ଦୁବାଇ,୧୬।୬: ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍ରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ। ପଛରେ ପଡ଼ି ଯାଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ। ସେ ଏବେ ଦ୍ୱିିତୀୟ ସ୍ଥାନରେ ଥିବାବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଲିକାର ଚତୁର୍ଥ ସ୍ଥାନକୁ ଉଠିଛନ୍ତି। କୋହଲିଙ୍କ ପାଖରେ ରହିଛି ୮୧୪ ପଏଣ୍ଟ। ତାଙ୍କ ବ୍ୟତୀତ ଟପ୍-୧୦ରେ ସ୍ଥାନ ପାଇଛନ୍ତି ଭାରତର ଆଉ ଦୁଇ ବ୍ୟାଟ୍ସମ୍ୟାନ। ସେମାନେ ହେଲେ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ (୭୪୭ ପଏଣ୍ଟ) ଏବଂ ଓପନର ରୋହିତ ଶର୍ମା (୭୪୭)। ଦୁହେଁ ମିଳିତ ୬ଷ୍ଠ ସ୍ଥାନ ବଜାୟ ରଖିଛନ୍ତି।
ଗତବର୍ଷ ବକ୍ସିଂ ଡେ’ ଟେଷ୍ଟ ପରେ ପ୍ରଥମ ଥର ଶୀର୍ଷସ୍ଥାନ ଅଧିକାର କରିଛନ୍ତି ସ୍ମିଥ। ଅନ୍ୟପକ୍ଷରେ ଆହତ ସମସ୍ୟା କରଣରୁ ଓ୍ବିଲିୟମସନ(୮୯୧) ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳି ନ ଥିଲେ। ଏହି କାରଣରୁ ୫ ପଏଣ୍ଟ ତଳକୁ ଖସି ଆସିଛି ତାଙ୍କ ରେଟିଂ ପଏଣ୍ଟ। ଯାହା ଫଳରେ ତାଙ୍କୁ ଶୀର୍ଷ ସ୍ଥାନ ହରାଇବାକୁ ପଡ଼ିଛି।
ବୋଲରଙ୍କ ତାଲିକାରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ଟିମ୍ ଇଣ୍ଡିଆର ସିନିୟର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ (୮୫୦ ପଏଣ୍ଟ) ଦ୍ୱିତୀୟ ସ୍ଥାନରେ ଥିବାବେଳେ ଅଷ୍ଟ୍ରେଲିଆନ ପେସର ପାଟ କୁମିନ୍ସ (୯୦୮) ଶୀର୍ଷରେ ରହିଛନ୍ତି। ଟପ୍-୧୦ ସ୍ଥାନ ପାଇବାରେ ଅଶ୍ୱିନ ଏକମାତ୍ର ଭାରତୀୟ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.