ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଐତିହାସିକ ଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବା ପାଇଁ ସାଉଥମ୍ପଟନ ଗ୍ରାଉଣ୍ଡରେ ଅବତରଣ କରିବ। ଏହି ସମୟ ମଧ୍ୟରେ ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କ ଉପରେ ନଜର ରହିବ। ଯୁବ ବ୍ୟାଟ୍ସମ୍ୟାନ ତାଙ୍କର ଛୋଟ ଅନ୍ତର୍ଜାତୀୟ କ୍ୟାରିୟରରେ ଅନେକ କ୍ରିକେଟ ବିଶେଷଜ୍ଞଙ୍କୁ ପ୍ରଭାବିତ କରିଛନ୍ତି ଏବଂ ଆଶା କରାଯାଉଛି ଯେ ସେ ଐତିହାସିକ ଫାଇନାଲରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ନ୍ୟୁଜିଲାଣ୍ଡର ଭେଟେରାନ ବୋଲର ଟ୍ରେଣ୍ଟ ବୋଲ୍ଟ ଏବଂ ଟିମ ସାଉଥୀ ନୂତନ ରେଡ ବଲରୁ ଆରମ୍ଭ କରିବେ ଏବଂ ଗିଲ୍ ପ୍ରଥମ ବଲ ମୁକାବିଲା କରିବାକୁ ଚାହଁୁନାହାନ୍ତି। ତାଙ୍କ ଟେଷ୍ଟ କ୍ୟାରିୟରରେ କେବଳ ଥରେ ଗିଲ ପ୍ରଥମ ବଲର ସମ୍ମୁଖୀନ ହୋଇଛନ୍ତି । ଚଳିତ ବର୍ଷ ଆରମ୍ଭରେ ଅହମ୍ମଦାବାଦରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ସେ ଏହା କରିଥିଲେ। ସେହି ମ୍ୟାଚରେ ଗିଲଙ୍କୁ ତୃତୀୟ ଇନ୍ସ୍ବିଙ୍ଗ ବଲରେ ଜେମ୍ସ ଆଣ୍ଡରସନ ତାଙ୍କ ଏଲ୍ବିଡବ୍ଲ୍ୟୁ ଆଉଟ୍ କରିଥିଲେ।
ତାଙ୍କର ସେହି ଉଇକେଟକୁ ମନେ ପକାଇ ୨୧ ବର୍ଷୀୟ ଓପନର୍ ଗିଲ୍ କହିଛନ୍ତି ଯେ, ସେ ମ୍ୟାଚ୍ର ପ୍ରଥମ ବଲ୍ ମୁକାବିଲା କରିବାକୁ କିଛିଟା ଭୟ କରନ୍ତି। କିନ୍ତୁ ଅହମ୍ମଦାବାଦ ଟେଷ୍ଟରେ ଗିଲ ପ୍ରଥମ ବଲ୍ ଖେଳିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ପରେ ତାଙ୍କ ନିଷ୍ପତ୍ତିରେ ଅନୁତାପ କରିଥିଲେ। ତେଣୁ ଆଗକୁ ପ୍ରଥମ ବଲ୍ ଖେଳିବାକୁ କିଛିଟା ଭାବିବାକୁ ପଡିବ ବୋଲି ସେ କହିଛନ୍ତି।
ଟପ୍ ସିଡ୍ ମନ୍ଫିଲ୍ସକୁ ହରାଇଲେ ପର୍ସେଲ
ଇଷ୍ଟବୋର୍ନ(ୟୁକେ),୨୫ା୬(ଏପି)- ଏଠାରେ ଚାଲିଥିବା ଭାଇକିଂ ଇଣ୍ଟରନ୍ୟାଶନାଲ ଗ୍ରାସ୍କୋର୍ଟ ଟେନିସ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆର ମାକ୍ସ ପର୍ସେଲ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୨୮୩ ର଼୍ୟାଙ୍କିଙ୍ଗପ୍ରାପ୍ତ ଏହି ଖେଳାଳି ଟପ୍...
