ଓ୍ବିମ୍ବେଲଡନ, ୨୬ା୬(ଏପି)-ପେଣ୍ଡାରେ ଆଘାତପ୍ରାପ୍ତ ଥିବାରୁ ଗତଥରର ମହିଳା ସିଙ୍ଗଲ୍ସ ଚାମ୍ପିୟନ ସିମୋନା ହାଲେପ୍ ଓ୍ବିମ୍ବେଲଡନ ଓପନ୍ ଟେନିସ ପ୍ରତିଯୋଗିତାରୁ ଓହରିିଯାଇଛନ୍ତି। ଶୁକ୍ରବାର ଏହି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ପାଇଁ ଡ୍ର’ ପୂର୍ବରୁ ହାଲେପ୍ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି। ସମାନ କାରଣରୁ ସେ୍ ଫ୍ରେଞ୍ଚ୍ ଓପନରେ ଭାଗ ନେଇ ନ ଥିଲେ। ପୂର୍ବତନ ନମ୍ବର ଓ୍ବାନ ତଥା ଦୁଇଥର ଗ୍ରାଣ୍ଡସ୍ଲାମ ବିଜୟିନୀ ରୋମାନିଆର ଏହି ୨୯ ବର୍ଷୀୟା ବର୍ତ୍ତମାନ ବିଶ୍ୱର ୩ ନମ୍ବର ର଼୍ୟାଙ୍କିଙ୍ଗ ଖେଳାଳି। ପ୍ରତିଯୋଗିତାରୁ ସେ ଓହରିଯିବା ଅର୍ଥ ଡବ୍ଲ୍ୟୁଟିଏ ର଼୍ୟାଙ୍କିଙ୍ଗର ଟପ୍ ୩ ଖେଳାଳିଙ୍କ ମଧ୍ୟରୁ ଦୁଇ ଜଣ ଏଥର ଓ୍ବିମ୍ବେଲଡନ ଖେଳିବେ ନାହିଁ। ପୂର୍ବରୁ ବିଶ୍ୱର ଦୁଇ ନମ୍ବର ମାନ୍ୟତାପ୍ରାପ୍ତ ତଥା ୪ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ନାଓମି ଓାସାକା ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ବର୍ତ୍ତମାନ ସେ ତାଙ୍କ ପରିବାର ଓ ବନ୍ଧୁମାନଙ୍କ ସହ ବିତାଇବାକୁ ଚାହୁଁଥିବା କହିଛନ୍ତି। ଅନ୍ୟପକ୍ଷରେ ପୁରୁଷ ବିଭାଗରେ ଏଟିପି ର଼୍ୟାଙ୍କିଙ୍ଗର ଟପ୍ ୫ ଖେଳାଳିଙ୍କ ମଧ୍ୟରୁ ଦୁଇ ଜଣ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ସେମାନେ ହେଲେ ୩ ନମ୍ବର ଖେଳାଳି ରାଫାଲ ନାଡାଲ ଓ ୫ ନମ୍ବର ଖେଳାଳି ଡୋମିନିକ୍ ଥିମ୍। ନାଡାଲ ତାଙ୍କ ଶରୀରକୁ ବିଶ୍ରାମ ଦେବାକୁ ଚାହିଁଥିଲେ। ଥିମ୍ଙ୍କ ଡାହାଣ କଚଟିରେ ଆଘାତ ଲାଗିଛି। କୋଭିଡ୍ ଯୋଗୁ ଗତ ବର୍ଷ ଓ୍ବିମ୍ବେଲଡନକୁ ବାତିଲ କରାଯାଇଥିଲା। ୨୦୧୯ ଫାଇନାଲରେ ହାଲେପ୍ ଫାଇନାଲରେ ୨୩ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ସେରେନା ଓ୍ବିଲିୟମ୍ସଙ୍କୁ ୬-୨, ୬-୨ ସେଟ୍ରେ ପରାସ୍ତ କରି ଚାମ୍ପିୟନ ହୋଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.