ଢେଙ୍କାନାଳ ଅଫିସ, ୨୪।୬: ସ୍ନାନବେଦିକୁ ଆସିବେ ମହାବାହୁ। ସାଥୀରେ ଥିବା ବଡ଼ଭାଇ ବଳରାମ ଏବଂ ଭଉଣୀ ସୁଭଦ୍ରା। ଏଥିଲାଗି ସଜେଇ ହୋଇଛି ସ୍ନାନବେଦି। ନୂଆ ରଙ୍ଗରେ ଝଲସୁଛି ପିଣ୍ଡି। ହେଲେ ଏହି ଦୁର୍ଲଭ ଦୃଶ୍ୟ ଦେଖିବାରୁ ବଞ୍ଚତ୍ତ ହେବେ ଶ୍ରଦ୍ଧାଳୁ। କରୋନା ମହାମାରୀ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ପାଚେରି ସୃଷ୍ଟି କରିଥିବାବେଳେ ଢେଙ୍କାନାଳର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ହାତଗଣତି ସେବାୟତଙ୍କୁ ନେଇ ସ୍ନାନଯାତ୍ରା ଆୟୋଜନ ହେବ। ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ କୋଭିଡ୍ ସଂକ୍ରମଣ ଭୟାବହତାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ମନ୍ଦିର ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି।
ରାଜପୁରୋଧାଙ୍କ ପରାମର୍ଶକ୍ରମେ ଦେବସ୍ନାନ ପୂର୍ଣ୍ଣିମା ପାଳନ ଲାଗି ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ସ୍ନାନପୂର୍ଣ୍ଣିମା ଉପଲକ୍ଷେ ଗୁରୁବାର ଭୋର ସାଢ଼େ ୪ଟାରେ ଜୟମଙ୍ଗଳ ଆଳତି ଅନୁଷ୍ଠିତ ହେବ। ୪ଟା ୪୦ରେ ଶ୍ରୀଜୀଉଙ୍କ ପହଣ୍ଡି ବେଶ ସମାପନ ପରେ ୫ଟା ସୁଦ୍ଧା ପହଣ୍ଡି ଆରମ୍ଭ ହେବ। ସାଢେ ୬ଟାରେ ଦକ୍ଷିଣ ବନ୍ଦାପନା, ୬ଟା ୪୫ରେ ସ୍ନାନ ମଣ୍ଡପକୁ ବିଜେ, ୮ଟାରେ ଶ୍ରୀଜୀଉଙ୍କ ସ୍ନାନ, ସାଢ଼େ ୮ଟାରେ ଚନ୍ଦନଲାଗି ବେଶ ଏବଂ ପୂର୍ବାହ୍ନ ୯ଟାରେ ସୁନାବେଶ ଅନୁଷ୍ଠିତ ହେବ। ଏହାପରେ ସାଢ଼େ ୯ଟାରେ ବଲ୍ଲଭ ଭୋଗ, ଅପରାହ୍ନ ୪ଟାରେ ଶ୍ରୀଜୀଉଙ୍କ ଧୂପ କରାଯିବାପରେ ସନ୍ଧ୍ୟା ୫ଟାରେ ଶ୍ରୀଜୀଉମାନେ ଅଣସର ପିଣ୍ଡିକୁ ବିଜେ କରିବେ। ରାତି ସାଢ଼େ ୮ଟାରେ ଡମ୍ବରୁ ପୂଜା ପରେ ୯ଟାରେ ପହୁଡ଼ ହେବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କୋଭିଡ୍ ସଂକ୍ରମଣକୁ ନଜରରେ ରଖି ବରିଷ୍ଠ ସେବାୟତ ଓ ପୂଜକଙ୍କ ଟିକାକରଣ କରାଯାଇଛି। ପୀଠରେ ପୋଲିସ ମୁତୟନ ହୋଇଛନ୍ତି। ଏ ସଂକ୍ରାନ୍ତରେ ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ କୁହନ୍ତି, ସ୍ନାନ ପୂର୍ଣ୍ଣିମା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ଢେଙ୍କାନାଳରେ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ। କେବଳ ବିଧିପାଳନ ପୂର୍ବକ ମନ୍ଦିର ପରିସରରେ ପ୍ରତୀକାତ୍ମକ ଭାବେ ନୀତିକାନ୍ତି କରାଯିବ।
ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚତ୍ତ କଷ୍ଟଦାୟକ
କଟକଣା ଲାଗିଥିବାରୁ ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଦୁର୍ଲଭ ଚନ୍ଦନ ବେଶ ଏବଂ ସୁନାବେଶ ଦର୍ଶନରୁ ଶ୍ରଦ୍ଧାଳୁମାନେ ବଞ୍ଚତ୍ତ ହେବେ। ଏହା ଜଗନ୍ନାଥପ୍ରେମୀଙ୍କ ପକ୍ଷେ କଷ୍ଟଦାୟକ। ତେବେ ସଚେତନ ନାଗରିକ ଭାବେ ସମସ୍ତେ କଟକଣା ମାନିବା ଉଚିତ ା
-ବିଶ୍ୱନାଥ ବେହେରା, ସମ୍ପାଦକ, ବାହୁଡ଼ା ଯାତ୍ରା ଭଜନ ସମାରୋହ କମିଟି
ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି
ସ୍ନାନବେଦିରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବର୍ଷସାରା ଶ୍ରଦ୍ଧାଳୁମାନେ ଅପେକ୍ଷା କରି ରହିଥାଆନ୍ତି। ଦୁଇବର୍ଷ ହେଲା କରୋନା ମହାମାରୀ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ସୃଷ୍ଟି କରିଛି। ଏହା ଭକ୍ତଙ୍କ ମନ ଭାଙ୍ଗିଦେଇଛି।
-ଅଥୟ କୁମାର ସାହୁ, କୋଷାଧ୍ୟକ୍ଷ ଶ୍ରୀଜଗନ୍ନାଥ ଚେତନା ସମିତି
କଟକଣା ମାନିବାକୁ ପଡ଼ିବ
ଓଡ଼ିଆ ଜାତିର ପ୍ରାଣର ଠାକୁର ହେଉଛନ୍ତି ଜଗନ୍ନାଥ। କିନ୍ତୁ ଗତ ଦୁଇବର୍ଷ ହେଲା କରୋନା ମହାମାରୀ ଭକ୍ତଙ୍କୁ ଭଗବାନଠାରୁ ଦୂରେଇ ରଖିଛି। ଏହାକୁ ନେଇ ମହାପ୍ରଭୁଙ୍କ ନିକଟରେ ନିଶ୍ଚିତ ଅଭିମାନ ରହିବ। ହେଲେ ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ କଟକଣାକୁ ମାନିବାକୁ ଛଡ଼ା ଅନ୍ୟ ବିକଳ୍ପ ନାହିଁ।
-ଦୀପ୍ତିବାଳା ମିଶ୍ର, ଜଗନ୍ନାଥପ୍ରେମୀ
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.