ମୁମ୍ବାଇ,୧୧।୬: ଟେଲି ପପୁଲାର ଶୋ’ ବିଗ୍ ବସ୍-୧୩ର ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲା ପୁଣି ଥରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ପ୍ରଶଂସକଙ୍କ ମନକୁ ଜିଣିପାରି ସେ ପୁଣି ଥରେ ଶ୍ରେଷ୍ଠ ଅଭିନେତା ତାଲିକାରେ ସାମିଲ ହୋଇଛନ୍ତି। ନିକଟରେ ‘ଦ ଟାଇମ୍ସ ମୋଷ୍ଟ ଡିଜାରେବଲ ମ୍ୟାନ ଅନ୍ ଟେଲିଭିଜନ ୨୦୨୦’ର ଏକ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଶ୍ରେଷ୍ଠ ୨୦ ଜଣ ଅଭିନେତାଙ୍କ ସ୍ଥାନ ପାଇଛି। ଏଥିରେ ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଶୀର୍ଷରେ ରହିଥିବା ଜଣାପଡ଼ିଛି। ଛୋଟ ପରଦାରେ ଲୋକପ୍ରିୟତା, ଅନ୍ଲାଇନ ଭୋଟିଂ ଓ ଜୁରି ଭୋଟ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ତେବେ ଚଳିତ ବର୍ଷ ଏହି ତାଲିକାର ଶୀର୍ଷରେ ରହିଥିବା ସିଦ୍ଧାର୍ଥ ଗତ ବର୍ଷ ମଧ୍ୟ ‘ଦ ଟାଇମ୍ସ ମୋଷ୍ଟ ଡିଜାରେବଲ ମ୍ୟାନ’(The Times Most Desirable Man On TV) ତାଲିକାରେ ସାମିଲ ହୋଇଥିଲେ। ସେ ନିଜର ଚରିତ୍ର, ବ୍ୟକ୍ତିତ୍ୱ ଏବଂ ନିଜର ଭିନ୍ନ ଅନ୍ଦାଜ ପାଇଁ ଦର୍ଶକଙ୍କ ହୃଦୟକୁ ବେଶ୍ ଜିତି ପାରିଛନ୍ତି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଟିଭିରେ ଟାଇମ୍ସ ମୋଷ୍ଟ ଡିଜାରେବଲ ମ୍ୟାନ ହୋଇଛନ୍ତି ସିଦ୍ଧାର୍ଥ। ଏନେଇ ସିଦ୍ଧାର୍ଥ ଖୁସିବ୍ୟକ୍ତ କରିବା ସହ ଏତେ ମାତ୍ରାରେ ଭଲପାଇବା ପାଇଁ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିକଟରେ ସେ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କର ଅଭିନୟ ବେଶ୍ ଚର୍ଚ୍ଚା ସାଉଁଟିଛି। ଅନ୍ୟପଟେ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପାର୍ଥ ସମ୍ଥାନ। ସେହିପରି ତୃତୀୟରେ ଅଲି ଗୋନି ଓ ଚତୃର୍ଥରେ ଶାହିର ଶେଖ ରହିଥିବା ସୂଚନା ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.