ବ୍ରିଷ୍ଟଲ, ୧୯।୬-ଏଠାରେ ଚାଲିଥିବା ଏକମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଭାରତୀୟ ଦଳ ସଂଘର୍ଷ କରୁଥିଲେ ହେଁ ବ୍ୟକ୍ତିଗତ ଭାବେ ଶେଫାଳି ବର୍ମା ଚମତ୍କାର ପ୍ରଦର୍ଶନ ଅବ୍ୟାହତ ରଖିଛନ୍ତି। ନିଜ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରି ସେ ଅନ୍ୟ ଭାରତୀୟ ଖେଳାଳିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ୧୭ ବର୍ଷୀୟା ଶେଫାଳି ପ୍ରଥମ ଇନିଂସରେ ୯୬ ରନରେ ଆଉଟ ହୋଇ ମାତ୍ର ୪ ରନ ପାଇଁ ଶତକ ହାସଲରୁ ବଞ୍ଚତ୍ତ ହୋଇଥିଲେ। ଶୁକ୍ରବାର ତୃତୀୟ ଦିବସରେ ବର୍ଷା ଯୋଗୁ ଖେଳ ବନ୍ଦ ରହିବା ବେଳକୁ ଭାରତ ଦ୍ୱିତୀୟ ଇନିଂସରେ ୧ ଉଇକେଟ ହରାଇ ୮୩ ରନ କରିଥିଲା। ପ୍ରଥମ ଇନିଂସ ପରି ଦ୍ୱିତୀୟ ଇନିଂସରେ ମଧ୍ୟ ନିର୍ଭୀକ ବ୍ୟାଟିଂ କରିଥିବା ଶେଫାଳି ୬୮ ବଲ୍ରୁ ୧୧ ଚୌକା ସହାୟତାରେ ୫୫ ଏବଂ ଦୀପ୍ତି ଶର୍ମା ୧୮(୬୬ ବଲ, ୨ ଚୌକା) ରନକରି ଅପରାଜିତ ରହିଥିଲେ। ସ୍ମୃତି ମନ୍ଧାନା ୮ ରନ କରି ଆଉଟ ହୋଇଛନ୍ତି। ମହିଳା କ୍ରିକେଟରେ ବିଶ୍ୱର ସର୍ବକନିଷ୍ଠ ଖେଳାଳିଭାବେ ଶେଫାଳି ନିଜ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଉଭୟ ମହିଳା ଓ ପୁରୁଷ ଟେଷ୍ଟ କ୍ରିକେଟକୁ ଦେଖିଲେ କେବଳ ପୂର୍ବତନ ଟିମ୍ ଇଣ୍ଡିଆ ଅଧିନାୟକ ସଚିନ ତେନ୍ଦୁଲକର କମ୍ ବୟସରେ ଏହି ସଫଳତା ପାଇଥିଲେ। ସଚିନ ୧୯୯୦ରେ ୧୭ ବର୍ଷ ୧୦୭ ଦିନର ହୋଇଥିବାବେଳେ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ। ଶେଫାଳି ୧୭ ବର୍ଷ ୧୩୯ ଦିନର ହୋଇଥିବାବେଳେ ଏହି ବିରଳ କୃତିତ୍ୱ ଅର୍ଜନ କରିଛନ୍ତି। ହାତରେ ୯ ଉଇକେଟ ସୁରକ୍ଷିତ ଥିବାବେଳେ ଭାରତ ଏବେ ମଧ୍ୟ ଇଂଲଣ୍ଡ ପ୍ରଥମ ଇନିଂସ ସ୍କୋରଠାରୁ ୮୨ ରନ ପଛରେ ରହିଛି। ଶନିବାର ଟେଷ୍ଟର ଅନ୍ତିମ ଦିବସ।
ଭାରତ ପ୍ରଥମ ଇନିଂସରେ ୨୩୧ ରନରେ ଅଲଆଉଟ ହୋଇଯିବାରୁ ଫଲୋଅନ ଡାକରା ପାଇଥିଲା। ଇଂଲଣ୍ଡ ଏହାର ପ୍ରଥମ ଇନିଂକୁ ୩୯୫/୯ରେ ଘୋଷଣା କରିଥିବାରୁ ଭାରତ ୧୬୫ ରନ ପଛରେ ରହି ଯାଇଥିଲା। ଦ୍ୱିତୀୟ ଦିବସର ଅସମାପ୍ତ ସ୍କୋର ୧୮୭/୫ରୁ ଖେଳ ଆରମ୍ଭ କରିଥିବା ଭାରତ ଶୁକ୍ରବାର ତୃତୀୟ ଦିବସରେ ୨୧.୨ ଓଭର ଖେଳି ଆଉ ୪୪ ରନ ଯୋଗକରି ଅବଶିଷ୍ଟ ୫ ଉଇକେଟ ହରାଇଥିଲା। ଦୀପ୍ତି ଶର୍ମା ୨୯ (୭୩ ବଲ, ୪ ଚୌକା) ରନରେ ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ସୋଫି ଏକ୍ଲେଷ୍ଟୋନ ୪ଟି, ହିଥର ନାଇଟ ୨ଟି ଏବଂ କ୍ୟାଥରିନ ବ୍ରୁଣ୍ଟ, ଆନ୍ୟା ଶ୍ରୁବସୋଲେ, ନାତାଲି ସ୍କିଭର ଓ କେଟ୍ କ୍ରସ୍ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୩୯୬/୯(ଘୋଷଣା)। ଭାରତ ପ୍ରଥମ ଇନିଂସ: ୨୩୧/ଅଲଆଉଟ (ଶେଫାଳି ବର୍ମା-୯୬, ସ୍ମୃତି ମନ୍ଧାନା-୭୮, ଦୀପ୍ତି ଶର୍ମା-୨୯*, ସୋଫି ଏକ୍ଲେଷ୍ଟୋନ-୪/୮୮, ହିଥର ନାଇଟ-୨/୭)। ଫଲୋଅନ ପରେ ଭାରତ ଦ୍ୱିତୀୟ ଇନିଂସ: ୮୩/୧(ଶେଫାଳି ବର୍ମା-୫୫*, ଦୀପ୍ତି ଶର୍ମା-୧୮*, କ୍ୟାଥରିନ ବ୍ରୁଣ୍ଟ-୧/୨୧)।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.