ଭାରତୀୟ ଟି୨୦ ଟିମ୍ରୁ କାହିଁକି ବାହାର ହୋଇଥିଲେ ଦିନେଶ କାର୍ତ୍ତିକ; କାରଣ ନେଇ ଏଭଳି କହିଲେ…
ନୂଆଦିଲ୍ଲୀ,୫।୬: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପୂର୍ବରୁ ଉଇକେଟକିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ହେଲେ...
ୟୁରୋ କପ୍ ଫୁଟ୍ବଲ: ଇଂଲଣ୍ଡ-ସ୍କଟ୍ଲାଣ୍ଡ ମ୍ୟାଚ ଡ୍ର
ଲଣ୍ଡନ, ୨୦।୬(ଏପି)- ୟୁରୋ କପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ-ସ୍କଟ୍ଲାଣ୍ଡ ମ୍ୟାଚ ଗୋଲଶୂନ୍ୟ ଡ୍ର ରହିଛି। ପ୍ରିମିୟର ଲିଗ୍ର ଟପ୍ ସ୍କୋରର ହାରି କେନ୍ ଏଠାରେ ଇଂଲଣ୍ଡ...
ଭାରତୀୟ ଦଳକୁ ମିଳିଲା ଖୁସି ଖବର
ମୁମ୍ବାଇ,୧।୬: ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି-୨୦୨୧) ଫାଇନାଲ ମ୍ୟାଚ ଏବଂ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ଟେଷ୍ଟ ସିରିଜ ପାଇଁ ଜୁନ୍...
ଡେବ୍ୟୁ ମ୍ୟାଚ୍ରେ ୧୬ ଉଇକେଟ ନେଇ ଚମକାଇଥିଲେ ଏହି ଭାରତୀୟ ସ୍ପିନର୍: ଏବେ ବି ଭାଙ୍ଗିନି ରେକର୍ଡ
ନୂଆଦିଲ୍ଲୀ,୨୩।୬: ଯେକୌଣସି କ୍ରୀଡାରେ ଜଣେ ଯୁବ ଖେଳାଳି ପ୍ରଥମଥର ପାଇଁ ପଡ଼ିଆକୁ ଓହ୍ଲାଇବା ବେଳେ ନିଜର ଛାପ ଛାଡ଼ିବାର ପ୍ରଚେଷ୍ଟା କରିଥାନ୍ତି। ଏପରି କରିବା ଦ୍ୱାରା...
ଭାରତୀୟ କ୍ରିକେଟର ସ୍ବର୍ଣ୍ଣିମ ଦିନ
ନୂଆଦିଲ୍ଲୀ,୨୩।୬: ଠିକ୍ ୮ ବର୍ଷ ତଳେ ଅର୍ଥାତ ୨୦୧୩ ଜୁନ ୨୩ ତାରିଖରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ହାତେଇଥିଲା ଆଇସିସି ଚାମ୍ପିୟନ୍ସ...
ଢାକା ପ୍ରିମିୟର ଲିଗ୍:ଶକିବ ୩ଟି ମ୍ୟାଚରୁ ସସ୍ପେଣ୍ଡ
ଢାକା, ୧୩ା୬ (ପି.ଟି.)- ମହମ୍ମଡ଼ାନ ସ୍ପୋର୍ଟିଂ ବନାମ ଆବାହନୀ ଲିମିଟେଡ୍ ମ୍ୟାଚ୍ ବେଳେ ପଡ଼ିଆରେ ଅଶୋଭନୀୟ ଆଚରଣ ପାଇଁ ବାଂଲାଦେଶର ଷ୍ଟାର କ୍ରିକେଟର ଶକିବ ଅଲ୍...
ମାଳବିକା ଫାଇନାଲରେ
କନାସ୍(ଲିଥୁଆନିଆ),୧୪ା୬(ପି.ଟି.)- ଭାରତର ମାଳବିକା ବନସୋଡ୍ ଏଠାରେ ଚାଲିଥିବା ଆର୍ଏସ୍ଏଲ୍ ଲିଥୁଆନିଆନ୍ ଇଣ୍ଟରନ୍ୟାଶନାଲ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଫ୍ରାନ୍ସର...


