Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁଲେ ଜିଲାପାଳ: ଉଠିଲା ବିବାଦ

ହାଇଦ୍ରାବାଦ,୨୧।୬: ତେଲଙ୍ଗାନାରେ ସିଦ୍ଦିପେଟ ଜିଲାପାଳ ଭେଙ୍କଟାରାମ ରେଡ୍ଡୀ ଉଚ୍ଚ ପଦାଧିକାରୀ ତଥା ଜନ ପ୍ରତିନିଧୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କ ପାଦ ଛୁଇଁଛନ୍ତି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। କେସିଆର୍‌ ସିଦ୍ଦିପେଟରେ ଅନେକ ସରକାରୀ କାର୍ଯ୍ୟାଳୟର ଉଦଘାଟନ କରିଥିଲେ। ଏହି କ୍ରମରେ ସେ ଜିଲାପାଳଙ୍କ କାର୍ଯ୍ୟାଳୟ ଉଦଘାଟନ କରିଥିଲେ। ସେଠାରେ ଭେଙ୍କଟାରାମ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ। ଜିଲାପାଳଙ୍କ ଚେୟାରରେ ବସିବା ପରେ ରେଡ୍ଡୀ ସେଠାରୁ ଉଠି ଅନ୍ୟମାନଙ୍କ ସହିତ ତାଙ୍କ ପାଖରେ ଠିଆ ହୋଇଥିବା କେସିଆର୍‌ଙ୍କ ପାଦ ଛୁଇଁଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି। ଘଟଣା ସମୟରେ ମୁଖ୍ୟ ଶାସନ ସଚିବ ସୋମେଶ କୁମାର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ। ଭିଡିଓରେ ମୁଖ୍ୟମନ୍ତ୍ରୀ ଜିଲାପାଳଙ୍କୁ ତାଙ୍କ ପାଦ ଛୁଇଁବାକୁ ଅଟକାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।
ତେଲଙ୍ଗାନା ଭାଜପା ମୁଖପାତ୍ର କେ କୃଷ୍ଣ ସାଗର ରାଓ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଏପରି କାର୍ଯ୍ୟ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଉପଯୁକ୍ତ ନୁହେଁ। ଏଭଳି ପଦକ୍ଷେପ ଆଇଏଏସ ଅଧିକାରୀଙ୍କ ସମ୍ମାନ, ଅଖଣ୍ଡତା ଏବଂ ସ୍ବାଧୀନତାକୁ କ୍ଷୁର୍ଣ୍ଣ କରିଥାଏ।
ଭେଙ୍କଟାରାମ ରେଡ୍ଡୀ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, କେସିଆର ତାଙ୍କ ପାଇଁ ଜଣେ ପିତା। ଶୁଭ ଅବସରରେ ବଡ଼ମାନଙ୍କ ଆଶୀର୍ବାଦ ପାଇବା ତେଲଙ୍ଗାନାର ସଂସ୍କୃତିର ଏକ ଅଂଶ। ଯେତେବେଳେ ମୁଁ ନୂତନ ଜିଲାପାଳ କାର୍ଯ୍ୟାଳୟରେ ଦାୟିତ୍ୱ ନେଉଥିଲି, ସେତେବେଳେ ମୁଁ ମୋ ପିତାଙ୍କ ପରି ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଥିଲି ବୋଲି ସେ କହିଛନ୍ତି। ଏହାସହ ରେଡ୍ଡୀ ଏହାକୁ ଏକ ପ୍ରସଙ୍ଗ ନ କରିବାକୁ ଅନୁରୋଧ କରିଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.