୍ୟାଚ୍କୁ ସ୍ଥଗିତ ରଖାଯାଇଥିଲା। ଏଥି ଯୋଗୁ ଷ୍ଟାର ଅଲରାଉଣ୍ଡର ଉଇକେଟ ଓପାଡ଼ି ଗ୍ରାଉଣ୍ଡରେ କଚାଡ଼ି ଦେଇଥିଲେ।
ଏଭଳି ବ୍ୟବହାର ପାଇଁ ଶାକିବ ଫେସବୁକ ପୋଷ୍ଟ ଜରିଆରେ କ୍ଷମାପ୍ରାର୍ଥନା କରିଛନ୍ତି। କ୍ରୋଧ ଉପରୁ ନିୟନ୍ତ୍ରଣ ହରାଇବା ଲାଗି ମୁଁ ଦୁଃଖିତ। ମୋ ଭଳି ଅଭିଜ୍ଞ ଖେଳାଳିଙ୍କ ନିକଟରେ ଏଭଳି ଆଚରଣ ସ୍ବଭା ପାଏନାହିଁ। କିନ୍ତୁ ବେଳେବେଳେ ଏଭଳି ଘଟଣା ଘଟିବା ଦୁର୍ଭାଗ୍ୟଜନକ। ମୋ ବ୍ୟବହାର ଲାଗି ଦଳ, ମ୍ୟାନେଜମେଣ୍ଟ, ଟୁର୍ନାମେଣ୍ଟ ଅଫିସିଆଲ ଓ ଆୟୋଜକଙ୍କ ନିକଟରେ କ୍ଷମାପ୍ରାର୍ଥନା କରୁଛି ବୋଲି ପୋଷ୍ଟରେ ଲେଖିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.