ପୁରୀ ଅଫିସ,୧୬।୬: ଶ୍ରୀମନ୍ଦିରକୁ ଆଲୋକୀକରଣ କରାଯିବ। ରଙ୍ଗବେରଙ୍ଗ ଆଲୋକରେ ଶ୍ରୀମନ୍ଦିର ଚୂଡ଼ାରୁ ତଳ ଭାଗ ପର୍ଯ୍ୟନ୍ତ ଝଲସିବ। ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ)ର ପାଞ୍ଚଜଣିଆ ବୈଷୟିକ ଟିମ୍ ମଙ୍ଗଳବାର ଶ୍ରୀମନ୍ଦିର ଭିତରକୁ ଯାଇ ଆଲୋକୀକରଣ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ନାଟମଣ୍ଡପ, ଭୋଗମଣ୍ଡପ, ଜଗମୋହନ, ବେହରଣ ଦ୍ୱାର, ସାତପାହାଚ, ଘଣ୍ଟିଦ୍ୱାର, ମାଜଣା ମଣ୍ଡପ ପାଇଁ ସ୍ବତନ୍ତ୍ର ଆଲୋକ ବ୍ୟବସ୍ଥା ହେବ। ଅଁଳାବେଢ଼ା, ଦଧିନଉତି, ନୀଳଚକ୍ରକୁ ଭିନ୍ନ ଭିନ୍ନ ଆଲୋକରେ ଆଲୋକିତ କରାଯିବ। ସହରଠାରୁ ଅନେକ ଦୂରରୁ ମଧ୍ୟ ବଡ଼ଦେଉଳର ଆଲୋକୀକରଣକୁ ସ୍ପଷ୍ଟ ଭାବେ ଦେଖି ହେବ। ମୁଖ୍ୟତଃ ବହିଃଭାଗରୁ ଏହି ଆଲୋକୀକରଣ କରାଯିବ। ଏହାଦ୍ୱାରା ମନ୍ଦିରର ଅନେକ ପାର୍ଶ୍ୱ ଦୃଶ୍ୟମାନ ହୋଇପାରିବ। ଏଏସ୍ଆଇ ପକ୍ଷରୁ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଭିତରେ ଇଲୁମିନିସେନ୍ ବା ସିଙ୍ଗଲ ଟାଇପ୍ ବଲ୍ବ ଲଗାଯାଇ ଆଲୋକୀକରଣ କରାଯିବା ନେଇ ବୈଷୟିକ ଟିମ୍ ସ୍ଥିର କରିଛି। ଆସନ୍ତା ଜୁଲାଇ ୪ରୁ ୫ ତାରିଖ ମଧ୍ୟରେ ଏହି କାର୍ଯ୍ୟ ଆରମ୍ଭ ହେବ ଓ ରଥଯାତ୍ରା ପୂର୍ବରୁ ଶେଷ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାରଙ୍କ ଅଧୀନ ୱାଟ୍କସ୍ କମ୍ପାନୀ ଏହି କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି। ଏଏସ୍ଆଇର ଜଣେ ଅଧିକାରୀ କହିଛନ୍ତି, ଆଲୋକୀକରଣ ପାଇଁ ପ୍ରାୟ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହେବ। ପାଞ୍ଚକୋଶ ଦୂରରୁ ଶ୍ରୀମନ୍ଦିର ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବା ସହ ଉନ୍ନତ ଆଲୋକୀକରଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ମନ୍ଦିର ବାହାରୁ ଭିତରକୁ ଆଲୋକୀକରଣ ଲାଗି ବ୍ୟବସ୍ଥା ହେଉଛି। ଏଭଳି ବ୍ୟବସ୍ଥାକୁ ‘ଫେକେଡ୍ ଲାଇଟିଂ’ କୁହାଯାଏ। କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିରରେ ଏଭଳି ଆଲୋକୀକରଣ କରାଯାଇଛି। ଏବେ ବଡ଼ଦେଉଳରେ ଏଭଳି ବ୍ୟବସ୍ଥା ହେବ। ରଥଯାତ୍ରା ଭିତରେ ଏହାକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲେ ସୁଦ୍ଧା ପ୍ରକୃତ ପକ୍ଷେ କେତେ ସମୟ ଲାଗିବ ସେନେଇ ଏବେଠୁ କହିବା କଷ୍ଟ। ଏଥିପାଇଁ ୬ରୁ ୭ଜଣ ଦକ୍ଷ ତଥା ଅଭିଜ୍ଞତାସମ୍ପନ୍ନ ଇଞ୍ଜିନିୟରଙ୍କ ସମେତ ଟେକ୍ନିସିଆନ୍ ଓ ଇଲେକ୍ଟ୍ରିସିଆନ୍ଙ୍କୁ ନିୟୋଜିତ କରାଯିବ। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨ରୁ ୩ଦିନ ମଧ୍ୟରେ କେବୁଲ୍ ବିଛାଇବା କାର୍ଯ୍ୟ ଆରମ୍ଭ ହେବାର ଯୋଜନା ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.